Below header

ଘରେ ବନାନ୍ତୁ ଏକଦମ୍‌ ବଜାର ଭଳି କାଜୁ ବଟର, ପ୍ରସ୍ତୁତ କରିବା ପୂରା ସହଜ

ମାର୍କେଟରେ ଅନେକ ପ୍ରକାରର ବଟର ମିଳୁଛି,କିନ୍ତୁ ଏହି ବଟରରେ ଅନେକ ପ୍ରକାର ପ୍ରିଜରଭେଟିଭ ଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ। ତେଣୁ ଆଜି ଆମେ ଆପଣଙ୍କୁ ଘରେ କାଜୁ ବଟର ବନାଇବା ରେସିପି ବିଷୟରେ କହିବୁ। ଯାହାକୁ ବନାଇବା ବହୁତ ସହଜ। ଆପଣ ଏହାକୁ ୧୫-୨୦ ଦିନ କଣ୍ଟେନରରେ ଷ୍ଟୋର କରି ମଧ୍ୟ ରଖିପାରିବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨ କପ୍‌ କାଜୁ
୧/୨ ଚାମଚ ଲୁଣ
୩ ଚାମଚ କୋକନଟ୍‌ ଅଏଲ
ଚିନି କିମ୍ବା ଗୁଡ

ପ୍ରସ୍ତୁତି ପ୍ରଣାଳୀ

କାଜୁ ବଟର ବନାଇବା ପାଇଁ ସର୍ବପ୍ରଥମେ ଗ୍ରାଇଣ୍ଡର ଜାର ନିଅନ୍ତୁ।
ଏଥିରେ କାଜୁ ଏବଂ ଲୁଣ/ ଗୁଡ ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।
ଏବେ କୋକନଟ ମିଲ୍କ ପକାଇ ପୁଣି ଥର ଗ୍ରାଇଣ୍ଡିଂ କରିନିଅନ୍ତୁ।
ପ୍ରସ୍ତୁତ କାଜୁ ବଟରକୁ ଏୟାର ଟାଇଟ କଣ୍ଟେନରରେ ଭରି ଫ୍ରିଜରେ ଷ୍ଟୋର କରି ରଖିପାରିବେ।
ଏହାକୁ ବ୍ରେଡ୍‌ ସହିତ ସର୍ଭ କରି ସମସ୍ତଙ୍କ ଆଦର ଜିତନ୍ତୁ।

ଟିପ୍ସ

କାଜୁ ବଟରକୁ ଏୟାର ଟାଇଟ୍‌ କଣ୍ଟେନରରେ ହିଁ ରଖନ୍ତୁ।
ଧ୍ୟାନ ରଖନ୍ତୁ ଏଥିରେ ପାଣିର ଗୋଟେ ବୁନ୍ଦା ବି ଯିବନାହିଁ। ନଚେତ ଖରାପ ହେବାର ସମ୍ଭାବନା ବଢ଼ିଯାଇଥାଏ।
କାଜୁ ବଟରକୁ ଯଦି ଆପଣ ମିଠା ବନାଇବାକୁ ଚାହୁଁଛନ୍ତି, ତାହେଲେ ଏଥିରେ ଲୁଣର ବ୍ୟବହାର କରନ୍ତୁ ନାହିଁ।
ଆପଣ କାଜୁ ବଟରରେ ଚିନି ବଦଳରେ ଗୁଡର ବ୍ୟବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.