Below header

ଆଜ୍‌ମା ରୋଗରୁ ରକ୍ଷା ପାଇବା ପାଇଁ କରନ୍ତୁ ଏହି ସବୁ ଘରୋଇ ଉପଚାର

ଆଲର୍ଜି ଗମ୍ଭୀର ରୂପ ଧାରଣ କଲେ ଏହା ଆଜ୍‌ମାରେ ପରିବର୍ତ୍ତିତ ହୋଇଥାଏ । ଋତୁ ପରିବର୍ତ୍ତନ ସଙ୍ଗେ ସଙ୍ଗେ ଏହି ରୋଗ କ୍ଷତିକାରକ ହୋଇଥାଏ । ଏହାର କାରଣ ହେଉଛି ଋତୁ ବଦଳିବା ସହିତ ବାୟୁମଣ୍ଡଳରେ ଧୂଳିକଣା ଓ ବ୍ୟାକ୍ଟେରିଆର ବୃଦ୍ଧି । କେବଳ ଏତିକି ନୁହେଁ, ପ୍ରଦୂଷଣ ହେଉଛି ଆଜ୍‌ମାର ଏକ ବଡ଼ କାରଣ । ଘରର ପରଦା, ଗାଲିଚା ଓ କାର୍‌ପେଟ୍‌ରେ ଧିବା ଧୂଳି ଯୋଗୁ ମଧ୍ୟ ଆଜ୍‌ମା ସମସ୍ୟା ଅଧିକ ବଢ଼ିଥାଏ । ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ଆଜ୍‌ମା ରୋଗ ହୋଇଥାଏ । ଏହି ରୋଗ ହେଲେ ରୋଗୀକୁ ନିଃଶ୍ୱାସ ନେବାରେ କଷ୍ଟ ହୋଇଥାଏ ।

ଆଜ୍‌ମାର ଲକ୍ଷଣ

୧. ବାରମ୍ୱାର ଶ୍ୱାସ ନଳୀରେ କଫ ଜମା ହେବା ଏବଂ ଏଥି ଯୋଗୁ କାଶ ହେବା ।
୨. ନିଃଶ୍ୱାସ ନେବା ସମୟରେ କଷ୍ଟ ଓ ଶବ୍ଦ ହେବା ।
୩. କଥା ହେବା, ଚାଲିବା ଓ ବସିବା ସମୟରେ ପେଲା ଉଠିବା ।
୪. ଅଧିକ କାଶ ହେବା ।

ଘରୋଇ ଉପଚାର

୧. ଅଧା ଲିଟରେ ପାଣିରେ ଗୋଟିଏ ଚାମଚ ମେଥି ପକାଇ କାଢ଼ା ପ୍ରସ୍ତୁତ କରନ୍ତୁ। ଏଥିରେ ଅଦା ରସ ଓ ମହୁ ମିଶାଇ ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ ।
୨. ୪ରୁ ୫ କୋଲା ରସୁଣ ନିଅନ୍ତୁ । କ୍ଷୀରରେ ଏହାକୁ ଫୁଟାନ୍ତୁ ଓ ପିଅନ୍ତୁ । ଏପରି କଲେ ଆଜ୍‌ମା ଦୂର ହେବା ସହିତ ଆଲର୍ଜି ମଧ୍ୟ ହେବ ନାହିଁ ।
୩. ଚା’ରେ ଅଦା ଓ ରସୁଣ ପକାଇ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ପିଅନ୍ତୁ । ଏହାଦ୍ୱାରା ଆପଣ ଆଜ୍‌ମାକୁ ନିୟନ୍ତ୍ରଣରେ ରଖିପାରିବେ ।
୪. ୪ରୁ ୫ଟି ଲବଙ୍ଗ ନେଇ ଗୋଟିଏ କପ୍‌ ପାଣିରେ ଫୁଟାନ୍ତୁ । ଏହି ପାଣିରେ ମହୁ ମିଶାଇ ପିଅନ୍ତୁ। ଦିନକୁ ଦୁଇ ଥର ଏହାକୁ ପିଇଲେ ଆପଣଙ୍କ କଫ ଓ ନିଃଶ୍ୱାସ ନେବା ସମସ୍ୟା ଦୂର ହେବ ।
୫. ଗୋଟିଏ ମୁଠା ସଜନା ପତ୍ରକୁ ଦେଢ଼ କପ୍‌ ପାଣିରେ ଫୁଟାନ୍ତୁ । ଏଥିରେ ଅଳ୍ପ ଲୁଣ, ଗୋଲମରିଚ ଓ ଲେମ୍ୱୁ ରସ ମିଶାଇ ପିଅନ୍ତୁ ।
୬. ଜୁଆଣିକୁ ପାଣିରେ ପକାଇ ଫୁଟାନ୍ତୁ ଓ ଏହି ପାଣିକୁ ପିଅନ୍ତୁ । ଆଜ୍‌ମା ପାଇଁ ଏହା ଖୁବ୍‌ ଉପକାରୀ ।

ଏହିସବୁ କାର୍ଯ୍ୟ କରନ୍ତୁ

୧. ଧୂଳି, ମାଟି, ଧୂଆଁ, ସିଗାରେଟ୍‌ଠାରୁ ନିଜକୁ ଦୂରେଇ ରଖନ୍ତୁ । ଏପରି ପରିବେଶରେ ମୁହଁରେ ମାସ୍କ ଲଗାନ୍ତୁ ।
୨. କୀଟନାଶକ ଦ୍ରବ୍ୟ, ସ୍ପ୍ରେ, ଅଗରବତୀ, ମଶାଧୂପ ଧୂଆଁ, ପରଫ୍ୟୁମ୍‌ ଓ ଘରର ରଙ୍ଗଠାରୁ ନିଜକୁ ଦୂରେଇ ରଖନ୍ତୁ ।
୩. ଥଣ୍ଡା ପାନୀୟ ପିଅନ୍ତୁ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.