ଶୀତଦିନେ ବ୍ୟବହାର କରନ୍ତୁ ଗ୍ଲିସେରିନ, କେଶ ଝଡ଼ିବାରୁ ତୁରନ୍ତ ପାଆନ୍ତୁ ମୁକ୍ତି; ରୂପି ସମସ୍ୟାରୁ ମଧ୍ୟ ପାଇ ପାରିବେ ଛୁଟକାରା

ସମସ୍ତେ ନିଜ ନିଜ କେଶକୁ ସର୍ବଦା ସୁନ୍ଦର ଏବଂ ଘନ ରଖିବାକୁ ଚାହାନ୍ତି। କିନ୍ତୁ ଆଜିକାଲିର ଦୈନନ୍ଦିନ ଜୀବନଶୈଳୀରେ କେଶ ଝଡ଼ିବା ଏକ ସାଧାରଣ କଥା ହୋଇ ଗଲାଣି। ତେଣୁ ଋତୁ ପରିବର୍ତ୍ତନ ଅନୁସାରେ କେଶର ଯତ୍ନ ନେବା ନିହାତି ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବତେଇବାକୁ ଯାଉଛୁ, ଯାହାକି ଆପଣଙ୍କ କେଶକୁ ଆକର୍ଷଣୀୟ କରି ପାରିବ। ବାସ୍, ଆପଣଙ୍କୁ କେବଳ ଗୋଟିଏ ଛୋଟିଆ ଜିନିଷ ବ୍ୟବହାର କରିବାକୁ ପଡ଼ିବ, ତାହା ହେଲା ଗ୍ଲିସେରିନ। ଆସନ୍ତୁ ଜାଣିବା, କେଶ ପାଇଁ କିଭଳି ବରଦାନ ପ୍ରମାଣିତ ହୋଇଥାଏ ଗ୍ଲିସେରିନ।

ଗ୍ଲିସେରିନର ବ୍ୟବହାର ସମ୍ପର୍କରେ ପ୍ରାୟତଃ ସବୁ ଲୋକ ଜାଣିଥିବେ, କିନ୍ତୁ କହି ରଖୁଛୁ କି, ଏହା ଶୀତ ଋତୁରେ ତ୍ୱଚା ସହ କେଶକୁ ବି ମଜଭୁତ୍ କରିବାରେ ବରଦାନ ସଦୃଶ ହୋଇଥାଏ। ଯଦିଓ ଏହା ସାମାନ୍ୟ ଚିପ୍‌ଚିପା ହୋଇଥାଏ, କିନ୍ତୁ କେଶ ପାଇଁ ବହୁତ ଲାଭଦାୟକ। ଗ୍ଲିସେରିନ ବ୍ୟବହାର କରି ଆପଣ ନିଜ କେଶକୁ ଝଡ଼ିବାରୁ ରକ୍ଷା କରି ପାରିବେ।

-ସିଧା କେଶଠାରୁ କୁଞ୍ଚୁକୁଞ୍ଚିଆ କେଶର ଯତ୍ନ ଅଧିକ ନେବାକୁ ପଡ଼ିଥାଏ। ସାଧାରଣତଃ, ଏ ପ୍ରକାର କେଶ ସାମାନ୍ୟ ରୁକ୍ଷ ଦେଖାଯାଏ। ଯଦି ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତା’ହେଲେ ଏହାକୁ ନରମ କରି ଗ୍ଲିସେରିନ ଲଗାଇଲେ ଠିକ୍ ହୋଇଯିବ।

-କେଶକୁ କଣ୍ଡିସନିଂ କରିବା ପରେ କିମ୍ବା ଧୋଇବା ପରେ ଆପଣ ଗ୍ଲିସେରିନ ଲଗାଇ ପାରିବେ। ଏପରି ବ୍ୟବହାର କଲେ, କିଛି ଦିନ ଭିତରେ ଆପଣ ଫରକ ଅନୁଭବ କରିପାରିବେ।

-ରୂପିରୁ ମୁକ୍ତି ପାଇବା ପାଇଁ ଗ୍ଲିସେରିନ ସହ ଗୋଲାପ ଜଳ ସାମାନ୍ୟ ମିଶାଇ ଏକ ଶିଶିରେ ରଖି ଦିଅନ୍ତୁ। ଏହାକୁ ଗାଧୋଇ ସାରିବା ପରେ ପ୍ରତିଦିନ କିଛି ହାତରେ ନେଇ କେଶ ମୂଳରେ ଆଙ୍ଗୁଠି ସାହାଯ୍ୟରେ ଲଗାନ୍ତୁ। ଏମିତି କରିବାରେ ଆପଣଙ୍କୁ ରୂପି ସମସ୍ୟା ଆଉ ଦେଖା ଯିବନି।

-ଗ୍ଲିସେରିନର ଆଫ୍ଟରସେଭ୍ ବ୍ୟବହାର କଲେ ବହୁତ ଲାଭ ହୋଇଥାଏ। ଏହାକୁ ତିଆରି କରିବା ପାଇଁ ଗ୍ଲିସେରିନରେ ଦୁଇ ଚାମଚ ଏଲୋଭେରା ଜେଲ ଏବଂ ଦୁଇ ଚାମଚ ଗୋଲାପ ଜଳ ମିଶାନ୍ତୁ। ଏହାକୁ ସେଭ୍ କରିବା ପରେ ନିଜ ମୁହଁରେ ଲଗାନ୍ତୁ, ଏହାଦ୍ୱାରା ମୁହଁ ମୁଲାୟମ୍ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.