ମଦର ଆସରରେ ମସଗୁଲ ପୋଲିସ ବାବୁ, ଫାଣ୍ଡି ପାଲଟିଛି ବାର୍
ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନାର କରଞ୍ଜମାଳ ଫାଣ୍ଡିର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫାଣ୍ଡି ଭିତରେ ବହୁ ବ୍ରାଣ୍ଡର ମାଳ ମାଳ ମଦ ବୋତଲ ଥିବା ମଧ୍ୟ ଦେଖିବାକୁ ମିଳିଛି।

ଭଦ୍ରକ(କେନ୍ୟୁଜ୍): ଫାଣ୍ଡି ପାଲଟିଛି ବାର୍। ମଦର ଆସରରେ ମସଗୁଲ ପୋଲିସ ବାବୁ। ଫାଣ୍ଡି ଭିତରେ ତିନିଜଣ ପୋଲିସ କନଷ୍ଟେବଳ ମଦ ପିଉଥିବାର ଭିଡିଓ ଭାଇରାଲ। ମଦ ବୋତଲ ପାଖରେ ଚାଖଣା ବି ରହିଛି। ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନାର କରଞ୍ଜମାଳ ଫାଣ୍ଡିର ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଫାଣ୍ଡି ଭିତରେ ବହୁ ବ୍ରାଣ୍ଡର ମାଳ ମାଳ ମଦ ବୋତଲ ଥିବା ମଧ୍ୟ ଦେଖିବାକୁ ମିଳିଛି। ଭିଡିଓରୁ ଲୋକ ନ୍ୟାୟ ମାଗିବାକୁ ଆସି କେମିତି ନ୍ୟାୟ ପାଉଥିବା ସହଜରେ ଅନୁମାନ କରାଯାଇପାରୁଛି। ତେବେ ଏହି ଘଟଣାରେ ଫାଣ୍ଡି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।।