Below header

କ୍ୟାନ୍‌ସର ଭଳି ଭୟଙ୍କର ରୋଗରୁ ରକ୍ଷା ପାଇବା ପାଇଁ ଚାହୁଁଥିଲେ, ବଦଳାନ୍ତୁ ଏହି ୬ ଜୀବନଶୈଳୀ

ମୁମ୍ବାଇର ପ୍ରତିଷ୍ଠିତ କ୍ୟାନ୍‌ସର ଡାକ୍ତର ନିଖିଲ କଲ୍ୟାଣୀ କୁହନ୍ତି କ୍ୟାନ୍‌ସର ରୋଗରୁ ରକ୍ଷା ପାଇବା ସହଜ ନୁହେଁ । ତେଣୁ ରୋଗ ହେବା ପରେ ଚିକିତ୍ସା କରିବା ଅପେକ୍ଷା କିପରି ଏହି ରୋଗରୁ ଦୂରରେ ରହିହେବ ସେ କଥା ଜାଣିବା ଜରୁରୀ । ତେଣୁ ସେ ମନୁଷ୍ୟର ଜୀବନଶୈଳୀ ନେଇ କେତେକ ଗୁରୁତ୍ତ୍ୱପୂର୍ଣ୍ଣ କଥା କହିଛନ୍ତି । ଯାହାକି ଜଣେ ବ୍ୟକ୍ତିକୁ କ୍ୟାନ୍‌ସର ଠାରୁ ଦୂରରେ ରହିବାକୁ ସାହାଯ୍ୟ କରିବ ।

କ୍ୟାନ୍‌ସର ବା କର୍କଟ ରୋଗ ର ମୃତ୍ୟୁ ହାର ବିଶ୍ୱରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ମସ୍ତିସ୍କ, ଗଳା ଓ ସ୍ତନ କର୍କଟ ଆମ ଦେଶରେ ଏକ ସାଧାରଣ କର୍କଟ ରୋଗ ଭାବେ ଉଭା ହୋଇଛି । ତେବେ କର୍କଟ ରୋଗ ହେବାର ୮୦ ପ୍ରତିଶତ କାରଣ ଜୀବନ ଶୈଳୀ ଓ ପରିବେଶ ସମ୍ପର୍କିତ ହୋଇଥିବା ବେଳେ ୨୦ ପ୍ରତିଶତ କାରଣ ବଂଶାନୁଗତିକ ବୋଲି ଜଣାପଡ଼ିଛି ।

ତେବେ ଜୀବନଶୈଳୀର ମୁଖ୍ୟ କାରଣ ଭିତରେ ଧୂମପାନ, ମଦ୍ୟପାନ, କମ୍‌ ବ୍ୟାୟାମ ଓ ମୋଟାପଣ ଓ ଖାଦ୍ୟ ଗ୍ରହଣ (ରେଡ୍‌ ମିଟ୍‌) ପ୍ରକ୍ରିୟା । ଯଦି ଜୀବନ ଶୈଳୀର ଏହି ୬ ଟି ପ୍ରକ୍ରିୟାକୁ ମାନିପାରିବେ ତେବେ କ୍ୟାନ୍‌ସର ଦାଉରୁ ରକ୍ଷା ପାଇହେବ ବୋଲି ଏହି ଡାକ୍ତର କହିଛନ୍ତି ।

exercise
photo credit: healthgrades.com

୧. ତମ୍ବାକୁ ଛାଡ଼ିବା (ଧୂମପାନ କିମ୍ବା ବିନା ଧୂମଯୁକ୍ତ) ।

୨. ସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣ : ଖାଦ୍ୟରେ ପରିବା ଓ ଫଳମୂଳ ମାତ୍ରା ବଢ଼ାଇବା, ଲାଲ୍‌ ମାଂସ ଓ ପ୍ରୋସେସ୍‌ ଫୁଡ୍‌ ନଖାଇବା ।

୩. ମଦ୍ୟପାନରୁ ବିରତ ରହିବା ।

୪. ମୋଟା ନହେବାକୁ ଚେଷ୍ଟା କରିବା ।

୫. ସ୍ତନ୍ୟ ପାନ କରାଇବା ।

୬. ଶାରୀରିକ ପରିଶ୍ରମ କରିବା ( ସପ୍ତାହକୁ ଅତି କମ୍‌ରେ ୧୫୦ ମିନିଟ୍‌ସ ର ଶାରିରିକ ପରିଶ୍ରମ )

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.