ଚେହେରା ସହ ବଢ଼ାନ୍ତୁ ବେକର ସୌନ୍ଦର୍ଯ୍ୟ, ଜାଣି ରଖନ୍ତୁ ଏହି ସବୁ ଟିପ୍ସ

ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ପ୍ରାୟତଃ ଝିଅ ମାନେ ସବୁ ସମୟରେ ଚେଷ୍ଟା କରିଥାନ୍ତି । ବିଭିନ୍ନ ପ୍ରକାରର ଘରୋଇ ପଦ୍ଧତି ହେଉ ଅବା କୌଣସି କେମିକାଲ ଟ୍ରିଟମେଣ୍ଟ ହେଉ । କିନ୍ତୁ କେବଳ ଚେହେରାର ରଙ୍ଗ ବୃଦ୍ଧି କରିବା କାଫି ନୁହେଁ । ଏହା ସହ ବେକର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ । ନଚେତ ସୁନ୍ଦର ମୁଖମଣ୍ଡଳ ସହିତ କଳା ବା ବୟସର ଦାଗ ଆପଣଙ୍କ ସୁନ୍ଦରତା ବଢାଇବା ପରିବର୍ତ୍ତେ ବିଗାଡି ଦେଇପାରେ । ତେବେ ଆସନ୍ତୁ ବେକର ସୌନ୍ଦର୍ଯ୍ୟ ବଢାଇବା ପାଇଁ କିଛି ଟିପ୍ସ ବିଷୟରେ ଜାଣି ରଖିବା ।

୧. ଶରୀରର ପୋଶ୍ଚର ଠିକ ରଖନ୍ତୁ:

ଶରୀରର ଅନ୍ୟାନ ଅଙ୍ଗ ଅପେକ୍ଷା ଅଧିକ ଜରୁରୀ ହୋଇଥାଏ ବେକର ପୋଶ୍ଚରକୁ ଠିକ ରଖିବା । ଏମିତି କରିବା ଦ୍ୱାରା ବେକରେ ଦେଖାଦେଉଥିବା ବୟସ ଜନିତ ଦାଗ କମି ଯାଇଥାଏ । ଏହା ସହ ବେକକୁ ଷ୍ଟ୍ରେଚ ରଖିବା ପାଇଁ କିଛି ବ୍ୟାୟାମ ନିୟମିତ ଭାବେ ଜାରି ରଖନ୍ତୁ ।

neck

 

୨. ତେଲ ମାଲିସ କରନ୍ତୁ;

ସପ୍ତାହକୁ ଅନ୍ତତଃ ଦୁଇ ଥର କୌଣସି ତେଲରେ ବେକ ମାଲିସ କରନ୍ତୁ । ନଡ଼ିଆ ତେଲ, ଅଲିଭ ତେଲ ଆଦିରେ ବେକର ଉପରୁ ତଳ ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହା ଦ୍ୱାରା ବେକ ତ୍ଵଚା ନରମ ହେବା ସହ ହାଇଡ୍ରେଟ ବି ରହିବ । ଏହା ସହ ନିୟମିତ ମାଲିସ ଦ୍ୱାରା ବୟସ ଦାଗ ବି ଧୀରେ ଧୀରେ କମିଯିବ ।

Know How To Get Rid Of Wrinkles Using Anti-Aging Home Remedies ...

୩. ମେକ ଅପ ଛଡ଼ାନ୍ତୁ:

ଅଧିକାଂଶ ସମୟରେ ମୁହଁ ସହିତ ବେକର ବି ମେକଅପ କରାଯାଇଥାଏ । କିନ୍ତୁ ଅନେକ ସମୟରେ ଝିଅ ମାନେ ମୁହଁରୁ ତ ମେକଅପ ଛଡାଇ ଦିଅନ୍ତି । କିନ୍ତୁ ବେକ କଥା ଭୁଲିଯାନ୍ତି । ଏମିତି କରିବା ଦ୍ୱାରା ବେକର ପୋର ଗୁଡିକ ବନ୍ଦ ହୋଇଯାନ୍ତି । ଫଳରେ ସଠିକ ମାତ୍ରାରେ ଅକ୍ସିଜେନ ନ ପାଇ ବେକର ତ୍ୱଚା ନିଜ ଚମକ ହରାଇବସେ ।

୪. ସ୍କ୍ରବ:

ସବୁବେଳେ ଚେହେରାର ସ୍କ୍ରବ କରିବା ସହିତ ବେକର ମଧ୍ୟ ସ୍କ୍ରବ କରନ୍ତୁ । ଏହା ଦ୍ୱାରା ମୃତ କୋଷିକା ଗୁଡିକ ବାହାରି ଯିବା ସହିତ ବେକ ତ୍ୱଚା ଏକ୍ସଫୋଲିଏଟ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.