ଶୀତ ଦିନରେ ପାଦ ଓ ହାତ ଫୁଲୁଛି କି ? ଜାଣନ୍ତୁ କିପରି ଘରୋଇ ଉପାୟରେ ପାଇବେ ଆରାମ

ଶୀତ ଦିନରେ ରକ୍ତ ସଞ୍ଚାଳନ ଠିକ୍‌ ଭବେ ହୋଇପାରେ ନାହିଁ । ସେଥିପାଇଁ ଶରୀର ଫୁଲିବା ପାଇଁ ଲାଗିଥାଏ । ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହାକୁ ନେଇ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାର ବ୍ୟବହାରରେ ଆପଣଙ୍କ ହାତ ଓ ପାଦରେ ହେଉଥିବା କଷ୍ଟ କମ ହୋଇଯିବ ।

ବର୍ତ୍ତମାନ ଶୀତ ଋତୁ ଆରମ୍ଭ ହୋଇଯାଇଛି । ହେଲେ ଯେତେବେଳେ ଶୀତ ଅଧିକ ବଢି ଯିବ ସେତେବେଳେ ଲୋକମାନଙ୍କର ହାତ ଓ ପାଦ ଫୁଲିବା ସହ କଷ୍ଟ ମଧ୍ୟ ହେବାକୁ ଲାଗିବ । ତେବେ ଆପଣମାନେ ଏହାର କାରଣ ଜାଣିଛନ୍ତି କି, ଯେ କଣ ପାଇଁ ହାତ ଓ ପାଦରେ କଷ୍ଟ ହେବାକୁ ଲାଗିଥାଏ । ଏମିତି ହେବାର ଏକ ବଡ କାରଣ ହୋଇଥାଏ, ଶୀତ ଦିନରେ ରକ୍ତ ସଞ୍ଚାଳନ ଠିକ୍‌ ଭବେ ହୋଇପାରେ ନାହିଁ । ସେଥିପାଇଁ ଶରୀର ଫୁଲିବା ପାଇଁ ଲାଗିଥାଏ । ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହାକୁ ନେଇ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାର ବ୍ୟବହାରରେ ଆପଣଙ୍କ ହାତ ଓ ପାଦରେ ହେଉଥିବା କଷ୍ଟ କମ ହୋଇଯିବ ।

ହଳଦୀ ଦ୍ୱାରା ଦୂର ହୋଇପାରିବ ଏହି କଷ୍ଟ :
ଶୀତ ଦିନ ଯୋଗୁ ହାତ ଓ ପାଦ ଫୁଲଥିଏ, ଆପଣମାନେ ହଳଦୀର ବ୍ୟବହାର କରି ଏହି କଷ୍ଟରୁ ମୁକ୍ତି ପାଇପାରିବେ । ତେବେ ହଳଦୀରେ ବହୁତ ଔଷଧ ଗୁଣ ରିହିଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭକାରୀ ହୋଇପାରେ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କିପରି ଭାବେ ଏହାର ବ୍ୟବହାର କରିବେ । ପ୍ରଥମେ ଅଳ୍ପ ଉଷୁମ ପାଣି ନେଇ ଯିବେ ଓ ସେଥିରେ ଦୁଇ ଚାମଚ ହଳଦୀ ମିଶାଇବେ । ଏହାପରେ ସେହି ପାଣିରେ ପାଦ ପୂରାଇ ରଖିବେ । ଏହାସହ ସେହି ପାଣିକୁ ହାତ ଓ ଫୁଲିଥିବା ଅନ୍ୟ ସ୍ଥାନରେ ଲଗାଇବେ । ଏହାପରେ ସେହି ସ୍ଥାନକୁ ଭଲ ଭାବେ ପୋଛି, ସେଥିରେ ତେଲ ମାଲିସ କରିନେବେ । ତାପରେ ଦେଖିବେ ଯେ କିପରି ଭାବେ ଆପଣ ଏହି କଷ୍ଟରୁ ମୁକ୍ତି ପାଇବେ ।

ସୈନ୍ଧବ ଲୁଣ :
ଥଣ୍ଡା ସମୟରେ ହାତ ଓ ପାଦ ଫୁଲିବା କମ କରିବା ପାଇଁ ଆପଣ ସୈନ୍ଧବ ଲୁଣ ବ୍ୟବହାର କରିପାରିବେ । ଏଥିପାଇଁ ଗୋଟିଏ ଚାମଚ ସୋରିଷ ତେଲ ନେଇ ସେଥିରେ ସୈନ୍ଧବ ଲୁଣ ମିଶନ୍ତୁ । ତାପରେ ସେହି ମିଶାଇଥିବା ଜିନିଷକୁ ଏକ ପାତ୍ରରେ ଗରମ ପାଣି ନେଇ ମିଶାନ୍ତୁ । ଏହା ପରେ ସେହି ପାଣିକୁ ଫୁଲିଥିବା ସ୍ଥାନରେ ଲଗାନ୍ତୁ । ତେବେ ଏହାକୁ ବ୍ୟବହାର କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ପାଇବେ ।

ନଡିଆ ତେଲ ଓ କର୍ପୁର :
ଶୀତ ଦିନରେ ଶରୀର ଫୁଲିବା ଓ କୁଣ୍ଡାଇ ହେବାରୁ ବଞ୍ଚିବା ପାଇଁ ଆପଣ ନଡିଆ ତେଲ ଓ କର୍ପୁର ବ୍ୟବହାର କରିପାରିବେ । ଏହାସହ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭକାରୀ ମଧ୍ୟ ହୋଇଥାଏ । ତେବେ ଏହି ଦୁଇଟି ଜିନିଷକୁ ମିଶାଇ ଦିଅନ୍ତୁ ଓ ସେହି ମିଶ୍ରଣକୁ ଫୁଲିଥିବା ସ୍ଥାନରେ ଭଲ ଭାବେ ଲଗାଇ ରାତି ସାରା ଛାଡି ଦିଅନ୍ତୁ । ତାପରେ ଦେଖିବେ ଫୁଲା, କୁଣ୍ଡାଇ ହେବା ଓ କଷ୍ଟରୁ କିପରି ଭାବେ ଆରାମ ପାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.