Below header

ସପ୍ତାହ ଶେଷରେ ଖାଲି ଶୁଅନ୍ତୁ ନାହିଁ; ଏମିତି ଭାବେ କରନ୍ତୁ ନିଜ ଓ୍ଵିକେଣ୍ଡକୁ ହେଲ୍‌ଦି

ସପ୍ତାହର କାର୍ଯ୍ୟ ଦିବସ ପରେ ଲୋକଙ୍କର ଓ୍ଵିକେଣ୍ଡ ଉପରେ ନଜର ରହିଥାଏ। ୫ ଦିନ କାମ କରି ଲୋକମାନେ ଓ୍ଵିକେଣ୍ଡକୁ ଅପେକ୍ଷା କରି ଥାଆନ୍ତି। କିନ୍ତୁ ସପ୍ତାହ ଶେଷରେ ଅତ୍ୟଧିକ କାମ ହେତୁ ଅନେକ ଲୋକ ଚାପଗ୍ରସ୍ତ ଅନୁଭବ କରନ୍ତି, ଯାହାଫଳରେ କି ସେମାନେ ନିଜ ସପ୍ତାହନ୍ତ ବା ଓ୍ଵିକେଣ୍ଡକୁ ଭଲ ଭାବରେ ଉପଭୋଗ କରି ପାରନ୍ତି ନାହିଁ। ଏମିତିରେ ଓ୍ଵିକେଣ୍ଡକୁ ହେଲ୍‌ଦି କରିବା ଆପଣଙ୍କର ହିଁ ଦାୟିତ୍ୱ। କିନ୍ତୁ ପ୍ରଶ୍ନ ହେଉଛି କି, ଆପଣ ନିଜ ଓ୍ଵିକେଣ୍ଡକୁ କିପରି ହେଲ୍‌ଦି କରି ପାରିବେ। ଆଜି ଆମେ ଆପଣଙ୍କୁ ଏ ବିଷୟରେ କିଛି ଟିପ୍ସ ଦେବୁ, ଯାହାକୁ ଆପଣ ଫଲୋ କରି ନିଜର ଓ୍ଵିକେଣ୍ଡକୁ ହେଲ୍‌ଦି କରି ପାରିବେ।

-ଓ୍ଵିକେଣ୍ଡରେ ଲୋକମାନେ ପ୍ରାୟତଃ ବିଳମ୍ବରେ ଶୋଇଥାନ୍ତି ଏବଂ ବିଳମ୍ବରେ ଉଠନ୍ତି। ଏହି କାରଣରୁ ସମୟ କେତେବେଳେ ଚାଲିଯାଏ, ତାହା ସେମାନେ ଜାଣି ପାରନ୍ତି ନାହିଁ। ସେମାନଙ୍କୁ ଲାଗେ, ଯେପରି ଅଧା ଦିନ ସେମାନେ ବିତାଇ ଦେଇଛନ୍ତି। ଏମିତିରେ ଆପଣ ସପ୍ତାହ ଶେଷରେ ଠିକ୍ ସମୟରେ ଶୋଇ ଠିକ୍‌ ସମୟରେ ଉଠିବା ଦରକାର। ଅର୍ଥାତ୍‌ ଆପଣ ଶୀଘ୍ର ଶୋଇ ଶୀଘ୍ର ଉଠନ୍ତୁ।

-ପୂରା ସପ୍ତାହରେ ଆମେ କିଛି କାମ ଓ୍ଵିକେଣ୍ଡ ପାଇଁ ଛାଡିଥାଉ। କିନ୍ତୁ ସେହି କାମଗୁଡ଼ିକ ଯୋଗୁ ଆମେ ନିଜ ପାଇଁ ହିଁ ସମୟ ବାହାର କରିପାରି ନ ଥାଉ। ତେଣୁ ଜରୁରୀ କି, ଆପଣ ସପ୍ତାହ ଶେଷରେ କିଛି ସମୟ ବାହାର କରନ୍ତୁ ଏବଂ ସେହି କାମଗୁଡ଼ିକୁ ସାରି ଦିଅନ୍ତୁ, ଯଦ୍ଦ୍ଵାରା ଆପଣଙ୍କୁ ଖୁସି ମିଳିବ।

-ଆପଣଙ୍କ ହବି ପାଇଁ ମଧ୍ୟ ସମୟ ଦେବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣଙ୍କୁ ଡ୍ୟାନ୍ସ କରିବାକୁ ଭଲ ଲାଗେ କିମ୍ବା ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି, ତେବେ ଆପଣ ଓ୍ଵିକେଣ୍ଡ ଛୁଟିଦିନରେ ନିଜ ହବିକୁ ସମୟ ଦେଇ ପାରିବ। ଏହାଦ୍ୱାରା ଆପଣ ନିଜର ପ୍ରତିଭାକୁ ପରିସ୍ଫୁଟିତ କରି ପାରିବେ।

-ପୂରା ସପ୍ତାହ କାମ କରିବା ଯୋଗୁ ଆମେ ନିଜ ପାଇଁ ସମୟ ବାହାର କରିପାରି ନ ଥାଉ। ଏପରି କି, ନିଜ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଧ୍ୟାନ ଦେଇପାରି ନ ଥାଉ। ଏପରି ସ୍ଥିତିରେ ଆପଣ ଯୋଗ ଏବଂ ମେଡିଟେସନକୁ ଓ୍ଵିକେଣ୍ଡରେ ନିଜ ଦିନଚର୍ଯ୍ୟାରେ ଯୋଡ଼ନ୍ତୁ। ଏମିତିରେ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖି ପାରିବେ। କୌଣସି ବି ପ୍ରକାର ଚିନ୍ତା, ଅବସାଦ ଆପଣଙ୍କ ପାଖ ମାଡ଼ି ପାରିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.