Below header

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ବଡ଼ ଆଶ୍ୱସ୍ତି, ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାର ଦ୍ୱିତୀୟ ପିଟିସନ ବି ଖାରଜ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କେଜ୍ରିଓ୍ଵାଲଙ୍କୁ ସିଏମ୍‌ ପଦରୁ ହଟାଇବା ପାଇଁ ଦାଖଲ ହୋଇଥିବା ଦ୍ୱିତୀୟ ଜନହିତ ପିଟିସନ (PIL)କୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି । କେଜ୍ରିଓ୍ଵାଲଙ୍କୁ ସିଏମ୍‌ ପଦରୁ ହଟାଇବା ପାଇଁ ଦାଖଲ ହୋଇଥିବା ଦ୍ୱିତୀୟ ଜନହିତ ପିଟିସନ (PIL)କୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ବେଳେବେଳେ ବ୍ୟକ୍ତିଗତ ସ୍ୱାର୍ଥକୁ ଜାତୀୟ ସ୍ୱାର୍ଥ ଅଧୀନ କରିବାକୁ ପଡ଼ିଥାଏ ।

କହି ରଖୁଛୁ ଯେ କୋର୍ଟ ପୂର୍ବରୁ ମଧ୍ୟ ଏପରି ଆବେଦନକୁ ଖାରଜ କରିଥିଲେ । କୋର୍ଟ କହିଥିଲେ କି, ଏଥିରେ ନ୍ୟାୟିକ ହସ୍ତକ୍ଷେପ କରାଯାଇପାରିବ ନାହିଁ ।

ଏହି ଆବେଦନ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି, ଆମେ କିପରି କହିପାରିବା ଯେ ସରକାର କାର୍ଯ୍ୟ କରୁନାହାନ୍ତି । ଏଲ୍‌ଜି ନିଷ୍ପତ୍ତି ନେବାରେ ସକ୍ଷମ । ତାଙ୍କୁ ଆମ ପରାମର୍ଶର ଆବଶ୍ୟକତା ନାହିଁ । ସେ ଆଇନ ଅନୁଯାୟୀ କାର୍ଯ୍ୟ କରିବେ । ଏହି ମାମଲାରେ କେବଳ ଏଲଜି କିମ୍ବା ରାଷ୍ଟ୍ରପତି ହିଁ ଦକ୍ଷ ।

ଯେତେବେଳେ କୋର୍ଟ ଏହି ମାମଲାରେ କୌଣସି ଆଦେଶ ଦେବାକୁ ମନା କରିଦେଇଥିଲେ, ଆବେଦନକାରୀ କହିଥିଲେ ଯେ ସେମାନେ ଏହାକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି ଏବଂ ଏଲ୍‌ଜିଙ୍କ ନିକଟରେ ନିଜର ଆବେଦନ ଦାଖଲ କରିବେ ।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପଦରୁ ହଟାଇବା ପିଟିସନ ହାଇକୋର୍ଟରେ ଖାରଜ ହୋଇଥିଲା । କେଜ୍ରିଓ୍ଵାଲଙ୍କୁ ସିଏମ୍‌ ପଦରୁ ହଟାଇବାକୁ ଦାବି କରୁଥିବା ପିଆଇଏଲ୍‌ (PIL) ଉପରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରି ଦେଇଥିଲେ ।

ହାଇକୋର୍ଟ କହିଥିଲେ ଯେ ଏହା କାର୍ଯ୍ୟପାଳିକା ସହ ଜଡିତ ମାମଲା । ଦିଲ୍ଲୀ ଉପରାଜ୍ୟପାଳ ଏହି ମାମଲା ଉପରେ ଦୃଷ୍ଟି ଦେବେ ଏବଂ ପରେ ସେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ । ଏହି ମାମଲାରେ କୋର୍ଟଙ୍କର କୌଣସି ଭୂମିକା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.