ଜିଓର ଧମାକାଦାର ପ୍ଲାନ, ମିଳିବ ୩୫୦ଜିବି ଡାଟା ସହ ୩୬୦ ଦିନର ବୈଧତା

ବହୁତ କମ ସମୟରେ ଦେଶରେ ସବୁଠାରୁ ବଡ ଟେଲିକମ କମ୍ପାନୀ ହୋଇପାରିଛି ରିଲାଏନ୍ସ ଜିଓ। ଜିଓ ବିଭିନ୍ନ ପ୍ଲାନ ଲଞ୍ଚ କରିବା ସହ କମ ଦାମ ଭଳି ପ୍ରିପେଡ ପ୍ଲାନ ଲଞ୍ଚ କରିଛି। ଜିଓକୁ ଟକ୍କର ଦେବାପାଇଁ ସମସ୍ତ ଟେଲିକମ କମ୍ପାନୀର ଡାଟା ପ୍ଲାନର ଦାମ କରିବାରେ ପଡିଛନ୍ତି ଏବଂ ଏହାର ଲାଭ ଭାରତୀୟ ୟୁଜର୍ସମାନେ ପାଇପାରୁଛନ୍ତି। ରିଲାଏନ୍ସ ଜିଓ ପାଖରେ ପ୍ରତ୍ୟେକ ଦିନ ୧.୫ଜିବି, ୨ଜିବି, ୧ଜିବି ଏବଂ ୩ଜିବି ଭଳି ପ୍ଲାନ ରହିଛି। କିନ୍ତୁ ଏସବୁ ପ୍ଲାନ ପରେ ମଧ୍ୟ କମ୍ପାନୀ ପାଖରେ ଏକ ବର୍ଷ ପାଇଁ ମଧ୍ୟ ପ୍ୟାକ ରହିଛି।

111

ଜିଓ ପାଖରେ ଏଭଳି ଏକ ପ୍ୟାକ ରହିଛି , ଯାହାର ଭାଲିଡିଟି ୩୬୦ ଦିନ ଅର୍ଥାତ ପୁରା ଏକ ବର୍ଷ। ଏହି ପ୍ୟାକର ମୂଲ୍ୟ ୪,୯୯୯ଟଙ୍କା ରହିଛି। ରିଲାଏନ୍ସ ଜିଓର ଏହି ପ୍ରିପେଡ ପ୍ୟାକରେ ଆପଣ ୩୫୦ଜିବି ଡାଟା ପାଇବା ସହ ଜିଓ ଟୁ ଜିଓ ଅନଲିମିଟେଡ଼ କଲ ଏବଂ ଅନ୍ୟ ନେଟୱର୍କରେ କଲ କରିବା ପାଇଁ ୧୨,୦୦୦ ମିନିଟ ପାଇପାରିବେ। ଅର୍ଥାତ ପ୍ରତ୍ୟେକ ମାସରେ ଆପଣଙ୍କ ପାଖରେ କଲିଂ ପାଇଁ ୧,୦୦୦ ମିନିଟ ବିକଳ୍ପ ରହିବ। ଏହାବ୍ୟତୀତ ଏହି ପ୍ୟାକରେ ୧୦୦ ଏସଏମଏସ ର ସୁବିଧା ରହିଛି। ଜିଓର ଏହି ପ୍ରିପେଡ ପ୍ୟାକ ସୁବିଧା ପାଇଁ ଆପଣଙ୍କୁ ଜିଓ ଆପ୍ର ସଵସ୍କ୍ରିପ୍ସନ ମଧ୍ୟ ମାଗଣାରେ ପାଇପାରିବେ।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ କରୋନା ଭାଇରସ ପାଇଁ ଲକଡାଉନ ଜାରି ରହିଥିବାରୁ ଜିଓ ନିଜର ସମସ୍ତ ୟୁଜର୍ସ ପାଇଁ ପ୍ରିପେଡ ପ୍ୟାକର ଭାଲିଡିଟି ବୃଦ୍ଧି କରିଛି। ଅର୍ଥାତ ଯଦି ୟୁଜରଙ୍କ ପ୍ରିପେଡ ପ୍ଲାନର ବୈଧତା ଶେଷ ହୋଇଯାଏ ତେବେ ମଧ୍ୟ ମାଗଣାରେ ଇନ-କମିଙ୍ଗ ସୁବିଧା ଜାରି ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.