ଶୀତରେ ପିଅନ୍ତୁ ମୂଳା ପତ୍ରର ଜୁସ୍‌, ବହୁ ରୋଗରୁ ପାଇବେ ମୁକ୍ତି, ଜାଣନ୍ତୁ ପ୍ରସ୍ତୁତି ତରିକା

ଶୀତ ଦିନେ ମୂଳା ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ । ମୂଳା ପତ୍ର ଶାଗ ହେଉ ବା ସଲାଡ କିମ୍ବା ମୂଳା ପରଠା ନିଶ୍ଚିତ ଖାଇଥିବେ । ଆପଣ ଜାଣନ୍ତି କି ମୂଳା ପତ୍ରର ଜୁସ ଯଦି ପିଇବେ ତାହା ଶରୀର ପାଇଁ କେତେ ଲାଭଦାୟକ ହେବ । ଶୀତ ଦିନେ ଯଦି ଆପଣ ନିୟମିତ ଭାବେ ମୂଳା ପତ୍ରର ଜୁସ ପିଇବେ ତେବେ ଆପଣ ବହୁ ରୋଗଠୁ ଦୂରରେ ରହିବେ ।

ଦି ହେଲ୍ଧସାଇଟ ଅନୁଯାୟୀ ମୂଳା ପତ୍ରର ଜୁସ ଗଣ୍ଠି ଦରଜ, ଶୁଗାର, ଜଣ୍ଡିସ ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇ ପାରିବେ । ମୂଳା ଠାରୁ ମୂଳା ପତ୍ରରେ ଅଧିକ ପୌଷ୍ଟିକ ତତ୍ତ୍ୱ ରହିଥାଏ । ମୂଳା ପତ୍ରରେ ପ୍ରୋଟିନ, କାର୍ବୋହାଇଡ୍ରେଟସ, କ୍ଲୋରିନ, ସୋଡିୟମ, ଆଇରନ, ମାଗ୍ନେସିୟମ ଭଳି ପୋଷକ ତତ୍ତ୍ୱ ସହିତ ଭିଟାମିନ ରହିଥାଏ । ଯାହାକି ସର୍ଦ୍ଦିରେ ଶରୀରକୁ ରକ୍ଷା କରିଥାଏ । ଆସନ୍ତୁ ଜାଣିବା ମୂଳା ପତ୍ରର କ’ଣ ରହିଛି ଫାଇଦା ।

୧. ଇମ୍ୟୁନିଟି ବଢ଼ାନ୍ତୁ

ମୂଳା ପତ୍ରରେ ଭରପୁର ମାତ୍ରାରେ ଆଇରନ୍‌ ଓ ଫସଫରସ ମିଳିଥାଏ । ଯାହାକି ଶରୀରର ଇମ୍ୟୁନିଟି ପାଓ୍ଵାର ବଢ଼ାଇବାରେ ସାହାଯ୍ୟ କରିଥାଏ ।

୨. ହଜମ ଶକ୍ତି ହୋଇଥାଏ ମଜବୁତ

ହଜମ ଶକ୍ତିକୁ ଭଲ ରଖିବାକୁ ଫାଇବର ସେବନ କରିବା ନିହାତି ଜରୁରୀ । ମୂଳା ପତ୍ରରେ ପର୍ଯ୍ୟାପ୍ତ ମାତ୍ରାରେ ଫାଇବର ଥାଏ । ଯଦି ଆପଣଙ୍କ ପାଚନ ଶକ୍ତି ଦୁର୍ବଳ ଥାଏ ତେବେ ନିୟମିତ ଆପଣ ମୂଳା ପତ୍ରର ଜୁସ ପିଅନ୍ତୁ ।

୩. ଲୋ ବ୍ଲଡ ପ୍ରେସର ସମସ୍ୟା ଦୂର କରିଥାଏ

ଲୋ ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ମୂଳା ପତ୍ରର ଜୁସ ବହୁତ ଲାଭକାରୀ ହୋଇଥାଏ । କାରଣ ଏଥିରେ ଥିବା ସୋଡିୟମ ମାତ୍ରା ଶରୀରରେ ଲୁଣ ମାତ୍ରାକୁ ପୁରଣ କରିଥାଏ । ଲୋ ବ୍ଲଡ ପ୍ରେସର ସମସ୍ୟାକ ଠିକ୍‌ କରିଥାଏ ।

୪. ରକ୍ତ ପରିସ୍କାର କରିଥାଏ

ମୂଳା ପତ୍ର ଜୁସ ପିଇବା ଦ୍ୱାରା ରକ୍ତ ପରିସ୍କାର ହୋଇଥାଏ । ଯେଉଁଥିପାଇଁ ଚର୍ମରେ ଦାଗ, ବ୍ରଣ ଆଦି ସମସ୍ୟା ରହିନଥାଏ । ଏହା ସ୍କର୍ଭିକୁ ମଧ୍ୟ ଭଲ କରିବାରେ ସାହାଯ୍ୟ କରିଥାଏ ।

ଏମିତି ବନାନ୍ତୁ ମୂଳା ପତ୍ରର ଜୁସ୍‌

ପ୍ରଥମେ ମୂଳା ପତ୍ରକୁ ନେଇ ୨/୩ ଥର ଭଲ ଭାବେ ଧୋଇ ନିଅନ୍ତୁ । ଏବେ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ପତ୍ରକୁ ଗ୍ରାଇଣ୍ଡରରେ ପେଶୀ ଜୁସ ବନାନ୍ତୁ । ଏଥିରେ ଏକ ଚୁଟକୀ କଳା ମରିଚ ଗୁଣ୍ଡ, କଳା ଲୁଣ ଓ ଲେମ୍ବୁ ରସ ମିଶାନ୍ତୁ । ଏବେ ଆପଣଙ୍କ ମୂଳା ପତ୍ରର ଜୁସ ତିଆରି ହୋଇଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.