ସିଡ଼ିଏସ ବିପିନ ରାୱତଙ୍କ ପରଲୋକ, ସ୍ପଷ୍ଟ କଲା ବାୟୁସେନା

ଚେନ୍ନାଇ(କେ ନ୍ୟୁଜ): ସିଡିଏସ ବିପିନ ରାବତ ମୃତ୍ୟୁ ନେଇ ସ୍ପଷ୍ଟ କଲା ବାୟୁସେନା । ବିପିନଙ୍କ ପତ୍ନୀ ମଧୁଲିକାଙ୍କର ବି ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଆଜି ଅପରାହ୍ନ ସମୟରେ ତାମିଲନାଡୁ କୁନ୍ନୁରରେ ଏକ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଘଟଣାରେ ପ୍ରଥମେ ୪ ଜଣ ପରେ ୧୧ ଜଣ ଓ ତା ପରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଥିଲା | କିଛି ସମୟ ତଳେ ସିଡ଼ିଏସ ବିପିନ ରାବତଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ହେଲିକପ୍ଟର ସିଡିଏସ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ପରିବାର ଲୋକଙ୍କ ସମେତ ୧୪ ଜଣ ସଦସ୍ୟ ଥିଲେ । ପ୍ରଥମେ ବିପିନଙ୍କ ସମେତ ଚାରି ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ବାୟୁସେନାର MI 17V 5 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଥିଲା । ମିଳିଥିବା ଆହତ କିମ୍ବା ମୃତ ଶରୀର ଗୁଡିକର ପ୍ରାୟ ଅଶୀ ପ୍ରତିଶତ ପୋଡ଼ି ଯାଇଥିବା ନେଇ ସୂଚନା ମିଳିଥିଲା । ଚିକିତ୍ସା ପାଇଁ ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ହେଲିକପ୍ଟରରେ ସିଡିଏସ ବିପିନ୍‌ ରାୱତଙ୍କ ସମେତ ୪ ଜଣ ବରିଷ୍ଠ ସେନା ଅଧିକାରୀ ଥିବା ସୂଚନା ମିଳିଥିଲା । ମୃତକଙ୍କ ସଠିକ ପରିଚୟ ପାଇବା ପାଇଁ ଶରୀରର ଅବଶେଷକୁ ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିଲା । ୱେଲିଙ୍ଗଟନସ୍ଥିତ ଆର୍ମି ହସ୍ପିଟାଲରେ ଗ୍ରୁପ କ୍ୟାପଟେନ ବରୁଣ ସିଂହ ଚିକିତ୍ସାଧିନ ଅଛନ୍ତି । ରାୱତଙ୍କ ମୃତ୍ୟୁ ଖବର ସ୍ପଷ୍ଟ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ ଜରିଆରେ କହିଛନ୍ତିକି “ସେ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ” ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.