ସାଧାରଣ କ୍ଷୀର ନୁହେଁ, ପ୍ରତିଦିନ ପିଅନ୍ତୁ ନଡ଼ିଆ କ୍ଷୀରର ଚା’; ମିଳିବ ଏତେ ଫାଇଦା ଯେ ପିଇବେ ବାରମ୍ବାର

ସାଧାରଣତଃ ଲୋକେ ଚା’ ପିଇବା ପାଇଁ ଗାଈ କ୍ଷୀର କିମ୍ବା ମିଲ୍କ ପାଉଡର ବ୍ୟବହାର କରିଥାଆନ୍ତି। କିନ୍ତୁ କ’ଣ ଆପଣ କେବେ ନଡ଼ିଆ କ୍ଷୀରର ଚା’ ପିଇଛନ୍ତି କି? କହି ରଖୁଛୁ, ନଡ଼ିଆ କ୍ଷୀରରେ ମ୍ୟାଗ୍ନେସିୟମ୍‌, ଆଇରନ୍‌, ଭିଟାମିନ୍‌ ସି, ପୋଟାସିୟମ୍‌ ଓ ଫାଇବର ରହିଥାଏ, ଯାହାକି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ଏମିତିରେ ଆଜି ଆମେ ଆପଣଙ୍କୁ ନଡ଼ିଆ କ୍ଷୀରରେ ପ୍ରସ୍ତୁତ ଚା’ର ଫାଇଦା ବିଷୟରେ କହିବୁ।

ଓଜନ ହ୍ରାସ: ନଡ଼ିଆ କ୍ଷୀରର ଚା’ ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିବ। କାରଣ, ଏଥିରେ ଓଜନ ବଢ଼ାଉଥିବା ଫ୍ୟାଟ୍‌କୁ ନଷ୍ଟ କରିବାର ଗୁଣ ଭରି ରହିଛି। ନଡ଼ିଆରେ କ୍ୟାଲୋରୀ କମ୍‌ ରହିବା ସହିତ ପାଣିର ମାତ୍ରା ଅଧିକ ଅଛି, ଯେଉଁ କାରଣରୁ ଏହା ଓଜନ କମ୍‌ କରେଇବାରେ ଲାଭଦାୟକ ହୋଇଥାଏ।

ଇମ୍ୟୁନିଟିକୁ କରିଥାଏ ବୁଷ୍ଟ: କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ହେଲା, ନଡ଼ିଆ କ୍ଷୀରରୁ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ। ନଡ଼ିଆରୁ ଭିଟାମିନ୍‌ ସି ମିଳିଥାଏ, ଯାହା ଇମ୍ୟୁନ୍‌ ସିଷ୍ଟମ୍‌କୁ ମଜଭୁତ୍‌ କରିଥାଏ।

ହାର୍ଟ ପାଇଁ ଭଲ: ନଡ଼ିଆ ସେବନ କିମ୍ବା ଏହାର କ୍ଷୀରରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା କୋଲେଷ୍ଟେରୋଲ୍‌ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ।

ଏହିଭଳି ପ୍ରସ୍ତୁତ କରନ୍ତୁ ନଡ଼ିଆ କ୍ଷୀରର ଚା’

-କୋକୋନଟ୍‌ ଗ୍ରୀନ୍‌ ଟି ବନାଇବା ପାଇଁ ଏକ ପାତ୍ରରେ ୪ କପ୍‌ ପାଣି ଗରମ କରନ୍ତୁ।

-ଏଥିରେ ୩ଟି ଗ୍ରୀନ୍‌ ଟି ବ୍ୟାଗ୍‌ ରଖନ୍ତୁ।

-୧/୪ କପ୍‌ ନଡ଼ିଆ କ୍ଷୀର ଏବଂ ୨ ବଡ଼ ଚାମଚ କ୍ରିମ୍‌ ପକାନ୍ତୁ।

-ଏହାକୁ ଭଲ ଭାବେ ମିଶାଇ ଦିଅନ୍ତୁ ଏବଂ ଟି ବ୍ୟାଗ୍‌ଗୁଡ଼ିକୁ କାଢ଼ି ଆଣନ୍ତୁ।

-ଆପଣ ଚାହିଁଲେ ୧ ଚାମଚ ବ୍ରାଉନ୍‌ ସୁଗାର ବି ମିଶାଇ ପାରିବେ।

You might also like