Below header

Pregnancy: ଯଦି ଶରୀରରେ ଏହି ଲକ୍ଷଣ ଦେଖା ଦେଉଛି, ତ ଜାଣି ଯାଆନ୍ତୁ ଆପଣ ଗର୍ଭବତୀ!

ଯଦି ଆପଣଙ୍କ ପରିୟଡ୍ ମିସ୍ ହୋଇ ଯାଇଛି ଏବଂ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ, ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ତା’ ହେଲେ ଏଠାରେ ଆମେ ଆପଣଙ୍କୁ କିଛି ଲକ୍ଷଣ ବିଷୟରେ କହିବୁ, ଯାହା ନିଶ୍ଚିତ କରିଦେବ ଯେ ଆପଣ ଗର୍ଭବତୀ ଅଛନ୍ତି କି ନାହାନ୍ତି। ଯଦିଓ ପ୍ରେଗନାନ୍ସି ଟେଷ୍ଟରୁ ଏହାର ଚିହ୍ନଟ କରାଯାଇ ପାରିବ, କିନ୍ତୁ ଅନେକ ବାର ହର୍ମୋନାଲ ପରିବର୍ତ୍ତନ ହେତୁ ମଧ୍ୟ ପରିୟଡ୍ ଅନିୟମିତ ହୋଇଥାଏ। ବିଶେଷ କରି ଥାୟରଏଡ୍ ବଢ଼ିବା ସ୍ଥିତିରେ ପରିୟଡ୍ ଅନିୟମିତ ହୋଇଯାଏ। ଏମିତିରେ ପରିୟଡ୍ ମିସ୍ ହେବା ହିଁ ଗର୍ଭଧାରଣର ଏକମାତ୍ର ଲକ୍ଷଣ ହୋଇ ପାରିବ ନାହିଁ। ଆପଣ କନ୍‌ସିଭ କରିଛନ୍ତି ଏବଂ ମା’ ହେବାକୁ ଯାଉଛନ୍ତି, ଏହା କେତେଗୁଡ଼ିଏ ଲକ୍ଷଣରୁ ମଧ୍ୟ ଜାଣି ହେବ।

ଥକ୍କାପଣ: ପରିୟଡ୍ ମିସ୍ ହେବା ସହିତ ଯଦି ଆପଣଙ୍କୁ ହଠାତ୍ କ୍ଳାନ୍ତ ବା ଥକ୍କାପଣ ଅନୁଭବ ହେଉଛି, ତା’ ହେଲେ ବୁଝି ଯାଆନ୍ତୁ ଆପଣ ଗର୍ଭବତୀ ଅଛନ୍ତି। ଗର୍ଭାବସ୍ଥାରେ ଶରୀରରେ କିଛି ହରମୋନ୍ ଦ୍ରୁତ ଗତିରେ ବଢ଼ିଥାଏ, ଯେଉଁ କାରଣରୁ ଥକ୍କାପଣ ଅନୁଭବ ହୋଇଥାଏ। ଯଦି ଆପଣଙ୍କ ସହିତ ବି ଏମିତି ଘଟୁଛି, ତା’ ହେଲେ ଆହୁରି ନିଶ୍ଚିତ ହେବା ପାଇଁ ଆପଣ ପ୍ରେଗନାନ୍ସି ଟେଷ୍ଟ କରି ପାରିବେ।

ମୁଡ୍ ଚେଞ୍ଜ: ଗର୍ଭାବସ୍ଥାରେ ମୁଡ୍ ସୁଇଙ୍ଗ୍ ବହୁତ ହୋଇଥାଏ। ଏହା ମଧ୍ୟ ହର୍ମୋନାଲ ପରିବର୍ତ୍ତନ କାରଣରୁ ହୋଇଥାଏ। ଯଦି ଆପଣଙ୍କର ପିରିୟଡ୍ ମିସ୍ ହୋଇଛି ଏବଂ ଏହି ସମୟରେ ଆପଣ ମୁଡ୍ ସୁଇଙ୍ଗ୍ ମଧ୍ୟ ଅନୁଭବ କରୁଛନ୍ତି, ତା’ ହେଲେ ଏହାର କାରଣ ଆପଣଙ୍କ ପ୍ରେଗନାନ୍ସି ହୋଇପାରେ।

ବାନ୍ତି ଏବଂ ମୁଣ୍ଡ ବୁଲାଇବା: ଗର୍ଭାବସ୍ଥାର ପ୍ରାରମ୍ଭ ଦିନଗୁଡ଼ିକରେ ବାନ୍ତି ଆସିବା ସ୍ୱାଭାବିକ କଥା। କିଛି ମହିଳାଙ୍କଠାରେ ମଧ୍ୟ ମୁଣ୍ଡ ବୁଲାଇବା ଭଳି ସମସ୍ୟା ଦେଖା ଦେଇଥାଏ। ଯଦି ଆପଣଙ୍କ ସହିତ ଏମିତି ଘଟୁଛି, ତା’ ହେଲେ ବୁଝି ଯାଆନ୍ତୁ ଯେ ଆପଣ ମା’ ହେବାକୁ ଯାଉଛନ୍ତି।

ଶାରୀରିକ ପରିବର୍ତ୍ତନ: ଗର୍ଭାବସ୍ଥା ସହିତ ମହିଳାଙ୍କ ଶରୀରରେ କିଛିଟା ପରିବର୍ତ୍ତନ ଦେଖା ଦେଇଥାଏ। ଯେପରି, ସ୍ତନରେ ଯନ୍ତ୍ରଣା ହେବା, ଏହାର ଆକାରରେ ପରିବର୍ତ୍ତନ ଇତ୍ୟାଦି। ଏହି ସବୁ ଲକ୍ଷଣ ମଧ୍ୟ ସୂଚାଇ ଦେଇଥାଏ ଯେ ଆପଣ ମା’ ହେବାକୁ ଯାଉଛନ୍ତି।

ବାରମ୍ବାର ପରିସ୍ରା ଲାଗିବା: ଗର୍ଭାବସ୍ଥାରେ ବାରମ୍ବାର ପରିସ୍ରା ଲାଗିଥାଏ। ଯଦି ଆପଣଙ୍କ ସହିତ ବି ଏମିତି ଘଟୁଛି, ତା’ ହେଲେ ଆପଣ ପ୍ରେଗନାନ୍ସି ଟେଷ୍ଟ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.