ଆକ୍ନେ ଏବଂ ପିଗମେଣ୍ଟେସନ ଫ୍ରି ତ୍ୱଚାରୁ ମୁକ୍ତି ଦେବ ମଇଦା ଫେସପ୍ୟାକ୍‌, ଟ୍ରାଏ କରନ୍ତୁ ଏହି ଫେସପ୍ୟାକ୍‌

ମଇଦାର ବ୍ୟବହାର ଆପଣ ବିଭିନ୍ନ ପ୍ରକାର ରୋଷେଇରେ କରିଥିବେ। ପକୋଡା ହେଉ ଅବା ପୁରି କିମ୍ବା ଅନ୍ୟ କିଛି ଜିନିଷ ପାଇଁ ମଇଦାର ବ୍ୟବହାର କରିପାରିବେ। ମଇଦା ବ୍ୟବହାର କରି ଆପଣ ଆକ୍ନେ ଏବଂ ପିଗମେଣ୍ଟେସନରୁ ଛୁଟକାରା ପାଇପାରିବେ। ତେବେ ଆସନ୍ତୁ ଜାଣିବା ମଇଦାର ଫେସପ୍ୟାକ୍‌ ବିଷୟରେ…

ମଇଦା ଓ ଦହି ଫେସପ୍ୟାକ: ଏଥିପାଇଁ ଆପଣଙ୍କୁ ୨ ଚାମଚ ମଇଦା, ୧ ଚାମଚ ଦହି ଏବଂ ୧ ଚାମଚ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ୧ ଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖନ୍ତୁ। ଥଣ୍ଡା ହେବା ପରେ ଏହାକୁ ମୁହଁରେ ଲଗାଇ ଧୋଇଦିଅନ୍ତୁ।

ମଇଦା ଓ ଲେମ୍ବୁ ଫେସପ୍ୟାକ୍‌: ଏଥିପାଇଁ ଆପରଙ୍କୁ ୨ ଚାମଚ ଲେମ୍ବୁ ରସ, ୧ ଚାମଚ ମଇଦା, ୧ ଚାମଚ ଅଲିଭ ଅଏଲ ଦରକାର ପଡିବ। ଏହିସବୁ ସାମଗ୍ରୀକୁ ଭଲ ଭାବେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାଇ ରଖନ୍ତୁ।

ମଇଦା ଓ ଆଲୋଭେରା ଜେଲ: ଏଥିପାଇଁ ଆପଣ ୨ ଚାମଚ ଆଲୋଭେରା ଜେଲ ଏବଂ ୧ ଚାମଚ ମଇଦା ଜରୁରୀ। ଦୁଇଟି ସାମଗ୍ରୀକୁ ଭଲ ଭାବେ ମିଶାଇ ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାଇ ୩୦ ମିନିଟ୍‌ ରଖିବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.