ଲକଡାଉନର ସଦୁପଯୋଗ: ଏହି ଉପାୟରେ ହିମାଚଳ ପ୍ରଦେଶର ଚାଷୀ ଘର କାନ୍ଥରେ ହିଁ କଲେ ପନିପରିବା ଚାଷ, ଲୋକଙ୍କୁ କଲେ ଅପିଲ

ଦେଶରେ 26 ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଲକଡାଉନକୁ ସମସ୍ତେ ନିଜ ନିଜ ଉପାୟରେ ସଦୁପଯୋଗ କରୁଛନ୍ତି। ହିମାଚଳ ପ୍ରଦେଶର ଉନା ଜିଲ୍ଲାର ଜଣେ ଚାଷୀ ୟୁସୁଫ ଖାନ ଲକଡାଉନର ସଦୁପଯୋଗ କରିବାକୁ ଯାଇ Hydroponic ଉପାୟ ଆପଣାଇଛନ୍ତି। ଏହି ଉପାୟରେ ୟୁସୁଫ ଫୁଲକୋବି, ବ୍ରୋକଲି ଆଦି ଚାଷ କରିଛନ୍ତି।

ତେବେ ପୂର୍ବରୁ ମଧ୍ୟ ସେ Hydroponic ଉପାୟରେ ପାଣିରେ କାକୁଡି, ଟମାଟୋ, ଲେଟ୍ୟୁସ, ଷ୍ଟ୍ରବେରୀ ଆଦି ଚାଷ କରିସାରିଛନ୍ତି। ଉନାର ନଙ୍ଗଲ ସଲାଗଣ୍ଡି ଗାଁର ୟୁସୁଫ ଜଣେ ସଫଳ କୃଷି ବିଶେଷଜ୍ଞ। ଦୀର୍ଘଦିନରୁ ସେ ପାଣିରେ ଚାଷ କରିବାର ଉପାୟ ଉପରେ କାମ କରିଆସୁଛନ୍ତି।

9

ଯେଉଁ ଲୋକଙ୍କ ପାଖରେ ଚାଷବାସ କରିବାକୁ ଜମି ନାହିଁ, ସେମାନଙ୍କ ପାଇଁ ଏହି ଟେକ୍ନିକ ବହୁତ ଫଳପ୍ରଦ ହେବ। ଏହା ଜରିଆରେ ଘର ଭିତରେ, ଛାତ ଉପରେ କିମ୍ବା ଘର କାନ୍ଥରେ ସତେଜ ପନିପରିବା ଚାଷ କରାଯାଇପାରିବ। ୟୁସୁଫ ଲୋକମାନଙ୍କୁ ଏହି ଲକଡାଉନ ସମୟରେ ଘରେ ରହି ନୂଆ ନୂଆ ଉପାୟ ଆପଣାଇବାକୁ ଅପିଲ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.