H3N2 ଭାଇରସ୍‌ କୁ ନେଇ ରୁହନ୍ତୁ ସତର୍କ

ଡରାଇଲାଣି H3N2 ଭାଇରସ୍‌ । ରାଜ୍ୟରେ ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଇନଫ୍ଲୁଏଞ୍ଜାର ଲକ୍ଷଣ ଅଧିକାଂଶ ରୋଗୀଙ୍କଠାରେ ଏକ ପ୍ରକାରର ଦେଖାଯାଉଛି । ରୋଗୀଙ୍କଠାରେ କାଶ, ଗଳା ସଂକ୍ରମଣ, ଶରୀର ଯନ୍ତ୍ରଣା, ନାକରେ ପାଣି ଆସିବା ଆଦି ଲକ୍ଷଣ ଦେଖାଯାଉଛି ।

କୋଭିଡ ସଂକ୍ରମଣ ପରେ ଏବେ ବଢ଼ିଲା H3N2 ଭାଇରସ ଭୟ।ଓଡିଶାରେ ବୃଦ୍ଧି ପାଉଥିବା H3N2 ଭାଇରସ ସଂକ୍ରମଣ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । H3N2 ଇନ୍‌ଫ୍ଲୁଏଞ୍ଜାରେ ଦେଶରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଭୟ ବଢ଼ିବାରେ ଲାଗିଛି । କର୍ଣ୍ଣାଟକ ଓ ହରିଆଣାରୁ ଜଣେ ଲେଖାଏଁ ସଂକ୍ରମିତ ଏଥିରେ ପ୍ରାଣ ହରାଇଛନ୍ତି। H3N2 ଇନ୍‌ଫ୍ଲୁଏଞ୍ଜାର ଲକ୍ଷଣ କୋଭିଡ ସହ ସମାନ ଥିବାରୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ପୁଣି ଜୋର ଦିଆଯାଇଛି। ଗତ ୨ ମାସରେ ଓଡିଶାର ୨୨୫ ନମୁନା ମଧ୍ୟରୁ ପ୍ରାୟ ୫୯ ଜଣ H3N2 ଇନଫ୍ଲୁଏଞ୍ଜାରେ ସଂକ୍ରମିତ ହୋଇଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱରର ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଏ ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ଭାଇରସରେ ସାଧାରଣତଃ ଜ୍ୱର, ଥଣ୍ଡା ଏବଂ କାଶ ଭଳି ଲକ୍ଷଣ ଦେଖାଦେଇଥାଏ ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଭାଇରସ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ନଜରରେ ରଖି ପ୍ରତ୍ୟେକ ଜିଲ୍ଲା ପ୍ରଶାସନକୁ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହାସହିତ ସ୍ୱାସ୍ଥ୍ୟ ସୁବିଧା ଏବଂ ସାମୁଦାୟିକ ସ୍ତରରେ ଇନଫ୍ଲୁଏଞ୍ଜା ପରି ରୋଗ ଓ ଶ୍ୱାସକ୍ରିୟା ସଂକ୍ରମଣ ଉପରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି H1N1 ଏବଂ H3N2 ଇନଫ୍ଲୁଏଞ୍ଜା ‘ଏ’ ଭାଇରସର ସବ୍ ଭାରିଆଣ୍ଟ। ଡିସେମ୍ବର ମାସରୁ ମାର୍ଚ୍ଚ ମାସ ମଧ୍ୟରେ ଏହି ସାମାନ୍ୟ ଫ୍ଲୁ’ ପିଲାଠୁ ବୟସ୍କ ସମସ୍ତଙ୍କ ଦେହରେ ସାଧାରଣ ଭାବରେ ଦେଖାଯାଇଥାଏ । ଅଧିକାଂଶ ରୋଗ ସମାନ୍ୟ ଏବଂ ଆତ୍ମ ସୀମିତ ହୋଇଥିବା ବେଳେ ନିୟମିତ ହାତ ଧୋଇବା, ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଜନଗହଳିପୂର୍ଣ୍ଣ ଇଲାକାରୁ ଦୂରେଇ ରହିବା ଏହାର ପ୍ରମୁଖ ଅସ୍ତ୍ର ହୋଇପାରେ ।

ଏହି ଭାଇରସ କବଳରୁ ରକ୍ଷା ପାଇବା ପାଇଁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ଇନଫ୍ଲୁଏଞ୍ଜାର ଲକ୍ଷଣ ଅଧିକାଂଶ ରୋଗୀଙ୍କଠାରେ ଏକ ପ୍ରକାରର ଦେଖାଯାଉଛି । ରୋଗୀଙ୍କଠାରେ କାଶ, ଗଳା ସଂକ୍ରମଣ, ଶରୀର ଯନ୍ତ୍ରଣା, ନାକରେ ପାଣି ଆସିବା ଆଦି ଲକ୍ଷଣ ଦେଖାଯାଉଛି । ଏହି ଭାଇରସ୍ ସମୟ ସହିତ ମ୍ୟୁଟେଟ କରିଥାଏ । ସେହିପରି ଏହା ଏକ ନନ ହ୍ୟୁମାନ ଇନଫ୍ଲୁଏଞ୍ଜା ଭାଇରସ ହୋଇଥିବା ବେଳେ ସାଧାରଣ ଭାବେ ଏହା ଘୁଷୁରୀଙ୍କ ଠାରେ ବ୍ୟାପିଥାଏ ଓ ମଣିଷଙ୍କୁ ସଂକ୍ରମିତ କରିଥାଏ ବୋଲି ଆମେରିକାର ରୋଗ ନିୟନ୍ତ୍ରଣ ଓ ନିବାରଣ (ସିଡିସି) ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.