ପେରିଅଡସ୍ ଫୁଡ୍ ରୁଟିନ୍: ଜାଣନ୍ତୁ ଋତୁସ୍ରାବ ସମୟରେ, ପୂର୍ବରୁ ଓ ପରେ କ’ଣ ଖାଇବେ ?

ପିରିଅଡସ୍ ବା ମାସିକ ଋତୁସ୍ରାବ ପ୍ରତ୍ୟେକ ନାରୀଙ୍କ ପାଖରେ ଘଟୁଥିବା ଏକ ନାଟୁରାଲ ପ୍ରୋସେସ୍ । ଯାହାକି ଏକ ଗୁରୁତ୍ୱପୂର୍ଣ୍ଣ ଅବସ୍ଥା । ତେଣୁ ଏହି ସମୟରେ ନିଜର ଖାଦ୍ୟ ବା ଡାଏଟ ଉପରେ ଅଧିକ ସଚେତନତା ରହିବା ଦରକାର। ତେଣୁ ସବୁଠୁ ବଡ଼ କଥା ହେଉଛି ପ୍ରତ୍ୟେକ ମହିଳାଙ୍କୁ ଜାଣିବା ଦରକାର ଯେ ନିଜର ଏହି ମାସିକ ଋତୁସ୍ରାବ ସମୟରେ କିପରି ନିଜ ଖାଦ୍ୟ ଶୈଳୀରେ ପରିବର୍ତ୍ତନ ଅଣିବେ । ତେଣୁ ଆଜି ଆମେ ଜାଣିବା ନ୍ୟୁଟ୍ରିସନ୍ ଗାଇଡ୍ ମୀନାଚୀଙ୍କ ଠାରୁ ଋତସ୍ରାବ ସମୟରେ କେଉଁ ଖାଦ୍ୟ ଖାଇଲେ ଏହାର ଭଲ ପ୍ରଭାବ ଆମ ଶରୀର ଉପରେ ପଡ଼ିଥାଏ ।
ପେରିଅଡ୍ସ ପୂର୍ବରୁ ଏହି ଖାଦ୍ୟ ଖାଆନ୍ତୁ:

ଖାସ୍ କରି ମହିଳାଙ୍କର ଋତସ୍ରାବ ସମୟରେ ଲୋୟର ବେଲି ବା ତଳି ପେଟ ଅଧିକ କାଟି ଥାଏ । ପୁଣି ଏମିତି ହେବାର କାରଣ ହେଉଛି ଋତସ୍ରାବ ସମୟରେ ମହିଳାଙ୍କ ଶରୀରରେ କିଛି ହର୍ମୋନାଲ ପରିବର୍ତ୍ତନ । ଯେଉଁଥିପାଇଁ ମୁଡ୍ ସ୍ଵିଂଗ୍ ଠାରୁ ଆରମ୍ଭ କରି ଥକା ଲାଗିବା ଓ ଚିଡ଼ିଚିଡା ମଧ୍ୟ ଲାଗିଥାଏ । ତେଣୁ ଋତସ୍ରାବ ପୂର୍ବରୁ ଶାଗ, ସବୁଜ ପନିପରିବା, ପ୍ଲାଣ୍ଟ ପ୍ରୋଟିନ, ଫାଟୀ ଏସିଡ ଓ ଅଧିକ ଫାଇବର ଥିବା ଖାଦ୍ୟ ଯେମିତିକି ପାଳଙ୍ଗ ଶାଗ, କେଲ, ଫଳ ସେଓ, କମଳା, କଦଳୀ, କୋଳି, ଡ୍ରାଏ ଫ୍ରୁଟ୍ସ୍, ଟୋଫୁ, ବିନ୍ସ, ଡାର୍କ ଚୋକ୍ଲେଟ୍ ଆଦି ଖାଇବା ଦରକାର ଓ ଏହା ସହିତ ପ୍ରଚୁର ପାଣି ମଧ୍ଯ ପିଇବା ଦରକାର ।
ପେରିଅଡ୍ସ ହୋଇଥିବା ସମୟରେ ଏହି ଖାଦ୍ୟ ଖାଆନ୍ତୁ:
ଋତସ୍ରାବ ହେବାର ପ୍ରଥମ ଦିନରେ ଅଧିକ କଷ୍ଟ ହୋଇଥାଏ । ତେଣୁ ସେହି ସମୟରେ ଏମିତି କିଛି ଖାଦ୍ୟ ଖାଇବା ଦରକାର ଯାହାକି ସେଇ କଷ୍ଟରୁ ମୁକ୍ତି ଦେବ । ତେଣୁ ଏହି ସମୟରେ ଅଧିକ ଆଇରନ ଓ ମ୍ୟାଗ୍ନେସିୟମ୍ ଖାଦ୍ୟ ଯେମିତିକି ଫ୍ୟାଟି ଫିସ, ହୋଲ ଗ୍ରେନ, ଡାର୍କ ଚକ୍ଲେଟ, ଦହି ଖାଇବା ଦରକାର । ଏହା ସହିତ ଗରମ ପେପରମିଣ୍ଟ ଟି ଓ ଅଦା ଚା ପିଇବା ଦରକାର । ଏହା ପିରିୟଡ଼ ପେନ୍ ରୁ ରକ୍ଷା କରିଥାଏ ଓ ଶରୀରକୁ ପୋଷଣ ଯୋଗାଇଥାଏ ।
ପେରିଅଡ୍ସ ପରେ ଏହି ଖାଦ୍ୟ ଖାଆନ୍ତୁ:
ନିଜର ଋତୁସ୍ରାବ ସେଷ ହେବା ପରେ ମଧ୍ୟ ମହିଳାଙ୍କୁ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବାକୁ ପଡ଼ିବ, ଯାହାକି ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ଋତୁସ୍ରାବ ଶେଷ ହେବାର ପରେ ମଧ୍ୟ ମହିଳାଙ୍କୁ ଆହୁରି ୧୪ ଦିନ ପର୍ଯ୍ୟନ୍ତ ନିଜ ଖାଇବା ଉପରେ ଧ୍ୟାନ ଦେବାକୁ ପଡ଼ିବ । ତେଣୁ ଏହି ସମୟରେ ଭିଟାମିନ୍ ବି ଓ ଲିନ ପ୍ରୋଟିନ ଯୁକ୍ତ ଖାଦ୍ୟ ସହିତ କ୍ୟାଲସିୟମ୍ ଯୁକ୍ତ ଖାଦ୍ୟ ଏବଂ ଆଇରନ ଯୁକ୍ତ ଖାଦ୍ୟ ଯେମିତିକି ପାଳଙ୍ଗ ଶାଗରେ ତିଆରି ହୋଇଥିବା ଯେକୌଣସି ଖାଦ୍ୟ, ସବୁଜ ପନିପରିବା, କ୍ଷୀର, ଓଟ୍ସ୍, ବ୍ରାଉନ ରାଇସ, ଫଳ ଓ ଫାଇବର ଯୁକ୍ତ ଖାଦ୍ୟ ଫ୍ଲାକ୍ସିଡ, ଡ୍ରାଏ ଫ୍ରୁଟସ, ବ୍ରାଉନ ବ୍ରେଡ୍ ଆଦି ଖାଇବା ଦରକାର। କିନ୍ତୁ ଧ୍ୟାନ ରଖନ୍ତୁ ଅଧିକ ମିଠା କିମ୍ବା ଅଧିକ ଲୁଣ ଥିବା ଖାଦ୍ୟ ଠାରୁ ଦୂରେଇ ରହିବା ପାଇଁ । ଏମିତିକି ଅଧିକ ରାଗ ଖାଇବା ମଧ୍ୟ ଉଚିତ୍ ନୁହେଁ । କାରଣ ଏହା ପେଟ ଉପରେ ଖରାପ ପ୍ରଭାବ ପକାଇଥାଏ ।