ସକାଳ ସମୟରେ ଏହି ଗୋଟିଏ ବି ଭୁଲ ପାଲଟି ଯାଇପାରେ ଆପଣଙ୍କ ଏସିଡ଼ିଟିର ପ୍ରମୁଖ କାରଣ, ଜାଣନ୍ତୁ ଲିଷ୍ଟରେ କଣ କଣ ଅଛି

ଭାରତରେ ଅନେକ ଲୋକ ଏସିଡ଼ିଟି ଓ ପେଟ ଗ୍ୟାସ ନେଇ ସମସ୍ୟାକୁ ନେଇ ବ୍ୟସ୍ତ ରହୁଛନ୍ତି । ଏହି କାରଣରୁ ସାଧାରଣ ଜୀବନ ଯାତ୍ରା ଅନେକ ପରିମାଣରେ ପ୍ରଭାବିତ ହେଉଛି । ଅଵ୍ୟଵସ୍ଥିତ ଲାଇଫ ଷ୍ଟାଇଲ ତଥା ଅସ୍ୱାସ୍ଥ୍ୟକର ଖାଦ୍ୟାଭାସ କାରଣରୁ ଏପରି ସମସ୍ୟାମାନ ଦେଖାଦେଉଥିବା ନେଇ ଜଣାଯାଇଛି । ତେଣୁ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଉଥିବା ତଥା ଏସିଡ଼ିଟିର ଅନ୍ୟତମ ପ୍ରମୁଖ କାରଣ ପାଲଟିଥିବା ଅଭ୍ୟାସ ଗୁଡିକୁ ଆମକୁ ତୁରନ୍ତ ବଦଳାଇବାକୁ ପଡିବ ।

ଯଦି ଆପଣଙ୍କର ଚାହା ସଉକ ରହିଛି । ଆଉ ସକାଳର ଆରମ୍ଭ ଆପଣ ଚାହା କପ ସହିତ ହିଁ କରିଥାନ୍ତି । ଏବେ ଆପଣଙ୍କର ଏସିଡ଼ିଟି ତଥା ରୀଫଳକସ ଭଳି ସମସ୍ୟା ଦେଖାଦେବାର ଆଶଙ୍କା ଅଧିକ ଥାଏ । ହୁଏତ ଆପଣ ଜାଣି ନଥିବେ ଖାଲି ପେଟରେ ଚାହା ପିଇବା ଦ୍ୱାରା ଏହା ଆମ ଶରୀରର ବାଇଲ ଜୁସ କ୍ଷରଣ ଉପରେ ନେଗେଟିଭ ପ୍ରଭାବ ପକାଇଥାଏ । ଯେଉଁ ପ୍ରଭାବରେ ଏସିଡ଼ିଟି ହେବାର ତ ଆଶଙ୍କା ଥାଏ ଏହା ସହ ଅନିଜି ମଧ୍ୟ ଲାଗିଥାଏ ।

ଏହି ଜିନିଷ ଗୁଡିକ ଠାରୁ ଦୂରେଇ ରୁହନ୍ତୁ:

ଖାଲି ଚାହା ନୁହେଁ ଏହି ସବୁ ଖାଦ୍ୟର ସେବନ ଖାଲି ପେଟରେ କରିବା ଉଚିତ ନୁହେଁ ।  ଏଗୁଡିକ ମଧ୍ୟରେ ରହିଛି ମସଲାଯୁକ୍ତ ଖାଦ୍ୟ, ହଟ କଫି, ଅଧିକ ତେଲ ଯୁକ୍ତ ଭୋଜନ, ଚକୋଲେଟ, ବର୍ଗର ଆଦି | ଏଗୁଡିକ ଠାରୁ ଦୂରତା ରଖିବା ଉଚିତ ।

ଏସିଡ଼ିଟିରୁ ରକ୍ଷା ପାଇବା ପାଇଁ ସକାଳ ସମୟରେ କଣ କରିବା ଉଚିତ ?

-ଯଦି ସକାଳ ଚାହା ବିନା ଆପଣଙ୍କ ଦିନ ଆରମ୍ଭ ହେଉନାହିଁ ତାହେଲେ ଚାହା ସହିତ ଅଦା ମିଶାଇ ପିଅନ୍ତୁ । ଏହା ଦ୍ୱାରା ଏସିଡ଼ିଟି ହେବା ନେଇ ସମ୍ଭାବନା କମିଯାଏ ।

-ସକାଳ ଓ ସନ୍ଧ୍ୟା ଜଳଖିଆରେ ଓଟମିଲ ସାମିଲ କରିବା ଉଚିତ । ଏହା ଦ୍ୱାରା ପେଟରେ ଗ୍ୟାସ ତ ହେବନି ଏହା ସହ ପାଚନ ତନ୍ତ୍ର ବି ସୁସ୍ଥ ରହିବ । ସକାଳେ ଯଦି ଅଣ୍ଡା ସିଝା ଖାଇବେ ତାହେଲେ ମଧ୍ୟ ପେଟ ଜନିତ ସମସ୍ୟା ଉପୁଜିବ ନାହିଁ ।

– ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥିବା କାରଣରୁ ଆପଣ ସକାଳ ସମୟରେ ସବୁଜ ପନିପରିବା ଖାଇପାରିବେ । କିନ୍ତୁ ଅଧିକ ତେଲରେ ଛଣାଯିବା ଉଚିତ ନୁହେଁ ।

– ସକାଳେ ଖାଇବା ପରେ କିଛି ସମୟ ଚାଲନ୍ତୁ । ଏହା ଦ୍ୱାରା ଏସିଡ଼ିଟିର ଆଶଙ୍କା ରୁହେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.