Below header

ରାଷ୍ଟ୍ରପତି ଭବନ ପରେ ଲୋକସଭାରେ ପହଁଚିଲା କରୋନା ଭାଇରସ, ଜଣେ କର୍ମଚାରୀ କୋଭିଡ-୧୯ ପଜିଟିଭ

ସାରା ଦୁନିଆରେ ତାଣ୍ଡବ କରୁଥିବା କରୋନା ଭାଇରସ ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟ ପର୍ଯ୍ୟନ୍ତ ପହଂଚି ସାରିଲାଣି। ଲୋକସଭାରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କରୋନା ଭାଇରସ ସଂକ୍ରମିତ ଥିବା ଜଣାପଡିଛି। ବ୍ୟକ୍ତି ଜଣଙ୍କ ହାଉସ କିପିଙ୍ଗ ଡିପାର୍ଟମେଣ୍ଟରେ କାମ କରନ୍ତି। ଏହାର ସୂଚନା ଗୋପନୀୟତା ଭାବରେ ମିଳିଛି। କୁହାଯାଉଛି ଯେ ହାଉସ କିପିଙ୍ଗ ଷ୍ଟାଫ ବଜେଟ ଅଧିବେଶନ ବେଳେ ସଂସଦରେ ଉପସ୍ଥିତ ନଥିଲେ। ସେ ଏହି ସମୟରେ ଘରେ ଥିଲେ। ଆପଣଙ୍କୁ ଜଣାଇବୁ ଚାହିଁବୁ ଯେ କରୋନା ଭାଇରସ ସଂସଦକୁ ସ୍ଥଗିତ କରିଦିଆଯାଇଥିଲା।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହାପୂର୍ବରୁ ରାଷ୍ଟ୍ରପତି ଭାବନରୁ ମଧ୍ୟ ଜଣେ କରୋନା ପଜିଟିଭ ଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ପ୍ରାୟ ୧୨୫ ଜଣ ପରିବାରଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା। ସେହିପରି ଦେଶରେ ଏବେ ପର୍ଯ୍ୟନ୍ତ ୧୮୬୦୦ରୁ ଅଧିକ ଲୋକ କରୋନା ସଂକ୍ରମଣରେ ଆକ୍ରାନ୍ତ ଥିବାବେଳେ ୫୯୦ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.