କ’ଣ ଆପଣ ଜାଣନ୍ତି ଗୁପଚୁପ୍ ଖାଇବାର ଲାଭ ?

ଗୁପଚୁପ୍ ନାଁ ଶୁଣିଲେ ହିଁ ମୁହଁରେ ପାଣି ଚାଲିଆସେ । ଛୋଟ ହୁଅନ୍ତୁ ଅବା ବଡ଼ । ଗୁପଚୁପ୍ ଏକ ଏଭଳି ଖାଦ୍ୟ ଯାହା ସମସ୍ତଙ୍କ ପସନ୍ଦ । କିନ୍ତୁ ଅନେକ ସମୟରେ ଆମେ ଶୁଣିଛେ ଗୁପଚୁପ୍ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ । ଯେମିତିକି ଏହାକୁ ଖାଇବା ଦ୍ବାରା ବ୍ରଣ ହୋଇଥାଏ ଏବଂ ଖାଦ୍ୟ ହଜମ ହୋଇନଥାଏ ଆଦି ଅନେକ କଥା କହିଥାନ୍ତି । କିନ୍ତୁ ଆପଣଙ୍କୁ ଜାଣି ଖୁସି ଲାଗିବ ଗୁପଚୁପ୍ ଖାଇଲେ ହଜମ ଶକ୍ତି ଖରାପ ହୋଇନଥାଏ ବରଂ ଭଲ ହୋଇଥାଏ । କେବଳ ସେତିକି ନୁହେଁ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ଆସନ୍ତୁ ଜାଣିବା ଗୁପଚୁପର ଲାଭ ବିଷୟରେ ।

ଓଜନ କମ୍ କରିଥାଏ :
ଯଦି ସାବଧାନତାର ସହ ପ୍ରସ୍ତୁତ କରାଯାଏ ତେବେ ଗୁପଚୁପ୍ ଆପଣଙ୍କ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ଏହି ପାଣିରେ ପୁଦୀନା, ହେଙ୍ଗୁ ,ଲେମ୍ବୁ ଏବଂ ଆମ୍ବକସିଆ ଅଦା ଥାଏ । ଏହି ସବୁ ମିଶି ମୋଟାପଣ କମ୍ କରିଥାଏ । ପାଣିରେ ଟମାଟୋ ବ୍ୟବହାର କରାନଗଲେ ଭଲ । ଏହା ସହ ଅଟାରେ ତିଆରି ଗୁପଚୁପ୍ ସବୁଠାରୁ ଭଲ । ଯଦି ଆପଣ ମୋଟାପଣ ବଢିବା ଭୟରେ ଗୁପଚୁପ୍ ଖାଇବାକୁ ଭୟ କରୁଛନ୍ତି ତେବେ ଏହି ଉପାୟରେ ନିଜ ଘରେ ବନାଇ ଖାଇପାରିବେ ।

ପାଟି ଘା’ରୁ ମୁକ୍ତି ମିଳିଥାଏ :
ପାଟିରେ ଘା ହୋଇଥିଲେ ଗୁପଚୁପ୍ ଖାଇବା ଦ୍ବାରା ଭଲ ହୋଇଯାଇଥାଏ । କାରଣ ଗୁପଚୁପ୍ ପାଣିରେ ଜଲଜୀରା, ପୁଦିନା ଏବଂ ଅଁଳା ଥାଏ । ଏହା ଆପଣଙ୍କ ପେଟ ସହ ମୁହଁର ଘା‘ ମଧ୍ୟ ଭଲ କରିଥାଏ । କିନ୍ତୁ ଅଧିକ ଖାଇବା ଦ୍ବାରା ଦେହ ଖରାପ ହୋଇଥାଏ ।

ଏସିଡିଟିରେ ଲାଭ :
କିଛି ଲୋକଙ୍କୁ ଯାତ୍ରା ସମୟରେ କିମ୍ବା ଅଧିକ ସମୟ କୌଣସି ବନ୍ଦ ମାହୋଲରେ ରହିଲେ ଅଣନିଶ୍ବାସୀ ଲାଗିଥାଏ । ଏମିତିରେ ୪/୫ଟି ଗୁପଚୁପ୍ ଖାଇବା ଦ୍ବାରା ତୁରନ୍ତ ଆରାମ ମିଳିଥାଏ ।

ମୁଡ୍‌କୁ କରିଥାଏ ତାଜା :
ଖରାଦିନେ ବାହାରେ ଅଧିକ ସମୟ ବୁଲିଲେ ଶୋଷ ଏବଂ ଥକ୍କା ଲାଗିଥାଏ । ଏମିତି ସମୟରେ ଖାଲିପାଣି ପିଇବା ସହ କିଛି ଗୁପଚୁପ୍ ଖାଇବା ଦ୍ବାରା ଭଲ ଲାଗିଥାଏ ।

ଦିନବେଳେ ଖାଇବା ଲାଭଦାୟକ :
ଦିନବେଳେ ଗୁପଚୁପ୍ ଖାଇବା ସବୁଠାରୁ ଲାଭଦାୟକ । ସଂଧ୍ୟା ସମୟରେ ଖାଇଲେ ଓଜନ ବଢିବାର ଆଶଙ୍କା ଥାଏ । ଏହା ସହ ବ୍ୟାୟାମ୍ କରିବା ପୂର୍ବରୁ ଏବଂ ପରେ ଗୁପଚୁପ୍ ଖାଇବା ଅନୁଚିତ୍ ।

ସାବଧାନ୍ :
ଗୁପଚୁପ୍ ଖାଇବା ସମୟରେ ପରିସ୍କାର ପରିଚ୍ଛନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଖାସ୍ କରି ବର୍ଷା ଦିନେ ଏସବୁ ପ୍ରତି ଧ୍ୟାନ ନଦେଲେ ଜଣ୍ଡିସ୍ , ପେଟ ରୋଗ ଆଦି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.