ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଏହି ଜିନିଷ, ୟୁରିକ୍ ଏସିଡ୍ ସମସ୍ୟାରୁ ମିଳିବ ମୁକ୍ତି
ୟୁରିକ୍ ଏସିଡ୍ ବଢିବା ଯୋଗୁ ହେଉଥିବା ରୋଗ ମଧ୍ୟରେ ଆର୍ଥ୍ରାଇଟିସ୍, ସୁଗାର, ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ସାଧାରଣ ଦେଖାଯାଏ । ଶରୀରରେ ବଢିଥିବା ୟୁରିକ୍ ଏସିଡ୍ ସମସ୍ୟା, ଆଗକୁ ଯାଇ ବଡ଼ ରୋଗର କାରଣ ପାଲଟିପାରେ । ଯାହ ଫଳରେ ଆପଣମାନେ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଆପଣ ନିଜ ପ୍ରତିଦନି ଲାଇଫ୍ ଷ୍ଟାଇଲ୍ରେ ବିଶେଷ ଧ୍ୟାନ ରଖିବା ଉଚିତ ।
ୟୁରିକ୍ ଏସିଡ୍ ବଢିବା ଯୋଗୁ ଆମ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ୟୁରିକ୍ ଏସିଡ୍ ବଢିବା ଯୋଗୁ ହେଉଥିବା ରୋଗ ମଧ୍ୟରେ ଆର୍ଥ୍ରାଇଟିସ୍, ସୁଗାର, ହାର୍ଟ ଏବଂ କିଡନୀ ସମ୍ବନ୍ଧୀୟ ସମସ୍ୟା ସାଧାରଣ ଦେଖାଯାଏ । ଯଦି ଆପଣ ସମୟ ସମୟରେ ୟୁରିକ୍ ଏସିଡ୍କୁ ନିୟନ୍ତ୍ରଣ ନକରିବେ, ତେବେ ଏହା ସହ ଜଡିତ ଅନେକ ସମସ୍ୟା ଦେଖିବାକୁ ମିଳିପାରେ । ଶରୀରରେ ବଢିଥିବା ୟୁରିକ୍ ଏସିଡ୍ ସମସ୍ୟା, ଆଗକୁ ଯାଇ ବଡ଼ ରୋଗର କାରଣ ପାଲଟିପାରେ । ଯାହ ଫଳରେ ଆପଣମାନେ ବିଭିନ୍ନ ପ୍ରକାରର ରୋଗର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଆପଣ ନିଜ ପ୍ରତିଦନି ଲାଇଫ୍ ଷ୍ଟାଇଲ୍ରେ ବିଶେଷ ଧ୍ୟାନ ରଖିବା ଉଚିତ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସମସ୍ୟାରୁ ବଞ୍ଚିବା ପାଇଁ ଆପଣଙ୍କୁ ନିଜ ଲାଇଫ୍ ଷ୍ଟାଇଲ୍ରେ କିପରି ପରିବର୍ତ୍ତନ କରିବା ଜରୁରୀ । ଏହା ବ୍ୟତୀତ ଯଦି ଆପଣଙ୍କ ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବଢିଯାଇଛି, ତାହେଲେ ଆପଣ ନିଜ ଖାଦ୍ୟରେ ଏହି ଜିନିଷ ସାମିଲ କରନ୍ତୁ ।
ଜାଣନ୍ତୁ ୟୁରିକ୍ ଏସିଡ୍ କ’ଣ ?
ତେବେ ବ୍ଲଡରେ ପ୍ୟୁରିନ୍ ନାମକ ଏକ ରାସାୟନିକ ପଦାର୍ଥ ଦ୍ୱାରା ୟୁରିକ୍ ଏସିଡ୍ ତିଆରି ହୋଇଥାଏ । ଏହା ସହ ୟୁରିକ୍ ଏସିଡ୍ ଲେବଲ୍ ବଢିବା ଯୋଗୁ ଆର୍ଥ୍ରାଇଟିସ୍ ଭଳି ସମସ୍ୟା ସୃଷ୍ଟି ହୋଇପାରେ । ଏହି ପରିସ୍ଥିତିରେ ଲୋକମାନଙ୍କ ପାଦ ଫୁଲିଥାଏ । ବାସ୍ତବରେ ଯେତେବେଳେ ଶରୀରର ଗଣ୍ଠିରେ ବହୁ ପରିମାଣର ୟୁରେଟ୍ ସ୍ଫଟିକ୍ ଜମା ହୁଏ, ଏହା ଯନ୍ତ୍ରଣାର କାରଣ ହୋଇଯାଏ । ଏଥି ସହିତ ୟୁରିକ୍ ଏସିଡ୍ ଲେବଲ୍ ବଢିବା ଦ୍ୱାରା କିଡନୀରେ ଷ୍ଟୋନ୍ ମଧ୍ୟ ହୋଇପାରେ ଏବଂ ଏହା ନେଫ୍ରୋପାଥି କିମ୍ବା କିଡନୀ ଫେଲ୍ର କାରଣ ପଲଟିପାରେ ।
ପ୍ରତିଦିନ ରାତିରେ ଖାଦ୍ୟରେ ସାମିଲା କରନ୍ତୁ ଏହି ଜିନିଷ ୟୁରିକ୍ ଏସିଡ୍ ସମସ୍ୟା ରହିବା ନିୟନ୍ତ୍ରଣ :
ଆପଣମାନେ ତ ଜାଣିଥିବେ ଯେ ରାତିରେ ଖାଇବା ପରେ ବିଶ୍ରାମ ନିଆଯାଏ । ଯେଉଁ କାରଣରୁ ମେଟାବୋଲିକ୍ କାମ ବଢିଯାଏ । ତେଣୁ ଆପଣ ନିଜ ଡାଏଟ୍ରେ ସେହି ଜିନିଷଗୁଡିକ ସାମିଲ କରିବା ଉଚିତ୍ ନୁହେଁ, ଯାହା ଆପଣଙ୍କ ଶରୀରରେ ପ୍ୟୁରିନ୍ ମାତ୍ରା ବଢାଇବାରେ ସାହାଯ୍ୟ କରିବ । ସେଥିପାଇଁ ଆପଣମାନେ କ୍ଷୀର ଏବଂ ଅଣ୍ଡା ଖାଇପାରିବେ, କାରଣ ଏଥିରେ କମ୍ ପ୍ୟୁରିନ୍ ଥାଏ ଏବଂ ସେଥିପାଇଁ ଏହି ଜିନିଷଗୁଡିକ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ । ଏହା ସହିତ ପ୍ରୋଟିନ୍, ଦୁଗ୍ଧଜାତ ଦ୍ରବ୍ୟ ଏବଂ ମାଛ ମଧ୍ୟ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯାଇପାରେ । ଆପଣ କଫି ମଧ୍ୟ ଖାଇପାରିବେ କାରଣ ଏହା ୟୁରିକ୍ ଏସିଡ୍ ଲେବଲ୍କୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଆପଣ ଭିଟାମିନ୍ C ରେ ଭରପୂର ଜିନିଷ ମଧ୍ୟ ଖାଇପାରିବେ । ତେବେ ଯଦି ଆପଣମାନେ ଏହି ସବୁ ଜିନିଷ ନିଜ ଡାଏଟ୍ରେ ସାମିଲ କରିବେ, ତାହେଲେ ଆପଣ ୟୁରିକ୍ ଏସିଡ୍ ସମସ୍ୟାରୁ ମୁକ୍ତି ପାଇପାରିବେ ।