ଟେଷ୍ଟରେ ଏକଦମ୍‌ ଜବରଦସ୍ତ ମକା ପକୋଡା, ସ୍ୱିଟ୍‌ କର୍ନ ଖାଇବା ପସନ୍ଦ କରନ୍ତି ତ ଜଲଦି ବନାନ୍ତୁ

ଆବଶ୍ୟକ ସାମଗ୍ରୀ

କର୍ନ, ପିଆଜ, କଞ୍ଚା ଲଙ୍କା, ରସୁଣ, ଲୁଣ, ଲାଲ ଲଙ୍କା ପାଉଡର, ଗୋଲ ମରୀଚ ପାଉଡର, ଅରିଗାନୋ, ଚାଉଳ ଗୁଣ୍ଡ, ଚିଜ୍‌, କର୍ନଷ୍ଟର୍ଚର୍ ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ

କର୍ନ ପକୋଡା ବନାଇବା ପାଇଁ ଆପଣ ସର୍ବପ୍ରଥମେ କର୍ନକୁ ହାଲକା ସିଝାଇ ଦିଅନ୍ତୁ। ପିଆଜ, କଞ୍ଚା ଲଙ୍କା, ରସୁଣକୁ ଛୋଟ ସାଇଜରେ କାଟି ଦିଅନ୍ତୁ। ଏହାପରେ ଏକ ପାତ୍ରରେ କର୍ନ, କଟା ପିଆଜ, କଞ୍ଚା ଲଙ୍କା (ଏହା ଅପ୍ସନାଲ) ପକାଇ ପାରିବେ। ରସୁଣ, ଲୁଣ, ଲାଲ ଲଙ୍କା ପାଉଡର, ଗୋଲମରୀଚ ପାଉଡର, ଅରିଗାନୋ, ଚାଉଳ ଗୁଣ୍ଡ ଏବଂ ଚିଜକୁ ଗ୍ରେଟ୍‌ କରି ପକାଇ ଦିଅନ୍ତୁ। ଆପଣ ଚାହିଁବେ ତ ଚିଜକୁ ସ୍କିପ କରିପାରିବେ।

ଏହାପରେ ସୁଖିଲା ମିକ୍ସର ସବୁକୁ ମିକ୍ସ କରିବା ପରେ ଏଥିରେ କର୍ନଷ୍ଟର୍ଚ ଏବଂ ପାଣିର ଘୋଳ ପକାନ୍ତୁ। ଏହାକୁ ଭଲଭାବେ ମିକ୍ସ କରନ୍ତୁ। ଏବେ ତାଓ୍ଵା ଗରମ କରନ୍ତୁ ଏବଂ ଏଥିରେ ତେଲ ପକାନ୍ତୁ। ଏହାପରେ ଅଳ୍ପ ଅଳ୍ପ ଘୋଳ ପକାଇ ଏହାକୁ ତାଓ୍ଵାରେ ମେଲାଇ ଦିଅନ୍ତୁ। ଦୁଇ ପାଖକୁ ଭଲଭାବେ ଫ୍ରାଏ କରନ୍ତୁ ଏବଂ ପ୍ଲେଟକୁ କାଢ଼ି ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.