କଣ ହେଲମେଟ୍ ପିନ୍ଧିବା ଯୋଗୁଁ ଚନ୍ଦା ହେବାର ଆଶଙ୍କା ବଢିଥାଏ କି ?

ହେଲମେଟ୍ ପିନ୍ଧି ବାଇକ୍ ଚଲାଉଥିବା ଲୋକଙ୍କ ମନରେ ପ୍ରାୟତଃ ଏହି ପ୍ରଶ୍ନ ଆସିଥାଏ କି କଣ ହେଲମେଟ୍ କିମ୍ବା ଟୋପି ପିନ୍ଧିବା ଦ୍ବାରା କେଶ ଝଡିଥାଏ? ଏହି ପ୍ରଶ୍ନର ଉତ୍ତର ହେଉଛି ହଁ, ନିୟମିତ ରୂପେ ହେଲମେଟ୍ କିମ୍ବା ଟୋପି ପିନ୍ଧିବା ଲୋକମାନଙ୍କର କେଶ ଝଡିବାର ଆଶଙ୍କା ଅଧିକ ଦେଖାଦେଇଥାଏ । କାରଣ ହେଲମେଟ ପିନ୍ଧିବା ଦ୍ବାରା ଆପଣଙ୍କର କେଶର ମୂଳ ହେଲମେଟ୍ ର ବହୁତ ପାଖକୁ ଆସି ଘଷିହୋଇଥାଏ । ଯାହାଫଳରେ କେଶ ଦୁର୍ବଳ ହୋଇଯାଇଥାଏ । ଏହାସାଙ୍ଗକୁ ନୂଆ କେଶ ଉଠିବା ଉପରେ ମଧ୍ଯ ପ୍ରଭାବ ପକାଇଥାଏ । ଏହାକୁ ମେଡିକାଲ ସାଇନ୍ସ ରେ ଟ୍ରାକସନ୍ ଏଲୋପେସିଆ କୁହାଯାଇଥାଏ ।

hairଟ୍ରାକସନ୍ ଏଲୋପେସିଆ ପ୍ରାୟତଃ ସେହି ଲୋକମାନଙ୍କ ପାଖରେ ଦେଖାଯାଇଥାଏ, ଯେଉଁ ଲୋକମାନେ ନିଜର କେଶକୁ ବହୁତ ଟାଇଟ୍ ରେ ବାନ୍ଧିଥାନ୍ତି । ଏହାଛଡା ବହୁତ ସମୟ ଧରି ହେଲମେଟ୍ ବ୍ଯବହାର କରୁଥିବା ଲୋକମାନଙ୍କ ପାଖରେ ମଧ୍ଯ ଏହି ଟ୍ରାକସନ୍ ଏଲୋପେସିଆ ଦେଖାଦେଇଥାଏ । ଏମିତିରେ ଏଥିରୁ ବଞ୍ଚିବା ପାଇଁ ଜରୁରୀ ହେଉଛି କି, ହେଲମେଟ ପିନ୍ଧିବା ପୂର୍ବରୁ ଆପଣ କିଛି କଥା ଉପରେ ଧ୍ଯାନ ରଖନ୍ତୁ । ଯେମିତି କି, ଆପଣ କେଶକୁ ବହୁତ ଅଧିକ ଜୋର କରି ବାନ୍ଧନ୍ତୁ ନାହିଁ । ଚେଷ୍ଟା କରନ୍ତୁ କେଶ ମୂଳ ଅଧିକ ଭିଡି ନହଉ । ଆପଣଙ୍କ କେଶ ଆଉ ହେଲମେଟ ମଧ୍ଯରେ ଅଳ୍ପ ଦୂରତା ରହୁ ।

female-pattern-baldness

ବ୍ଯାକ୍ଟେରିଆ କାରଣରୁ – ହେଲମେଟ ଲଗାଇବା କାରଣରୁ ଆପଣଙ୍କ ମୁଣ୍ଡରେ ହେଉଥିବା ଝାଳ ଆପଣଙ୍କ କେଶ ପାଇଁ ହାନିକାରକ ଅଟେ । ଏହା ଦ୍ବାରା ହେଲମେଟ ଭିତରେ ବ୍ଯାକ୍ଟେରିଆ ପହଁଞ୍ଚି କେଶକୁ ଦୁର୍ବଳ କରିଥାନ୍ତି । ଏହା ନୂଆ କେଶ ତିଆରି କରିବାରେ ମଧ୍ଯ ବାଧକ ସାଜିଥାଏ। ତେଣୁ ଯେବେ ବି ଆପଣ ହେଲମେଟ ପିନ୍ଧୁଛନ୍ତି ହେଲମେଟ ମଧ୍ଯରେ ପବନ ଯେଭଳି ଯାଇପାରିବ ାସଥିପ୍ରତି ଧ୍ଯାନ ଦିଅନ୍ତୁ ।

manକେମିତି କେଶ ଝଡିବାରୁ ବଞ୍ଚିବେ

୧-ହେଲମେଟର ଆଗପଟକୁ ଓଠେିକି ରଖିବାକୁ ଦିଅନ୍ତୁ, ଯେମିତିକି ପବନ ହେଲମେଟ ମଧ୍ଯକୁ ପ୍ରବେଶ କରିପାରିବ । ଏହାଦ୍ବାରା କେଶରେ ବ୍ଯାକ୍ଟେରିଆ ପହଁଚି ପାରିବେ ନାହିଁ ।

୨-କେଶକୁ ବହୁତ ଜୋର କରି ବାନ୍ଧନ୍ତୁ ନାହିଁ । ଚେଷ୍ଟା କରନ୍ତୁ କେଶର ମୂଳ ଅଧିକ ଭିଡି ହୋଇ ନରହୁ ।

୩-ଖାଇବା ପିଇବା ଉପରେ ମଧ୍ଯ ଖାସ୍ ଧ୍ଯାନ ଦିଅନ୍ତୁ। କେଶ ପାଇଁ ଲାଭଦାୟକ ଖାଦ୍ଯ ଖାଆନ୍ତୁ ।

୪-ହେଲମେଟକୁ ପ୍ରତିଦିନ ଆଣ୍ଟି-ବ୍ଯାକ୍ଟେରିଆ ଲିକ୍ଯୁଡ୍ ଦ୍ବାରା ସଫା କରନ୍ତୁ ।

୫-ସମୟ ସମୟରେ କେଶକୁ ମସାଜ କରନ୍ତୁ । ଏହାଦ୍ବାରା ମୁଣ୍ଡ ମଧ୍ଯରେ ରକ୍ତ ପ୍ରବାହ ଠିକ୍ ଭାବେ ସଞ୍ଚାଳନ ହୋଇଥାଏ । ଯାହାଦ୍ବାରା କେଶ ମଜବୁତ ରହିଥାଏ ।

 

Leave A Reply

Your email address will not be published.