ଥରେ ଏପରି ବିନା ଚାଉଳରେ ପ୍ରସ୍ତୁତ କରନ୍ତୁ କ୍ଷୀରି, ସ୍ୱାଦ ଏପରି ଭୁଲିପାରିବେନି

କ୍ଷୀରି କାହାକୁ ବା ପସନ୍ଦ ନୁହେଁ, ପିଲା ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ଖୁବ୍‌ ଭଲ ଲାଗିଥାଏ। ତେବେ ଆପଣ ବିନା ଚାଉଳରେ ପ୍ରସ୍ତୁତ କ୍ଷୀରି ଖାଇଛନ୍ତି କି? ଯଦି ନା ତାହେଲେ ଆପଣଙ୍କ ପାଇଁ ଆଣିଛୁ ଏକ ବଢ଼ିଆ ରେସିପି। ଯେଉଁଥିରେ ଆପଣ ବିନା ଚାଉଳରେବି କ୍ଷୀରି ବନାଇ ଖାଇପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

କ୍ଷୀର, ପନୀର, ଚିନି, ଅଳେଇଚ, କେସର, କିସମିସ, କାଜୁ, ବାଦାମ୍‌

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଆଞ୍ଚରେ ପ୍ୟାନ୍‌ ବସାଇ କ୍ଷୀର ଗରମ କରନ୍ତୁ। କ୍ଷୀର ଫୁଟି ଆସିଲେ ଏଥିରେ ୧୦୦ ଗ୍ରାମ ପନୀରକୁ ଫୁଟୁଥିବା କ୍ଷୀରରେ କଦ୍ଦୁକସ୍‌ କରି ପକାନ୍ତୁ। ଏହି ସମୟରେ ଆଞ୍ଚକୁ ଲୋ ଫ୍ଲେମରେ ରଖି ପନୀରକୁ କଦ୍ଦୁକସ୍‌ କରନ୍ତୁ। ଏହି ସମୟରେ କ୍ଷୀରର ପ୍ୟାନକୁ ଲଗାତର ଚାମଚ୍‌ ସାହାଯ୍ୟରେ ଚଲାନ୍ତୁ। ଏବେ ସ୍ୱାଦାନୁସାରେ ଚିନି ପକାଇ କ୍ଷୀରକୁ ଚଲାନ୍ତୁ। ଏବେ କ୍ଷୀରରେ ଅଳେଇଚ ଏବଂ କେସର ପକାଇ ଦିଅନ୍ତୁ। ଏବେ କ୍ଷୀରି ଥଣ୍ଡା ହେଲେ କିସମିସ ମିକ୍ସ କରିଦିଅନ୍ତୁ। କ୍ଷୀରି ସାମାନ୍ୟ ଗାଢ଼ ହୋଇଗଲେ ଏହାକୁ ଏକ ପାତ୍ରକୁ କାଢ଼ି ଏଥିରେ କାଜୁ ବାଦାମ ଭଳି ଡ୍ରାଏଫ୍ରୁଟ୍ସ ପକାଇ ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କେସର ପନୀର କ୍ଷୀରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.