Below header

ସଂପର୍କକୁ ମଜବୁତ କରିବା ପାଇଁ ନିହାତି କରନ୍ତୁ ଏହି କାମ

କୌଣସି ସଂପର୍କକୁ ସଠିକ୍ ରଖିବା ପାଇଁ ପରସ୍ପର ମଧ୍ୟରେ ସମ୍ନାନ ଏବଂ ବିଶ୍ବାସ ରହିବା ଦରକାର। କିନ୍ତୁ କିଛି ବ୍ଯକ୍ତି ସଂପର୍କକୁ ସମ୍ବାଳିବା ଚକ୍କରରେ କରିବସିଥାନ୍ତି ଭୁଲ। ଭଲପାଇବା ପରେ ମଧ୍ୟ ସାଥିଙ୍କୁ ଅବଶ୍ଯକ ପରିମାଣରେ ସ୍ବାଧିନତା ଦେଇନଥାନ୍ତି। ଅପରପକ୍ଷରେ କିଛି ଜଣ ସାଥିଙ୍କୁ ସ୍ବାଧିନତା ଏପରି ଦେଇଥାନ୍ତି କି, ସେମାନେ ତାହାର ଭୁଲ ଉପଯୋଗ କରିଥାନ୍ତି। ମନେ ରଖନ୍ତୁ ସାଥିଙ୍କୁ ନିଜ ପାଇଁ ସ୍ପେସ୍ ବା ସ୍ବାଧିନତା ଦେବା ଅର୍ଥ  ନୁହଁକି ସେ ଆପଣଙ୍କଠାରୁ ଦୂରକୁ ଯିବାକୁ  ଚାହୁଁଛନ୍ତି ।

ସଂପର୍କରେ ଦୁଇ ଜଣ ସବୁକିଛି କଥା ପରସ୍ପର ମଧ୍ୟରେ ଶେୟାର କରୁଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଆବଶ୍ଯକ ରହିଥାଏ ସ୍ପେସ୍। କିନ୍ତୁ ଧ୍ୟାନ ଦିଅନ୍ତୁ ତାଙ୍କୁ ନିଜ ପାଇଁ ସମୟ ଦେଉଦେଉ ଆପଣ ତାଙ୍କଠାରୁ ଦୂରକୁ ନପଳାନ୍ତୁ।

couple

କିଛି ସମୟ ପାଇଁ ଅଲଗା ହୋଇ ଏକାନ୍ତ ରହିବା ଖାଲି ଆପଣଙ୍କ ସାଥିଙ୍କ ପାଇଁ ନୁହଁ ବରଂ ଆପଣଙ୍କ ପାଇଁ ମଧ୍ୟ ଭଲ । ଏହା ଦ୍ବାରା ଆପଣଙ୍କ ଦାମ୍ପତ୍ଯ ଜୀବନରେ ସନ୍ତୁଳନ ବଜାୟ ରହିଥାଏ। ଏହା ଦ୍ବାରା ଜୀବନର ସମସ୍ତ ମୂହୁର୍ତ୍ତକୁ ବଞ୍ଚିବା ପାଇଁ ଉର୍ଜା ମିଳିଥାଏ।

ଅନେକ ଲୋକଙ୍କୁ ଲାଗିଥାଏ ଯଦି ତାଙ୍କ ସାଥି ସଂପର୍କରେ କିଛିଟା ସ୍ପେସ୍ ମାଗୁଛନ୍ତି ଅର୍ଥାତ୍ ସେ ଖୁସି ନାହାନ୍ତି। କିନ୍ତୁ ବାସ୍ତବରେ ଏହା ନୁହଁ ପର୍ସନାଲ ସ୍ପେସ୍ ଦେବା ଦ୍ବାରା ମନ ମଧ୍ୟରେ ଥିବା ଅସୁରକ୍ଷିତ ଭାବନା ଦୂର ହୋଇଥାଏ।

ନିଶ୍ଚିତ ପଢ଼ନ୍ତୁ : ମେସେଜରେ କେବେ ବି ଏକ୍ସଙ୍କୁ କୁହନ୍ତୁ ନାହିଁ ଏହି ସବୁ କଥା

ଯଦି ସାଥିଙ୍କୁ ପର୍ସନାଲ ସ୍ପେସ୍ ଦେବା କଥାକୁ ନେଇ ଆପଣ ଚିନ୍ତିତ ଅଛନ୍ତି ତେବେ ଏହା ବିଷୟରେ ସାଥିଙ୍କ ସହ କଥା ହୁଅନ୍ତୁ। ଦୁହେଁ ମିଳିତ ଭାବେ ଏହାର କୌଣସି ସମାଧାନ ବାହାର କରିବାକୁ ଚେଷ୍ଠା କରନ୍ତୁ। ଧ୍ୟାନ ଦିଅନ୍ତୁ ଆନ୍ଯ ଜଣଙ୍କୁ କେବେ ମଧ୍ୟ  ଏପରି ନଲାଗୁ କି ଆପଣ ତାଙ୍କଠାରୁ ଦୂରକୁ ଯିବାକୁ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.