Below header

ବାରମ୍ବାର ଭାଙ୍ଗିଯାଉଛି କି ଆପଣଙ୍କ ନିଦ, ତେବେ ଶୋଇବା ବେଡ୍ ପାଖରୁ ଦୂରେଇ ରଖନ୍ତୁ ଏହି ଜିନିଷ

କେତେକ ସମୟରେ ନିଦରେ ଶୋଇଥିବା ସମୟରେ ହଠାତ୍ ନିଦ ଭାଙ୍ଗିଯାଇଥାଏ କିମ୍ବା ସଙ୍ଗେ ସଙ୍ଗେ ଶୋଇଥିଲେ ମଧ୍ୟ ହଠାତ୍ ଚମକି ପଡିଥାନ୍ତି । ଏହାର କାରଣ କଣ ଥାଇପାରେ? ଆପଣମାନେ ଏହି ସବୁ କଥାକୁ ଗୁରୁତ୍ବ ଦେଇନଥାନ୍ତି । ହେଲେ ଏହା ପଛରେ ରହିଛି ଅନେକ କାରଣ । ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଏସବୁ ସମସ୍ୟା ବାସ୍ତୁ ଦୋଷ ଲାଗି ହୋଇଥାଏ। ତେଣୁ ଶୋଇବା ଘରର ବାସ୍ତୁ ଦୋଷ ଦୂର କରିବା ଆବଶ୍ୟକ । ଶୋଇବା ପୂର୍ବରୁ କିଛି ବସ୍ତୁକୁ ନିଜଠୁ ଦୂରେଇ ରହିବା ଉଚିତ୍ ।

Need-Sleepତେବେ ଆସନ୍ତୁ ଜାଣିବା ସେ ସବୁ ବାସ୍ତୁ ଜିନିଷ କଣ ଯାହାକୁ ଶୋଇବା ସମୟରେ ନିଜଠାରୁ ଦୂରରେ ରଖିବା :

  • ଖଟ ପାଖରେ ପାଣି ପାତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ଓ ସ୍ନାୟୁଦୋଷ ଉତ୍ପତ୍ତି ହୋଇଥାଏ।
  • ଶୋଇବା ବେଳେ ଭୁଲ୍‌ରେ ବି ନିଜ ପର୍ସ କିମ୍ବା ଔଷଧକୁ ତକିଆ ପାଖରେ ରଖି ଶୁଅନ୍ତୁ ନାହିଁ।
  • ଶୋଇବା ପୂର୍ବରୁ ଖଟ ପାଖରେ ଚପଲ ରଖିବା ଅନୁଚିତ୍। ଏହାଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ।

Cover-1

  • ଶୋଇବା ସମୟରେ ମୋବାଇଲ୍, ଲାପ୍‌ଟପ୍ ଆଦି ଖଟ ଉପରେ ରଖନ୍ତୁ ନାହିଁ।
  • ଶୋଇବା ସମୟରେ ପାଖରେ କୌଣସି ଚାବି ରଖନ୍ତୁ ନାହିଁ।
  • ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ। ଏହାଦ୍ୱାରା ରୋଗ ବଢିଥାଏ ଏବଂ ଦାମ୍ପତ୍ୟ କଳହ ସୃଷ୍ଟି ହୁଏ।
  • ଏହା ସହ ତେଲ ବୋତଲ ପାଖରେ ରଖି ଶୋବା ଅନୁଚିତ୍ । କାରଣ ଏହା ଦ୍ବାରା ବିଭିନ୍ନ ପ୍ରକାରର କଷ୍ଟ ଭୋଗିବାକୁ ପଡିପାରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.