ଶୀଘ୍ର ଯଦି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ଚା’ରେ ଚିନି ସ୍ଥାନରେ ନିଅନ୍ତୁ ଏହି ଜିନିଷ, ସବୁଦିନ ପାଇଁ ରହିବେ ଫିଟ୍‌

ବଦଳୁଥିବା ଲାଇଫ ଷ୍ଟାଇଲ ସହିତ ଲୋକଙ୍କ ମଧ୍ୟରେ ମୋଟାପଣ, ହାଇ ବ୍ଲଡ ପ୍ରେସର, ଡାଇବେଟିସ ଆଦି ଅସୁବିଧା ବଢ଼ିବାରେ ଲାଗୁଛି । ତେଣୁ ହେଲ୍‌ଥ ଏକ୍ସପର୍ଟ ଏବେ କମ ଚିନି ଖାଇବା ପାଇଁ ଉପଦେଶ ଦେଉଛନ୍ତି । ବିନା ଚା’ରେ ଲୋକଙ୍କ ଦିନ ଆରମ୍ଭ ହୁଏନି । ତେବେ ଚିନି ବାଲା ଚା’ କେବଳ ସୁଗାର ଲେବଲ ବଢ଼ାଇ ନଥାଏ ଓଜନ ମଧ୍ୟ ବଢ଼ାଇଥାଏ । ଯଦି ଆପଣ ଡାଏଟିଂ କରୁଛନ୍ତି ଆଉ ଆପଣଙ୍କ ଚା’ରେ ମିଠା କମାଇବା ପାଇଁ ଚାହୁଁନଥାନ୍ତି, ତେବେ ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ । ଯାହାଦ୍ୱାରା ଆପଣ ମିଠା ଚା’ ପିଇବା ସହ ଆପଣଙ୍କ ଓଜନ ମଧ୍ୟ କମ କରି ପାରିବେ ।

ଚା’ରେ ମହୁ ବ୍ୟବହାର କରନ୍ତୁ

ଯଦି ଆପଣ ସକାଳ ଚା’କୁ ହେଲଦୀ ଓ ଟେଷ୍ଟୀ କରିବାକୁ ଚାହୁଁଛନ୍ତି, ତେବେ ଚିନି ଯାଗାରେ ମହୁ ବ୍ୟବହାର କରନ୍ତୁ । ତେବେ ମହୁ ମିଶାଇବା ବେଳେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ ମହୁକୁ ଚା’ରେ କେବେ ଫୁଟାଇବେ ନାହିଁ । ପ୍ରଥମେ ଚା’କୁ ବିନା ଚିନିରେ ବନାଇ ନିଅନ୍ତୁ । ପରେ ଆପଣଙ୍କ ଅନୁଯାୟୀ ଏଥିରେ ମହୁ ମିଶାଇ ନିଅନ୍ତୁ ।

ଗୁଡ ମଧ୍ୟ ବ୍ୟବହାର କରିପାରିବେ

ଯଦି ଆପଣ ଶୀଘ୍ର େଓ୍ଵଟ ଲସ କରିବାକୁ ଚାହୁଁଛନ୍ତି,ତେବେ ଚା’ରେ ଚିନି ସ୍ଥାନରେ ଗୁଡ଼ ବ୍ୟବହାର କରନ୍ତୁ । ଗୁଡ଼ରେ ବହୁତ ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ରହିଥାଏ,ଯାହା େଓ୍ଵଟ ଲସ୍‌ ପ୍ରକ୍ରିୟାକୁ ବଢ଼ାଇ ଦେଇଥାଏ । ଗୁଡ଼ ଚା’ ବନାଇବା ସମୟରେ ଧ୍ୟାନ ଦେବେ ଯେପରି ଅଧିକ ଗୁଡ଼ ନ ମିଶାନ୍ତି । ଚା’ ଫୁଟିବା ପରେ ଉପରେ ହିଁ ଗୁଡ଼ ପକାନ୍ତୁ । ନାହିଁ ତ ଆପଣଙ୍କ ଚା’ ଫାଟି ଯାଇପାରେ ।

ଖଜୁରୀ ସିରପ ବ୍ୟବହାର କରନ୍ତୁ

ଖଜୁରୀ ସିରପ ଏକ ନାଚୁରାଲ ମିଠା । ଏହା ବହୁତ ମିଠା ହୋଇଥିବାରୁ ଏହାକୁ ବ୍ୟବହାର କଲାବେଳେ ମାତ୍ରା ପ୍ରତି ସତର୍କ ରୁହନ୍ତୁ । ଏହା ସ୍ୱାଦ ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.