ସଲମାନଙ୍କ ଇଦ୍ ପାର୍ଟିରେ ଯୋଗୋ ଦେଇଥିବାରୁ ଟ୍ରୋଲ୍ ହେଲେ କଙ୍ଗନା

ବଲିଉଡ୍ କୁଇନ୍ କୁହାଯାଉଥିବା କଙ୍ଗନା ରାନାୱତ ସବୁ ବେଳେ ନିଜ କଥାକୁ ନେଇ ପ୍ରାୟ ସବୁବେଳେ ବିବାଦରେ ଥାଆନ୍ତି। ଏମିତିକି ତାଙ୍କ ସାମ୍ନାରେ କେହି ମୁହଁ ଖୋଲିବାକୁ ମଧ୍ୟ ଡରନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କୁ ଲୋକେ ଟ୍ରୋଲ କରିବାକୁ ଲାଗିଲେଣି । ନିକଟରେ ସଲମାନ ଖାନଙ୍କ ଇଦ୍ ପାର୍ଟିରେ ପହଞ୍ଚିବା ପରେ ଓ ତାଙ୍କ ଫଟୋ ଭାଇରାଲ୍ ହେବା ପରେ କଙ୍ଗନାଙ୍କୁ ଟ୍ରୋଲ୍ କରାଯାଇଛି।

 

 

View this post on Instagram

 

A post shared by Viral Bhayani (@viralbhayani)


ଏମିତିକି ଲୋକମାନେ ତାଙ୍କୁ ରଙ୍ଗ ବଦଳାଉଥିବା ଏଣ୍ଡୁଅ କହିଛନ୍ତି । କଙ୍ଗନା ଅର୍ପିତା ଏବଂ ଆୟୁଷ ଶର୍ମାଙ୍କ ଇଦ୍ ପାର୍ଟିରେ ଯୋଗ ଦେଇଥିଲେ। ତେବେ ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ କଙ୍ଗନାକୁ ବହୁତ ଟ୍ରୋଲ କରୁଛନ୍ତି। ସଲମାନ ଖାନଙ୍କ ଇଦ୍ ପାର୍ଟିରୁ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଏଥର ସଲମାନଙ୍କ ଭଉଣୀ ଅର୍ପିତା ଏବଂ ଭିଣୋଇ ଆୟୁଷ ଶର୍ମାଙ୍କ ଦ୍ୱାରା ଇଦ୍ ପାର୍ଟିର ଆୟୋଜନ କରାଯାଇଥିଲା। ସମସ୍ତ ବଲିଉଡ ସେଲିବ୍ରିଟି ଇଦ୍ ପାର୍ଟିରେ ଅର୍ପିତାଙ୍କ ଘରେ ପହଞ୍ଚିଥିଲେ। ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ।

ତେବେ କଙ୍ଗନା ରନାୱତ ଅନେକ ସମୟରେ ନିଜ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଗତ କିଛି ବର୍ଷ ମଧ୍ୟରେ, କଙ୍ଗନା ବଲିଉଡ୍ ସହିତ ଜଡିତ ଅନେକ ଲୋକଙ୍କୁ କ୍ରମାଗତ ଭାବରେ ଟାର୍ଗେଟ କରିଛନ୍ତି ଏବଂ ସଲମାନ ଖାନଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ। ଏଭଳି ପରିସ୍ଥିତିରେ, କଙ୍ଗନା ରାନାୱତ କିପରି ଇଦ୍ ପାର୍ଟିରେ ପହଞ୍ଚିଛନ୍ତି। ଲୋକମାନଙ୍କ ମନରେ ସେହି ପ୍ରଶ୍ନ। କଙ୍ଗନା ଏକ ସାକ୍ଷାତକାରରେ କହିଥିଲେ ଯେ ହୁଏତ ମୁଁ ଚାହୁଁନି କୌଣସି ଖାନଙ୍କ ସହ କାମ କରିବା ପାଇଁ କିନ୍ତୁ ସେମାନେ ମୋର ଭଲ ବନ୍ଧୁ। ତେବେ ଅର୍ପିତା ଓ ଆୟୁଷଙ୍କ ଇଦ୍ ପାର୍ଟିରେ ବଲିଉଡ଼ର ଅନେକ ବଡ଼ ବଡ଼ ସେଲିବ୍ରିଟି ଯୋଗ ଦେଇଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.