Below header

ସାମ୍ନାକୁ ଆସିଲା ଚୀନର ଘୃଣ୍ୟ ଚେହେରା: ପ୍ରଥମେ ଦୁନିଆର ସବୁ ପିପିଇ କିଟ୍ କିଣିଲା, ଏବେ ଚଢ଼ା ଦରରେ ବିକୁଛି

କରୋନା ମହାମାରୀ ସଙ୍କଟ ମଧ୍ୟରେ ପୁଣିଥରେ ଚୀନର ଘୃଣ୍ୟ ଚେହେରା ସାମ୍ନାକୁ ଆସିଛି। ଆମେରିକାର ଅଭିଯୋଗ ଅନୁସାରେ ଚୀନ ଏବେ ପିପିଇ କିଟ୍ ଅଧିକ ଦାମରେ ବିକ୍ରି କରୁଛି। ଆମେରିକା ରାଷ୍ଟ୍ରପତି ଭବନ ହ୍ଵାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଚୀନ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୧୮ ଗୁଣ ଅଧିକ ଦରରେ ପିପିଇ କିଟ ଓ ମାସ୍କ ବିକ୍ରି କରୁଥିବାର ପ୍ରମାଣ ତାଙ୍କ ପାଖରେ ଅଛି।

China hoarded PPE, selling it at high rates: White House official ...

ହ୍ଵାଇଟ ହାଉସର ବ୍ୟାପାର ଓ ଉତ୍ପାଦନ ନିର୍ଦ୍ଦେଶକ ପିଟର ନବାରୋ ସୋମବାର ସୂଚନା ଦେଇ କହିଛନ୍ତି ଯେ ଭାରତ ଓ ବ୍ରାଜିଲ ସମେତ ଅନ୍ୟ ଦେଶ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ପିପିଇ କିଟ ନଥିବାରୁ ବେଜିଂ ଏହାକୁ ଅଧିକ ଦାମରେ ବିକ୍ରି କରିଛି।

China Hoarded PPE, Selling It at High Rates: White House Official

ସେ କହିଛନ୍ତି ଯେ ପ୍ରଥମେ ଚୀନ କରୋନା ଭାଇରସ ବିଷୟରେ ସମସ୍ତଙ୍କୁ ଲୁଚାଇ ସୁରକ୍ଷା ସାମଗ୍ରୀ ଜମା କଲା। ସେ କହିଛନ୍ତି ଯେ ତାଙ୍କ ନିକଟରେ ଚୀନ ସରକାରଙ୍କ ସୀମା ଶୁଳ୍କ ସଂଘର ସ୍ବାକ୍ଷର ରହିଛି ଯେ ଜାନୁଆରୀ ଓ ଫେବ୍ରୁଆରୀ ମାସରେ ୧୮ ଗୁଣ ଅଧିକ ଦାମରେ ମାସ୍କ ବିକ୍ରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.