ସାବଧାନ ହୋମିଓପାଥିକ ଔଷଧ ମଧ୍ୟ କରିପାରେ କ୍ଷତି ! ଏହି ସବୁ କଥାକୁ ଧ୍ୟାନ ଦିଅନ୍ତୁ

ଶରୀରରେ କେମିକାଲ ପ୍ରଭାବ ରୋକିବାକୁ ବହୁତସାରା ଲୋକ ହୋମିଓପାଥିକ ଔଷଧକୁ ପ୍ରାକୃତିକ ବିକଳ୍ପ ରୂପେ ବ୍ୟବହାର କରିଥାନ୍ତି । କିନ୍ତୁ ବାସ୍ତବରେ ଏହି ମେଡିସିନରେ କିଛି ସାଇଡ ଇଫେକ୍ଟ ମଧ୍ୟ ଅଛି ,ଯାହା ଆପଣ ଜାଣିନଥିବେ।ଏହି ହୋମିଓପାଥିକ ଚିକିତ୍ସାରେ ଖାଇବା ପିଇବାରେ ବହୁତ ସାରା ପ୍ରତିବନ୍ଧକ ଲଗାଯାଇଥାଏ । ଆଉ ଔଷଧକୁ ସେବନ କରିବା ସମୟରେ କିଛିବି ଏପଟ ସେପଟ ହେଲେ ତାହାର ଏହାର କୁପ୍ରଭାବ ବି ଆପଣଙ୍କୁ ଭୋଗିବାକୁ ପଡିପାରେ
ବହୁତ ଧିରେ ଧିରେ ଦେଇଥାଏ ପ୍ରଭାବ
ହୋମିଓପାଥିକ ଔଷଧର ସେବନର ସବୁଠାରୁ ବଡ କ୍ଷତି ହେଉଛି, ଏମରଜେନ୍ସି ସମୟରେ ଏହାର ସେବନ କିଛି ବି ଫାଇଦା ଦେଇନଥାଏ । କାହିଁକି ନା ଏହା ଶରୀରରେ ଧିରେ ଧରେ ପ୍ରଭାବ ପକାଇ ଥାଏ । ସର୍ଜରୀ କିମ୍ବା ଅନ୍ୟ ସ୍ଥିତିରେ ଯେତେବେଳେ ରୋଗୀକୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ପଡିଥାଏ ସେତେବେଳେ ହୋମିଓପାଥିକ କୌଣସି କାମରେ ଆସିନଥାଏ ।
ଅନୋମିୟା ଓ ଆଇରନର ସମସ୍ୟାରେ କିଛି କାମରେ ଆସେ ନାହିଁ
ହୋମିଓପାଥିକ ଔଷଧ ପୋଷଣ ସମ୍ବନ୍ଧିତ ସମସ୍ୟା କିମ୍ବା ପୋଷଣର କମ ହେବା ସ୍ଥିତିରେ କିଛିବି ପ୍ରଭାବିତ ହୋଇନଥାଏ । ଉଦାହାରଣ ସ୍ୱରୂପ ଆନୋମିୟା ବା ଆଇରନ ଅଭାବ କିମ୍ବା ଅନ୍ୟ ତତ୍ତ୍ବର ଅଭାବରେ ହୋମିଓପାଥିକ କିଛିବି ପ୍ରଭାବ ପକାଇ ନଥାଏ । ଏଣୁ ଏହି ଅଭାବ କୁ ଡାଏଟ କିମ୍ବା ସପ୍ଲିମେଣ୍ଟ ମାଧ୍ୟମରେ ପୁରା କରାଯାଇଥାଏ । ହୋଇପାରେ ଇନଫେକ୍ସନ
ଏହି ଔଷଧରେ ଏକ ସାଇଡ ଇଫେକ୍ଟ ହେଉଛି , ଡାକ୍ତରଙ୍କ ଦ୍ୱାରା ଦିଆଯାଇଥିବା ଔଷଧ ଯଦି ନିର୍ଦ୍ଧାରତି ସମୟ ସୀମା ଠାରୁ ଅଧିକ ସମୟ ସେବନ କରାଯାଏ ତେବେ ଓଭରଡେଜ ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ ।ଏହା ପେଟର ଇନଫେକ୍ସନ ଓ ଅନ୍ୟ ସମସ୍ୟା ଆଦିର କାରଣ ପାଲଟିଥାଏ ।
କିଛି ପ୍ରତିବନ୍ଧକ ଥାଏ
ହୋମିଓପାଥିକ ଔଷଧ ସେବନ କରିବା ପୁର୍ବରୁ ଏବଂ ପରେ ଅନେକ ପ୍ରକାର ପ୍ରତିବନ୍ଧକକୁ ପାଳନ କରବାକୁ ପଡିଥାଏ । ଯେମିତି ଏହାର ଅଧା ଘଣ୍ଟା ପରେ ଆପଣଙ୍କୁ କିଛି ବି ଖାଇବା ପିଇବା କରିବାକୁ ହୋଇନଥାଏ । ତେଲ ,ମସଲା, ଖଟା ଆଦି ଦ୍ରବ୍ୟ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇ ଥାଏ । ଯଦି କିଛି ବି ଅସାବଧାନତା ହୁଏ ତେବେ ଔଷଧର ଉପକାରିତା ବଦଳରେ ଅପକାରିତା ଶରୀର ଉପରେ ପକେଇ ଥାଏ । ଗମ୍ଭିର ସମସ୍ୟ ହୋଇପାରେ
ହୋମିଓପାଥିକ ଔଷଧ ସମସ୍ତଙ୍କ ପାଖରେ ସମାନ ପ୍ରଭାବ ପକାଇବା ଜରୁରୀ ହୋଇନଥାଏ । ଲମ୍ବା ସମୟ ପର୍ୟ୍ୟନ୍ତ ଏହାର ସେବନରେ ଯଦି ଆପଣ କିଛି ବି ଫାଇଦା ଅନୁଭବ କରିପାରୁ ନାହାନ୍ତି ,ତେବେ ସମସ୍ୟା ଗମ୍ଭୀର ହେବା ପୁର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
ଫାଇଦ ଦେବା ଜରୁରୀ ହୋଇନଥାଏ
ଅନେକ ସମୟରେ ହୋମିଓପାଥିକ ଔଷଧର ପରାମର୍ଶ ଚିକିତ୍ସା ଇତିହାସ ଓ ରୋଗ ଉପରେ ନିର୍ଭର କରିଥାଏ ।ଏମିତି ନହେବା ସ୍ଥିତିରେ ଏହି ଔଷଧ ଆପଣଙ୍କୁ ଅପେକ୍ଷା ଅନୁରୁପ ଲାଭ ଦେଇପାରିନଥାଏ ।