ଆପଣଙ୍କର ତେଲିଆ ତ୍ୱଚା କି? ଭୁଲ୍‌ରେ ବି ଲଗାନ୍ତୁ ନାହିଁ ଏହି ୬ଟି ଜିନିଷ

ଅଏଲି ସ୍କିନ୍‌ ହୋଇଥିଲେ ସବୁବେଳେ ତେଲିଆ ଦେଖା ଯାଇଥାଏ। ତୈଳାକ୍ତ ତ୍ୱଚାରେ ବ୍ରଣ, ବ୍ରେକାଉଟ୍‌ ଏବଂ ବନ୍ଦ ପୋର୍ସ ସମସ୍ୟା ମଧ୍ୟ ନିର୍ମାଲ ସ୍କିନଠାରୁ ଅଧିକ ହୋଇଥାଏ। ତେଣୁ ତୈଳାକ୍ତ ତ୍ୱଚା ଥିବା ଲୋକେ ଲାଇଟ୍‌ ପ୍ରଡକ୍ଟସ୍‌ ବ୍ୟବହାର କରିବା ଉଚିତ, ଯାହା ତ୍ୱଚାକୁ ହାଇଡ୍ରେଟ୍‌ କରିବ, ହେଲେ ଆବଶ୍ୟକତାଠାରୁ ଅଧିକ ମଇଶ୍ଚରାଇଜ କରିବ ନାହିଁ। ଏଥି ସହିତ ଯାହା ବ୍ୟାକ୍ଟେରିଆ ବାଲାନ୍ସକୁ ବଜାୟ ରଖିଥାଏ, ସେହିଭଳି ପ୍ରଡକ୍ଟ ବ୍ୟବହାର କରିବା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ।

ତୈଳାକ୍ତ ତ୍ୱଚା ଉପରେ ବ୍ୟବହାର କରନ୍ତୁ ନାହିଁ ଏହି ୬ଟି ଜିନିଷ

ପେଟ୍ରୋଲିୟମ୍‌ ଜେଲି: ପେଟ୍ରୋଲିୟମ୍‌ ଜେଲି ସ୍କିନ ଉପରେ ମୋଟା ଲେୟାର ସୃଷ୍ଟି କରିଥାଏ, ଯେଉଁ କାରଣରୁ ତୈଳାକ୍ତ ତ୍ୱଚା ଉପରେ ତାହା ଚିପ୍‌ଚିପା ଏବଂ ଭାରୀ ଦେଖା ଯିବାକୁ ଲାଗିଥାଏ।

ନଡ଼ିଆ ତେଲ: ନଡ଼ିଆ ତେଲ ଲଗାଇବା ଦ୍ୱାରା କ୍ଲୋଗିଙ୍ଗ୍‌ ଅର୍ଥାତ୍‌ ଲୋମଛିଦ୍ର ବନ୍ଦ ହୋଇ ଯାଇପାରେ। କାରଣ, ଏଥିରେ ଫ୍ୟାଟି ଏସିଡ୍‌ ଅଧିକ ମାତ୍ରାରେ ରହିଛି।

ମଲେଇ: ଚେହେରାରେ ଚମକ ଆଣିବା ପାଇଁ ଘରେ ଅନେକ ବାର ମଲେଇ ଲଗା ଯାଇଥାଏ। କିନ୍ତୁ ତୈଳାକ୍ତ ତ୍ୱଚାକୁ ମଲେଇ ଅଧିକ ତେଲିଆ କରି ଦେଇଥାଏ।

ବେସନ: ଘରୋଇ ଫେସ୍‌ ପ୍ୟାକରେ ସବୁଠାରୁ ଅଧିକ ବ୍ୟବହୃତ ହୋଇଥାଏ ବେସନ। ହେଲେ ଏହା ଅଏଲି ସ୍କିନ୍‌ ପାଇଁ ଭଲ ହୋଇ ନ ଥାଏ। ବେସନ ବ୍ୟବହାର ଦ୍ୱାରା ତ୍ୱଚା କୁଣ୍ଡେଇ ହୋଇପାରେ କିମ୍ବା ନାଲି ପଡ଼ି ଯାଇପାରେ।

ଚାଉଳ ଚୂନା: ତୈଳାକ୍ତ ତ୍ୱଚାରେ ଚାଉଳ ଚୂନା ଲଗାଇବା ଦ୍ୱାରା ସ୍କିନ୍‌ ର‍୍ୟାସେସ୍‌ ହୋଇପାରେ।

ଟୋନର: ଟୋନରର ବ୍ୟବହାର ସ୍କିନ୍‌କୁ ଆହୁରି ଅଧିକ ତୈଳାକ୍ତ କରି ଦେଇପାରେ। କାହିଁକି ନା, ଟୋନର କ୍ଲିଂଜିଂ ଦ୍ୱାରା ନଷ୍ଟ ହୋଇଥିବା ସିବମ୍‌ର ପ୍ରଡକ୍ସନକୁ ବଢ଼ାଇବାକୁ ଚେଷ୍ଟା କରିଥାଏ ଏବଂ ସିବମ୍‌ରୁ ହିଁ ଚେହେରାରେ ଅଏଲ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.