Below header

ନନଭେଜ୍‌ ଖାଇବାକୁ ସୌକିନ କି, ତେବେ ଆଜି ବନାନ୍ତୁ ହାଇଦ୍ରାବାଦୀ ଚିକେନ

ଆବଶ୍ୟକ ସାମଗ୍ରୀ

  • ୫୦୦ ଗ୍ରାମ ଚିକେନ
  • ୩ଟି ସୁଖିଲା ଲଙ୍କା
  • ୨ଟି ପିଆଜ
  • ୨ ଚାମଚ ତେଲ, ୨ ଚାମଚ ଧନିଆ ପାଉଡର
  • ୨ ଚାମଚ ଅଦା ରସୁଣ ପେଷ୍ଟ
  • ୩ଟି ଲାଲ ଲଙ୍କା
  • ୨ ଚାମଚ ଭଜା ବାଦାମ
  • ୧ ଚାମଚ ଜିରା
  • ୨-୩ଟି କଞ୍ଚା ଲଙ୍କା
  • ୧୦-୧୨ଟି ଭୃଷଙ୍ଗ ପତ୍ର
  • ୧ ଚାମଚ ହଳଦି ପାଉଡର
  • ୧ ଚାମଚ ଗରମ ମସଲା
  • ଗାର୍ନିସ କରିବା ପାଇଁ ଧନିଆ ପତ୍ର
  • ସ୍ୱାଦାନୁସାରେ ଲୁଣ
  • ୨ ଚାମଚ ତେନ୍ତୁଳି ରସ

ପ୍ରସ୍ତୁତି ପ୍ରଣାଳୀ

ନଡିଆ, ବାଦାମ ଏବଂ ଗୋଟା ସୁଖିଲା ଲଙ୍କାକୁ ନେଇ ଗ୍ରାଇଣ୍ଡିଂ କରି ଦରଦରା ପେଶି ଦିଅନ୍ତୁ। ଏବେ ଏକ ବଡ ପାତ୍ର ନିଅନ୍ତୁ, ସେଥିରେ ତେଲ ଗରମ କରନ୍ତୁ ଏବଂ ସେଥିରେ ଜିରା ପକାଇ ଦିଅନ୍ତୁ। ଏହା ଫୁଟିବାକୁ ଲାଗିଲେ ସେଥିରେ କଟା ପିଆଜ ପକାଇ ୨ ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ପିଆଜ ଭଲଭାବେ ଫ୍ରାଏ ହେବା ପରେ ଏଥିରେ କଟା କଞ୍ଚା ଲଙ୍କା ପକାନ୍ତୁ। ଏହାକୁ ୨ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ। ଗୋଟେ ମିନିଟ୍‌ ପାଇଁ ଭାଜି ସେଥିରେ ଅଦା-ରସୁଣ ପେଷ୍ଟ ପକାନ୍ତୁ। ଏବେ ପୁଣି ଥରେ ଧୀମା ଆଞ୍ଚରେ ରାନ୍ଧନ୍ତୁ ଏବଂ ମସଲା ଯେମିତିକି ହଳଦି ପାଉଡର, ଲୁଣ, ଲାଲ ଲଙ୍କା ପାଉଡର, ଗୋଲ ମରୀଚ ପକାଉଡର ଏବଂ ଧନିଆ ପାଉଡର ପକାନ୍ତୁ।

ଏହି ସବୁ ସାମଗ୍ରୀକୁ ଏକା ସାଥିରେ ଧୀମା ଆଞ୍ଚରେ ଗୋଟେ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ ଏବଂ ଏଥିରେ କିଛି ଚାମଚ ପାଣି ପକାଇ ମସଲା ଗାଢ଼ା ହେବାକୁ ଛାଡନ୍ତୁ। ଚିକେନ ଖଣ୍ଡକୁ ପକାଇ ତାକୁମସଲା ସହ ମିଶାଇ ଦିଅନ୍ତୁ। ଏବେ ତେନ୍ତୁଳି ପେଷ୍ଟ ଏବଂ ଗରମ ମସଲା ପାଉଡର ପକାନ୍ତୁ। ପାଣି ଦେଇ ଏହାକୁ ୫ ମିନିଟ ପର୍ଯ୍ୟନ୍ତ ସିଝିବାକୁ ଛାଡି ଦିଅନ୍ତୁ। ଘୋଡଣୀ ଖୋଲି ଏହାକୁ କିଛି ସମୟ ଚାମଚରେ ଚଲାନ୍ତୁ। ଏବଂ ଏହାକୁ ଆଉ ୧୦ ମିନିଟ୍‌ ସିଝିବା ପାଇଁ ଛାଡି ଦିଅନ୍ତୁ। ଏବେ ଆପଣଙ୍କର ଚିକେନ କରି ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.