ଚଷମା ପିନ୍ଧିବା ଦ୍ୱାରା ମୁହଁରେ କଳା ହୋଇଯାଉଛି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ କାମ କମ୍ପ୍ୟୁଟର କିମ୍ବା ଫୋନରେ ହେଉଛି। ଯାହାଫଳରେ ଏପରି କାମ କରିବା ଦ୍ୱାରା ଆଖି ଉପରେ ହିଁ ଅଧିକ ପ୍ରଭାବ ପଡ଼ିଥାଏ। କମ୍ପ୍ୟୁଟର ଏବଂ ଫୋନରୁ ବାହାରୁଥିବା ଲାଇଟ ଦ୍ୱାରା ଆଖିର ଆଲୋକ କମ ହେବାକୁ ଲାଗିଥାଏ। ଏହିକାରଣରୁ କିଛି ଲୋକ କମ୍ପ୍ୟୁଟର କିଛି ଲୋକ କମ୍ପ୍ୟୁଟର ସାମ୍ନାରେ କାମ କରିବା ସମୟରେ ଚଷମା ବ୍ୟବହାର କରିଥାନ୍ତି। ଚଷମା ବ୍ୟବହାର କରିବା ଦ୍ୱାରା ଆଖି ଉପରେ କିଛି ପ୍ରଭାବ ପଡିନଥାଏ କିନ୍ତୁ ମୁହଁରେ କଳା ଦାଗ ହୋଇଯାଏ। ଯାହା ଫଳରେ ଆପଣ ଚଷମା ବାହାର କରିବା ପରେ ନାକ ଉପରେ ହୋଇଥିବା କଳା ଦାଗ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ। ଏଥିପାଇଁ ଆପଣ ବ୍ୟୁଟି ପାର୍ଲର ଯାଇ କିମ୍ବା କିଛି ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି। ବେଳେ ବେଳେ ଏସବୁ କରିବା ପରେ କିଛି ଲାଭ ମିଳିନଥାଏ। ଏନେଇ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ବିଷୟରେ ଜଣାଇବୁ, ଯାହାଦ୍ୱାରା ସହଜରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇପାରିବ। ତେବେ ଆସନ୍ତୁ ଜାଣିବା କଣ ସେହି ଉପଚାର।

ଘିକୁଆଁରି ଘରେ ଘରେ ଲୋକମାନେ ବ୍ୟବହାର କରିଥାନ୍ତି। ଯାହା ତ୍ୱଚାକୁ କୋମଳ ରଖିବାରେ ସାହାଯ୍ୟ କରିଥାଏ। ଚଷମା ପିନ୍ଧିବା ପରେ ଯଦି ଆପଣଙ୍କ ମୁହଁରେ କଳା ଦାଗ ହୋଇଯାଇଥାଏ ତେବେ ଆପଣ ଏହି କଳା ଦାଗ ଉପରେ ଘିକୁଆଁରି କିମ୍ବା ବଜାରରେ ମିଳୁଥିବା ଏଲବେରା ଜେଲ ଲଗାନ୍ତୁ। ଏପରି କରିବା ଦ୍ୱାରା ବହୁତ ଜଲଦି କଳା ଦାଗ ଦୂର ହୋଇଯାଇଥାଏ।

ସେହିଭଳି ଆଳୁ ରସ କଳା ଦାଗ ଉପରେ ଲଗାଇବା ଦ୍ୱାରା ଖୁବ କମ ଦିନରେ ଏହି ଦାଗ ଦୂର ହୋଇଯିବ।

ମହୁ ତ୍ୱଚା ପାଇଁ ଲାଭକାରୀ ହେବା ସହ କଳା ଦାଗ ଦୂର କରିବାରେ ସାହାଯ୍ୟ କରିଥାଏ। ଏହି କାରଣରୁ ଆପଣ କଳା ଦାଗ ଉପରେ ମହୁ ମଧ୍ୟ ବ୍ୟବହାର କରିପାରିବେ।

ଆଳୁର ଚୋପା ଛଡ଼ାଇ ତାକୁ ଗ୍ରାଇଣ୍ଡିଂ କରି ତାର ରସ କୁ ମୁହଁରେ ଲଗେଇ କିଛି ସମୟ ପରେ ଧୋଇଦେବା ଦ୍ବାରା ମୁହଁର କଳା ଦାଗ ଦୂର ହୋଇଥାଏ।

ଲେମ୍ବୁ ରେ ଭିଟାମିନ c ରହିଥିବାରୁ ଏହା ତ୍ୱଚା ପାଇଁ ବହୁତ୍ ଉପକାର ହୋଇଥାଏ। ଲେମ୍ବୁ ର ରସ କୁ ମୁହଁ ର କଳା ଦାଗ ଉପରେ ଲଗେଇ କିଛି ସମୟ ପରେ ତାକୁ ଧୋଇଦେବ ଦ୍ବାରା ମୁହଁ ର କଳା ଦାଗ ଦୂର ହୋଇଥାଏ।

ଦୁଇ ଚାମଚ୍ ଲେମ୍ବୁ ଚୋପା ଗୁଣ୍ଡ ରେ ତିନି ଚମକ ମହୁ ମିଶାଇ ମୁହଁ ରେ ଲଗାଇ କିଛି ସମୟ ପରେ ଶୁଖି ଯିବା ପରେ ତାକୁ ଧୋଇ ଦିଅନ୍ତୁ। ଏହା ଦ୍ବାରା ମୁହଁର କଳା ଦାଗ ଦୂର ହୋଇଥାଏ।

ଏସବୁ ବ୍ୟତୀତ ଆପଣ ଟମାଟୋ ରସକୁ ମୁହଁରେ ହୋଇଥିବା କଳା ଦାଗରେ ଲଗାଇପାରବେ। ଏଥିସହ ଆପଣ ବଜାରରେ ମିଳୁଥିବା କମଳାକୁ ଆଣି ତାର ଚୋପାକୁ ଭଲଭାବେ ଗ୍ରାଇଣ୍ଡିଙ୍ଗ କରି ସେଥିରେ ଅଳ୍ପ କ୍ଷୀର ମିଶାଇ ମୁହଁରେ ଲଗାନ୍ତୁ। ଏପରି ପ୍ରତ୍ୟେକ ଦିନ କରିବା ଦ୍ୱାରା ଖୁବ କମ ଦିନରେ ଆପଣ ନିଜେ ଫରକ ଅନୁଭବ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.