ଚାଞ୍ଚଲ୍ୟ : ପାଣି ଟାଙ୍କିରେ ମରିପଡିଛନ୍ତି ୩୦ରୁ ଅଧିକ ମାଙ୍କଡ, ୨୦୦ ପରିବାର ବ୍ୟବହାର କରୁଥିଲେ ପାଣି

ପାଣି ଟାଙ୍କିରେ ମରିପଡିଛନ୍ତି ୩୦ରୁ ଅଧିକ ମାଙ୍କଡ । ଆଉ ଏହି ପାଣିକୁ ବ୍ୟବହାର କରୁଥିବା ହିଲ୍‌ କଲୋନୀରେ ଥିବା ୨୦୦ରୁ ଅଧିକ ପରିବାର । ନଦୀକୋଣ୍ଡା ନଗର ପାଳିକା ଅନ୍ତର୍ଗତ ନାଗାର୍ଜୁନ ସାଗର ପାଖରେ ଥିବା ପାଣି ଟାଙ୍କିରୁ ନଗର ନିଗମ କର୍ମୀ ମୃତ ମାଙ୍କଡଙ୍କ ଶବକୁ ବାହାର କରିଛନ୍ତି ।

ତେଲେଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପାଣି ଟାଙ୍କିରେ ମରିପଡିଛନ୍ତି ୩୦ରୁ ଅଧିକ ମାଙ୍କଡ । ଆଉ ଏହି ପାଣିକୁ ବ୍ୟବହାର କରୁଥିବା ହିଲ୍‌ କଲୋନୀରେ ଥିବା ୨୦୦ରୁ ଅଧିକ ପରିବାର । ନଦୀକୋଣ୍ଡା ନଗର ପାଳିକା ଅନ୍ତର୍ଗତ ନାଗାର୍ଜୁନ ସାଗର ପାଖରେ ଥିବା ପାଣି ଟାଙ୍କିରୁ ନଗର ନିଗମ କର୍ମୀ ମୃତ ମାଙ୍କଡଙ୍କ ଶବକୁ ବାହାର କରିଛନ୍ତି ।

ତେବେ ପାଣି ଟାଙ୍କି ଉପରେ ନଗର ନିଗମ କର୍ମଚାରୀ ଧାତୁର ଚାଦର ଲଗାଇଥିଲେ । କିନ୍ତୁ ପ୍ରବଳ ଗରମ ଯୋଗୁଁ ଏହା ତରଳି ଯାଇଥିବା ସନ୍ଦେହ କରାଯାଉଛି । ଆଉ ଗରମ ଯୋଗୁଁ ମାଙ୍କଡ ପାଣି ପିଇବା ପାଇଁ ଏଥିରେ ପଶି ମରିଥିବା ଅନୁମାନ କରାଯାଉଛି ।

ପାଣି ଟାଙ୍କିରେ ଏତେ ସଂଖ୍ୟକ ମାଙ୍କଡ ମରିବା ଯୋଗୁଁ ପାଣି ବ୍ୟବହାର କରୁଥିବା ୨୦୦ ପରିବାରଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିଛନ୍ତି । ତେବେ ମାଙ୍କଡ ସବୁ ୧୦ ଦିନରୁ ମରିଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକ ନଗର ନିଗମ ଅଧିକାରୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ନେବାକୁ ଲୋକମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.