ନନଭେଜ ସୌକିନଙ୍କୁ ବହୁତ ପସନ୍ଦ ଆସିବ ଚିକେନ୍‌ ଚାପ୍‌ ରେସିପି, ନୋଟ୍‌ କରି ରଖନ୍ତୁ କେମିତି କରିବେ ପ୍ରସ୍ତୁତ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨ଟି ଚିକେନ ଲେଗ୍‌ ପିସ୍‌
୨ଟି ଚିକେନ୍‌ ଥାଇ
୧ କପ୍‌ ହଙ୍ଗ୍‌ କର୍ଡ
୨ ଛୋଟ ପିଆଜ
୧/୨ କପ୍‌ ଭଜା ବେସନ
୨ ଚାମଚ ଅଦା ରସୁଣ ପେଷ୍ଟ
୧ ଚାମଚ ଗରମ ମସଲା ପାଉଡର
୧ ଚାମଚ କାଜୁ ପେଷ୍ଟ
ଏକ ଚିମୁଟାଏ କେସର
୨ ଚାମଚ ଭିଜା ହୋଇଥିବା ଖସଖସ୍‌
୧ ଚାମଚ୍‌ ଚିନି
୧ ଚାମଚ କେଓ୍ଵଡା ପାଣି
୩ ଚାମଚ ଘିଅ
୩ ଚାମଚ ତେଲ
ସ୍ୱାଦାନୁସାରେ ଲୁଣ
୧ ଚାମଚ ଜିରା

ପ୍ରସ୍ତୁତି ପ୍ରଣାଳୀ

ଚିକେନ ଚାପ୍‌ ବନାଇବା ପାଇଁ ସର୍ବପ୍ରଥମେ ଏକ ବଡ ମିକ୍ସିଙ୍ଗ ବାଉଲ ନିଅନ୍ତୁ। ସେଥିରେ ଦହି, ପିଆଜ ପେଷ୍ଟ, ଅଦା ରସୁଣ ପେଷ୍ଟ, ବେସନ, ଲାଲ ଲଙ୍କା ପାଉଡର, କାଶ୍ମୀର ଲାଲ ଲଙ୍କା ପାଉଡର, ହଳଦି ପାଉଡର, ଗରମ ମସଲା ପେଷ୍ଟ ଏବଂ ଅନ୍ୟ ସୁଖିଲା ମସଲା ଏବଂ ସୁଖିଲା ମାଓ୍ଵା ଏବଂ ଖସଖସ୍‌, କେଓ୍ଵଡା ପାଣି ଏବଂ କେସର ପକାନ୍ତୁ। ଏବେ ଏକ ବଡ କଡା ନିଅନ୍ତୁ ଏବଂ ସେଥିରେ ୩ ଚାମଚ ଘିଅ କିମ୍ବା ତେଲ ପକାନ୍ତୁ। ଏହାପରେ ଏଥିରେ ଜିରା ପକାଇ ତଡକା ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.