ଦଲିଆ ପସନ୍ଦ ନୁହେଁ? ତ ଜାଣି ନିଅନ୍ତୁ ଏହାର କ’ଣ ରହିଛି ସବୁ ଫାଇଦା…

ଅନେକ ଲୋକଙ୍କ ଘରେ ଦଲିଆ ସକାଳ ଜଳଖିଆ ରୂପେ ଖିଆଯାଏ। କେହି କେହି ଅସୁସ୍ଥ ଥିଲେ ସେମାନଙ୍କୁ ମଧ୍ୟ ଦଲିଆ ଖାଇବାକୁ ଦିଆଯାଇଥାଏ। କାହିଁକି ନା, ଏହା ହଜମ ହେବାରେ ସହଜ ହୋଇଥାଏ ଏବଂ ପୋଷକ ତତ୍ତ୍ୱରେ ଭରପୂର ରହିଥାଏ। ଏତିକି ହିଁ ନୁହେଁ, ଏଥିରେ ଫାଇବର ମଧ୍ୟ ରହିଛି, ଯାହାକି ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ବେଷ୍ଟ୍‍ ଫୁଡ୍‌ ହୋଇଥାଏ। ଆଜିକାଲି ଲୋକେ ଦଲିଆ ଅଧିକ ମାତ୍ରାରେ ଖାଇଲେଣି ଏବଂ ପିଲାମାନଙ୍କୁ ମଧ୍ୟ ଖାଇବାକୁ ଦେଉଛନ୍ତି। ଦଲିଆକୁ ବିଭିନ୍ନ ପ୍ରକାରେ ପ୍ରସ୍ତୁତ କରାଯାଇପାରେ, ଯେପରି ଲୁଣି ଦଲିଆ, ଡାଲି ପଡ଼ିଥିବା ଦଲିଆ ଏବଂ କ୍ଷୀର ପକା ମିଠା ଦଲିଆ।

ଦଲିଆର ଉପକାରିତା…

-ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟା ରହିଛି, ତ ଆପଣ ନିଜ ଜଳଖିଆ କିମ୍ବା ରାତ୍ରି ଭୋଜନରେ ଦଲିଆ ଖାଇବା ଆରମ୍ଭ କରି ଦିଅନ୍ତୁ। ଏହା ଶରୀରର ଟକ୍ସିନ୍ସକୁ ବାହାର କରି ଦେଇଥାଏ ଏବଂ ଖାଦ୍ୟନଳୀକୁ ସଫା ରଖିଥାଏ। ଦଲିଆ ଫାଇବରରେ ଭରପୂର ଥିବାରୁ ଏହା ଗ୍ୟାସ୍‌ କିମ୍ବା ପେଟ ଫୁଲିବା ସମସ୍ୟାରୁ ଛୁଟକାରା ଦେଇଥାଏ।

-ଦଲିଆରେ ଫାଇବର ଥିବାରୁ ଜଲ୍‌ଦି ଆପଣଙ୍କୁ ଭୋକ ଲାଗି ନ ଥାଏ। ଯଦି ଆପଣ ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଛନ୍ତି, ତ ଗୋଟିଏ ଟାଇମ୍‌ ଖାଦ୍ୟରେ ଦଲିଆ ଆଡ୍‌ କରି ପାରିବେ। ଡିନରରେ ଡାଲି ଦଲିଆ ବେଷ୍ଟ୍‍ ଅପସନ ହୋଇଥାଏ, ଯେଉଁଥିରୁ ଆପଣଙ୍କୁ ପ୍ରୋଟିନ, କାର୍ବୋହାଇଡ୍ରେଟସ୍‌ ଫାଇବର୍ସ ସବୁକିଛି ମିଳି ପାରିବ।

-ଦଲିଆରେ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ୍‌ ରହିଥାଏ ଏବଂ ଏହାର ଗ୍ଲାଇସେମିକ୍‌ ଇଣ୍ଡେକ୍ସ କମ୍‌ ହୋଇଥାଏ। ଏହା ବ୍ଲଡ୍‌ ସୁଗାରକୁ ନିୟନ୍ତ୍ରଣରେ ରଖୁଥିବାରୁ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ବଢ଼ିଆ ଅପସନ ହୋଇଥାଏ।

-ଦଲିଆ ହାର୍ଟ ପାଇଁ ବି ଭଲ ହୋଇଥାଏ। ଏଥିରେ ଥିବା ଫାଇବର ଆପଣଙ୍କ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ ରଖିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.