ଷ୍ଟ୍ରୀଟ୍ ଫୁଡ୍ ଲଭର୍ସଙ୍କୁ ବହୁତ ପସନ୍ଦ ଆସିବ ଆଳୁ ଟିକ୍କି, ଏପରି କରନ୍ତୁ ପ୍ରସ୍ତୁତ

ଥଣ୍ଡା ଦିନରେ କିଛି ଚଟପଟା ଖାଇବାକୁ ମନ ହୋଇଥାଏ। ଏମିତିରେ ଅଧିକାଂଶ ଲୋକ ପକୋଡି କିମ୍ବା କଚୁଡି ବନାଇ ଖାଇପାରିବେ। କିନ୍ତୁ ପକୋଡି କିମ୍ବା କଚୁଡିକୁ ବାଦ ଦେଇ ଯଦି ଆପଣ କିଛି ନୂଆ ସ୍ପେଶାଲ ଡିସ୍ ବନାଇବାକୁ ଚାହୁଁଛନ୍ତି ତାହେଲେ ଷ୍ଟ୍ରୀଟ୍ ଫୁଡ୍ ଆଳୁ ଟିକ୍କି ବନାଇପାରିବେ। ଏହି ଟିକ୍କି ଖାଇବାକୁ ଭାରି ସୁଆଦିଆ ଏବଂ ଚଟପଟା ଲାଗିଥାଏ। ଏହାସହିତ ଏହାକୁ ବନାଇବା ପାଇଁ ବହୁତ କମ୍ ସମୟ ଲାଗିଥାଏ। ତେବେ ଆସନ୍ତୁ ଆଳୁ ଟିକ୍କି ରେସିପି।
ଆଳୁ ଟିକ୍କି ବନାଇବା ପାଇଁ ସାମଗ୍ରୀ
- ୧ କପ୍ ସିଝା ଆଳୁ
- ଅଧା କପ୍ ସିଝା ମଟର
- ୧ ଚାମଚ୍ ଚାଟ ମସଲା
- ୧ ଚାମଚ୍ ଲେମ୍ବୁ ରସ
- ୧ ଚାମଚ୍ ଧନିଆ ପତ୍ର
- ଅଧା ଚାମଚ୍ ଲାଲ ଲଙ୍କା ପାଉଡର
- ସ୍ୱାଦାନୁସାରେ ଲୁଣ
- ତେଲ ଛାଣିବା ପାଇଁ
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଆଳୁର ଚୋପା ଛଡାଇ ଭଲଭାବେ ଚକଟି ଦିଅନ୍ତୁ।
- ଏବେ ସମସ୍ତ ସାମଗ୍ରୀକୁ ଏକ ପାତ୍ରରେ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
- ଏବେ ଏହି ଆଳୁର ମିଶ୍ରଣକୁ ୬ ଭାଗରେ ଭାଗ କରି ଗୋଲ କରିଦିଅନ୍ତୁ। ଏ
- ଏବେ ଏହାକୁ ହାତରେ ଦବାଇ ଟିକ୍କୀର ଆକାର ଦିଅନ୍ତୁ।
- ଏକ ନନଷ୍ଟିକ ପ୍ୟାନ କିମ୍ବା ତାଓ୍ଵା ଗରମ କରନ୍ତୁ। ଏଥିରେ ହାଲକା ଘିଅ ଲଗାଇ ଦିଅନ୍ତୁ। ମିଡିୟମ୍ ଆଞ୍ଚରେ ଟିକ୍କୀକୁ ଉଭୟ ପାଖରୁ ଭଲ କରି ଫ୍ରାଏ କରନ୍ତୁ।
- ଏବେ ଆପଣଙ୍କର ଗରମା ଗରମ ଟିକ୍କି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଚଟଣୀ କିମ୍ବା ସସ୍ ସହିତ ସର୍ଭ କରନ୍ତୁ।