Below header

ମଙ୍ଗଳବାର ଭୁଲରେ କରନ୍ତୁ ନାହିଁ ଏହି ୮ କାମ : କମ୍ ହୋଇଯିବ ଆୟୁଷ

ପୌରାଣିକ କଥା ଅନୁସାରେ ଭଗବାନ ଶିବଙ୍କର ୧୧ତମ ଅବତାର ହେଉଛନ୍ତି ହନୁମାନ । ପବନପୁତ୍ର ହନୁମାନଙ୍କୁ କଳିଯୁଗ ଭଗବାନ କୁହାଯାଏ । ଏହି କାରଣରୁ ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଶନି, ମଙ୍ଗଳ, ରାହୁ ଏବଂ କେତୁ ଭଳି ଗ୍ରହ ଦୋଷ ଥାଏ ସେମାନଙ୍କୁ ହନୁମାନଙ୍କ ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଥାଏ । କୁହାଯାଏ ମଙ୍ଗଳବାର ହନୁମାନଙ୍କ ପୂଜା କଲେ ଅନେକ ଗ୍ରହଙ୍କ ନକରାତ୍କମ ପ୍ରଭାବ କମ୍ ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ଅଛି ଯାହାକୁ ଭୁଲରେ ବି ମଙ୍ଗଳବାର କରିବା ଅନୁଚିତ୍ । କାରଣ ମଙ୍ଗଳବାର ଏସବୁ କାମ କଲେ ଅଶୁଭ ବୋଲି କୁହାଯାଏ । ଯାହା ଫଳରେ ଆପଣଙ୍କୁ ହଠାତ୍ ସଙ୍କଟର ସାମ୍ନା କରିବାକୁ ପଡିପାରେ ।

ନଖ କାଟିବା :

ମଙ୍ଗଳବାର ଦିନ ଭୁଲରେ ନଖ କାଟନ୍ତୁ ନାହିଁ । କାରଣ ଏହି ଦିନ ମଙ୍ଗଳବାର ନଖ କାଟିଲେ ମଙ୍ଗଳ ଗ୍ରହ ଏବଂ ହନୁମାନ ଅସନ୍ତୁଷ୍ଟ ହୋଇଥାନ୍ତି । ଯାହା ଫଳରେ ଆମର ଆୟୁ କମିଯାଏ । ଅର୍ଥାତ୍ ମଙ୍ଗଳବାର ନଖ କାଟିବା ଅର୍ଥ ନିଜ ଆୟୁ କମାଇବା ।

କେଶ କାଟିବା :

କୌଣସି ବି ପରିସ୍ଥିତିରେ ମଙ୍ଗଳବାର କେଶ ଏବଂ ଦାଢି କାଟନ୍ତୁ ନାହିଁ । ଯଦି ଏପରି କରନ୍ତି ତେବେ ଆପଣଙ୍କ ସହ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।

ଏହା ସହ ପଢନ୍ତୁ ଗୁରୁ ଦିବସରେ ରାଶି ହିସାବରେ ଦିଅନ୍ତୁ ଉପହାର : ହେବ ପ୍ରଚୁର ଜ୍ଞାନ ପ୍ରାପ୍ତି

ପୂଜା କରନ୍ତୁ କିନ୍ତୁ ହୋମ କରନ୍ତୁ ନାହିଁ :

କୁହାଯାଏ ହୋମ ଘରର ବାତାବରଣକୁ ଶୁଦ୍ଧ କରିବା ସହ ସକରାତ୍ମକ ଉର୍ଜା ସଂଚାର କରିଥାଏ । କିନ୍ତୁ ଭୁଲରେ ମଙ୍ଗଳବାର ଘରେ ହୋମ କରନ୍ତୁ ନାହିଁ ।

କଳା ବସ୍ତ୍ର ପିନ୍ଧିବା :

ମଙ୍ଗଳବାର କଳା ବସ୍ତ୍ର ପିନ୍ଧିବା ଅନୁଚିତ୍ । କଳା ବସ୍ତ୍ରର ସମ୍ପର୍କ ଶନିଦେବଙ୍କ ସହ ଥିବାରୁ ଅଶୁଭ ଏବଂ ହାନିକାରକ ହୋଇଥାଏ ।

ମାଟି ଖୋଳିବା :

ମଙ୍ଗଳବାର କୌଣସି ଭୂମି ଖୋଳିବା ଅନୁଚିତ୍ । ଏହା ସହ ନିର୍ମାଣ କାମ ମଧ୍ୟ କରିବା ଉଚିତ୍ ନୁହେଁ । ଏମିତି କଲେ କ୍ଷତିକାରକ ହୋଇଥାଏ ।

ନୂଆ ଗଛ ଲଗାଇବା :

ମଙ୍ଗଳବାର କୌଣସି ଗଛ ଲଗାନ୍ତୁ ନାହିଁ । ଏହି ଦିନ ଗଛ ଲଗାଇଲେ ଭଗବାନ ହନୁମାନ କ୍ରୋଧ କରିଥାନ୍ତି ।

ଜିନିଷ କିଣିବା :

ମଙ୍ଗଳବାର ଛୁରୀ , ଖଣ୍ଡା, ଅସ୍ତ୍ରଶସ୍ତ୍ର ଏବଂ ବିଜୁଳିର କୌଣସି ସାମଗ୍ରୀ କିଣନ୍ତୁ ନାହିଁ । ଯଦି ଏସବୁ କିଣୁଛନ୍ତି ତେବେ ବହୁତ କ୍ଷତି ହୋଇପାରେ ।

ବିରି ଖାଇବା :

ବିରି ସହ ଶନିଦେବଙ୍କର ସମ୍ପର୍କ ଥାଏ । ତେଣୁ ମଙ୍ଗଳବାର ବିରିଡାଲି ଖାଇବା ଅନୁଚିତ୍ । ଯଦି ଆପଣ ଏମିତି କରୁଛନ୍ତି ତେବେ ଆପଣଙ୍କ ଉପରେ ଭଗବାନଙ୍କ ପ୍ରକୋପ ପଡିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.