ତଳେ ବସି ଭୋଜନ କରିବାରେ ମିଳିଥାଏ ଏହି ଅଜବ ଫାଇଦା, ଜାଣିଯିବେ ଯଦି କେବେ ବି ବସି ଖାଇବେନି ଡାଇନିଂ ଟେବୁଲରେ ଖାଦ୍ୟ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୌଷ୍ଟିକ ଭୋଜନ ହିଁ ନୁହେଁ, ଏହାକୁ ଠିକ ଢଙ୍ଗରେ ସେବନ କରିବା ବି ଜରୁରୀ ହୋଇଥାଏ। ଅନେକ ଲୋକ ଡାଇନିଂ ଟେବୁଲ ଉପରେ ବସି ଭୋଜନ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ତଳେ ବସି ଭୋଜନ କଲେ ଅନେକ ପ୍ରକାରର ଫାଇଦା ମିଳିଥାଏ? ଆଜି ଆମେ ଆପଣଙ୍କୁ ଏହି ଫାଇଦା ବିଷୟରେ କହିବୁ। ନିଜ ପାଚନ ତନ୍ତ୍ରକୁ କ୍ରିୟାଶୀଳ ତଥା ସୁସ୍ଥ ରଖିବାର ଏକ ଆୟୁର୍ବେଦିକ ଉପାୟ ହେଉଛି ତଳେ ବସି ଭୋଜନ କରିବା। ଏଥିପାଇଁ ବ୍ୟକ୍ତି ସୁଖାସନରେ ବସିବା ଉଚିତ।

ତଳେ ବସି ଖାଦ୍ୟ ଖାଇବାର ଫାଇଦା

୧. ତଳେ ବସି ଖାଦ୍ୟ ଖାଇବା ବେଳେ ବ୍ୟକ୍ତି ସୁଖାସନରେ ବସିଥାଏ। ଏହି ମୁଦ୍ରା ବ୍ୟକ୍ତିର ମନକୁ ଶାନ୍ତ ରଖିଥାଏ। ଏଥି ସହିତ ମେରୁଦଣ୍ଡ ହାଡ଼କୁ ବି ଆରାମ ପହଞ୍ଚାଇଥାଏ।

୨. ତଳେ ବସି ଭୋଜନ କରିବା ସମୟରେ ବ୍ୟକ୍ତି ଗୋଡ଼କୁ ଛନ୍ଦିକି ବସିଥାଏ, ଯାହାକି ଆପଣଙ୍କ ବ୍ରେନକୁ ଏହା ସିଗନାଲ ପହଞ୍ଚାଇଥାଏ କି, ଶରୀର ଭୋଜନ ପାଇଁ ପ୍ରସ୍ତୁତ ଅଛି। ଏହି ଆସନରେ ବସି ଭୋଜନ କରିବା ଦ୍ୱାରା ଖାଦ୍ୟ ଜଲଦି ହଜମ ହୋଇଯାଇଥାଏ।

୩. ଏହାଦ୍ୱାରା ପେଟର ମାଂସପେଶୀ ମଧ୍ୟ ଗତିଶୀଳ ହୋଇଥାଏ, ଯାହା ଭୋଜନକୁ ଶୀଘ୍ର ହଜମ କରେଇବାରେ ସାହାଯ୍ୟ କରିଥାଏ।

୪. ତଳେ ବସି ଖାଦ୍ୟ ଖାଇବା ଦ୍ୱାରା ଶରୀରର ଓଜନ ବି ସନ୍ତୁଳିତ ରହିବାରେ ସାହାଯ୍ୟ ମିଳିଥାଏ।

୫. କୁହାଯାଏ, ଯେତେବେଳେ ପରିବାରର ସବୁ ସଦସ୍ୟ ଏକସାଥୀରେ ବସି ଭୋଜନ କରିଥାନ୍ତି, ତ ସମସ୍ତଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହୋଇଥାଏ।

୬. ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ବଢ଼ିଆ ହୋଇଥାଏ, ଯାହାକି ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.