ଶିଶୁଙ୍କ ପାଇଁ ପର୍ଫ୍ୟୁମ ବ୍ୟବହାର ସୁରକ୍ଷିତ କି? ଜାଣନ୍ତୁ କଣ ରହିଛି ସାଇଡ ଇଫେକ୍ଟସ

ଶରୀର ସୁଗନ୍ଧ ଏବଂ ଫ୍ରେସ୍‌ ଫିଲ୍‌ କରିବା ପାଇଁ ଡିଓଡ୍ରାଣ୍ଟ ବ୍ୟବହାର କରାଯାଇଥାଏ । କିନ୍ତୁ ଏହାର ବ୍ୟବହାର ଦ୍ୱାରା ଶିଶୁମାନଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଶରୀରରୁ ଅଧିକ ମାତ୍ରାରେ ଟକ୍ସିନ ବାହାରିଥାଏ, ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ । କିନ୍ତୁ ଯଦି କୌଣସି ଶିଶୁ ଡିଓଡ୍ରାଣ୍ଟ ବ୍ୟବହାର କରିଥାଏ ତେବେ ସେହି ଶିଶୁର ଶରୀର ଉପରେ ଏହା ଗଭୀର ଭାବେ ପ୍ରଭାବ ପକାଇଥାଏ ।

ପ୍ରତ୍ୟେକ ବ୍ୟନ୍ତି ନିଜକୁ ସୁନ୍ଦର ଏବଂ ସଫା ରଖିବା ପାଇଁ ଚେଷ୍ଟା କରିଥାନ୍ତି । ଏଥି ପାଇଁ ମାର୍କେଟରେ ବିଭିନ୍ନ ପ୍ରକାର ଆବଶ୍ୟକୀୟ ଜିନିଷ ଉପଲବ୍ଧ ହୋଇଥାଏ । ତେବେ ଏହି ସମସ୍ତ ଜିନିଷ ମଧ୍ୟରୁ ପର୍ଫ୍ୟୁମ ବା ଅତରର ଚାହିଦା ଭିନ୍ନ ରହିଛି । ମାର୍କେଟରେ ଅନେକ ଫ୍ରାଗରେନ୍ସର ପର୍ଫ୍ୟୁମ ମିଳିଥାଏ । ବର୍ତ୍ତମାନ ସମୟରେ ପର୍ଫ୍ୟୁମ ମଣିଷର ଅତ୍ୟାବଶ୍ୟକ ଜିନିଷ ଭାବେ ବ୍ୟବହାର ହେଉଛି । ଗରମ ଦିନରେ ମଣିଷ ଦେହରୁ ଅତ୍ୟଧିକ ଝାଳ ବାହାରିଥାଏ ଏହି ଦୁର୍ଗନ୍ଧରୁ ବଞ୍ଚିବା ପାଇଁ ପ୍ରତ୍ୟେକ ମଣିଷ ପର୍ଫ୍ୟୁମ ବ୍ୟବହାର କରିଥାନ୍ତି, ଯାହା ଦ୍ୱାରା ଫ୍ରେସନେସ ମିଳିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଫର୍ଫ୍ୟୁମ ଛୋଟ ପିଲାଙ୍କ ଠାରୁ କାହିଁକି ଦୂରେଇ ରଖିବା ଉଚିତ । ଶିଶୁମାନଙ୍କ ପାଇଁ ଏହା କେତେ ହାନିକାରକ ତାହା ହୁଏତ ଆପଣମାନେ ଜାଣି ନଥିବେ । ପର୍ଫ୍ୟୁମ ବୋତଲରେ ଶିଶୁମାନଙ୍କ ଠାରୁ ଏହାକୁ ଦୂରେଇ ରଖିବା ପାଇଁ ପରାମର୍ଶ ଦିଆଯାଇଥାଏ ।

ଏକ ଅଧ୍ୟୟନରୁ ପ୍ରକାଶ ପାଇଛି ଯେ, ଶିଶୁମାନଙ୍କର ୧୨.୭ ପ୍ରତିଶତ କ୍ଷତି, ପର୍ଫ୍ୟୁମର ସୁଗନ୍ଧରେ ଦିଆଯାଇଥିବା ଉତ୍ପାଦ ପାଇଁ ହୋଇଥାଏ । ବ୍ରିଟେନରେ ଏୟାରସୋଲ ଡିଓଡ୍ରାଣ୍ଟ ଶୁଂଘିବା ପରେ ଜଣେ ୧୪ ବର୍ଷିୟ ଝିଅ ହୃଦଘାତରେ ମୃତ୍ୟୁବରଣ କରିଥିଲା । ସେହି ଝିଅର ମୃତ୍ୟୁ ପରେ ତାର ଅଭିଭାବକ ଡିଓଡ୍ରାଣ୍ଟ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ । ତେବେ ଏହି ପର୍ଫ୍ୟୁମ ବ୍ୟବହାର ଶିଶୁମାନଙ୍କ ପାଇଁ କାହିଁକି କ୍ଷତିକାରକ ହୋଇଥାଏ ଆସନ୍ତୁ ଜାଣିବା

ଶରୀର ସୁଗନ୍ଧ ଏବଂ ଫ୍ରେସ୍‌ ଫିଲ୍‌ କରିବା ପାଇଁ ଡିଓଡ୍ରାଣ୍ଟ ବ୍ୟବହାର କରାଯାଇଥାଏ । କିନ୍ତୁ ଏହାର ବ୍ୟବହାର ଦ୍ୱାରା ଶିଶୁମାନଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ ଶରୀରରୁ ଅଧିକ ମାତ୍ରାରେ ଟକ୍ସିନ ବାହାରିଥାଏ, ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ । କିନ୍ତୁ ଯଦି କୌଣସି ଶିଶୁ ଡିଓଡ୍ରାଣ୍ଟ ବ୍ୟବହାର କରିଥାଏ ତେବେ ସେହି ଶିଶୁର ଶରୀର ଉପରେ ଏହା ଗଭୀର ଭାବେ ପ୍ରଭାବ ପକାଇଥାଏ ।

ଡିଓଡ୍ରାଣ୍ଟରେ ଥିବା ହାନିକାରକ ତତ୍ତ୍ୱ ଶରୀରକୁ କ୍ଷତି ପହଞ୍ଚାଇଥାଏ ।
ଡିଓଡ୍ରାଣ୍ଟରେ ଥିବା ଆଲୁମିନିଅୟମ ଲୁଣ ଭାବେ ଆସିଥାଏ, ଯାହା ଶିଶୁଙ୍କ ତ୍ୱଚାରେ ରହି ଝାଳ ବାହାରିବାକୁ ବନ୍ଦ କରିଥାଏ । ଅନେକ ରିପୋର୍ଟ ଅନୁସାରେ ଡିଓଡ୍ରାଣ୍ଟରେ ଥିବା ଆଲୁମିନିୟମ ପାଇଁ ଶରୀରରେ ଥିବା ଜିନ୍‌ରେ ଅସ୍ଥିରତା ଦେଖାଯାଇଥାଏ । ଯେଉଁଥି ପାଇଁ ଟ୍ୟୁମର ଏବଂ କ୍ୟାନ୍ସର କୋଶିକା ବୃଦ୍ଧି ହେବାରେ ଲାଗିଥାଏ ।

ଡିଓଡ୍ରାଣ୍ଟରେ ପାରାବିନକୁ ମଧ୍ୟ ମିଶା ଯାଇଥାଏ, ଯାହା ଶରୀରକୁ ବ୍ୟାକ୍ଟେରିଆରୁ ବଞ୍ଚାଇଥାଏ । କିନ୍ତୁ ଏହା ଶରୀରରେ ପହଞ୍ଚିବା ମାତ୍ରେ କ୍ୟାନ୍ସର ସେଲକୁ ବୃଦ୍ଧି କରିଥାଏ । ସେହିପରି ଅନେକ ଡିଓଡ୍ରାଣ୍ଟରେ ଟ୍ରାଇକ୍ଲୋସେନର ବ୍ୟବହାର ହୋଇଥାଏ । ଏହି ଟ୍ରାଇକ୍ଲୋସେନ ହରମୋନ ଆକ୍ଟିଭକୁ ରୋକିବା ସହ ଥାଏରଏଡକୁ ମଧ୍ୟ ପ୍ରଭାବିତ କରିଥାଏ ।

ଶିଶୁମାନଙ୍କୁ ଡିଓଡ୍ରାଣ୍ଟ ବ୍ୟବହାର କରିବା ଆସି ନଥାଏ, ତେଣୁ ସେମାନଙ୍କୁ ଏୟାରସୋଲ ସ୍ପ୍ରେ ଠାରୁ ଦୂରେଇ ରଖିବା ଉଚିତ । ତେବେ ଏହି ଡିଓଡ୍ରାଣ୍ଟ ବ୍ୟବହାର କରିବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.