ମେକଅପ୍‌ ଲଗାଇ ଜିମ୍‌ ଯାଉଥିବା ଯୁବତୀ ଥରେ ନିଶ୍ଚୟ ପଢ଼ନ୍ତୁ ଏହି ଜରୁରୀ ତଥ୍ୟ

ବହୁତ ଯୁବତୀ ସୁନ୍ଦର ଦେଖାଯିବା ପାଇଁ ସବୁବେଳେ ମେକଅପ କରନ୍ତି। କିନ୍ତୁ କଣ ଆପଣ ଜିମ ଗଲାବେେଳେ ମେକଅପ୍‌ ହୋଇ ଯାଉଛନ୍ତି। ତାହାଲେ ହୋଇଯାନ୍ତୁ ସାବଧାନ। ଆପଣ ସେଣିକି ହାଲକା ବ୍ୟାୟାମ କିମ୍ବା ଓ୍ଵାର୍କ ଆଉଟ୍‌ କରନ୍ତୁ ଏହି ସମୟରେ ମେକଅପ ରହିବା ଆପଣଙ୍କ ତ୍ୱଚା ପାଇଁ ଭାରୀ ପଡିଥାଏ। ମେକଅପରେ ଭରି ରହିଥିବା ଚେହେରା ସହିତ ଓ୍ଵାର୍କଆଉଟ୍‌ କରିବା ଭଲ କଥା ହୋଇନଥାଏ। ଆଗକୁ ଯେତେବେଳେ ଆପଣ ଜିମ ଯିବାକୁ ବାହାରିଛନ୍ତି ଏବଂ ମେକଅପ୍‌ କରିବାକୁ ଯାଉଛନ୍ତି ତେବେ ଏହି କଥାକୁ ନିଶ୍ଚୟ ଭାବିବେ। କାହିଁକିନା ଆଜି ଆମେ ଆପଣଙ୍କୁ ଏହାର ଚାରୋଟି କାରଣ ଜଣାଇବୁ ଯାହା ଜିମ ଯିବା ପୂର୍ବରୁ ଜାଣିବା ଦରକାର।

jimଝାଳ ଏବଂ ବ୍ୟାକ୍ଟେରିଆ ସହିତ ଆପଣଙ୍କ ଚେହେରା ବ୍ୟାକ୍ଟେରିୟାକୁ ଅଧିକ ପ୍ରଭାବିତ କରିପାରେ କାରଣ ମେକଅପ୍‌ ସହଜରେ ବ୍ୟାକ୍ଟରିଆକୁ ଆକର୍ଷିତ କରିପାରେ। ଓ୍ଵାର୍କଆଉଟ କରିବା ଆପଣଙ୍କ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ଏକ ଭଲ ଉପାୟ ହୋଇଥାଏ ଏବଂ ମେକଅପବିଷାକ୍ତ ପଦାର୍ଥକୁ ବାହାର କରିବାରେ ରୋକିଥାଏ।

ଏହାସହ ପଢନ୍ତୁ : କେଶ ବିଷୟରେ ଏହି ଅଜଣା କଥା ଯାହାକୁ ପୂର୍ବରୁ ଜାଣିନଥିବେ ଆପଣ, ବଦଳିଥାଏ ପ୍ରତି ଛଅ ମାସରେ

ବ୍ରଣ ଏବଂ ଛିଦ୍ରକୁ ଓ୍ଵାର୍କଆଉଟ ଦ୍ୱାରା ଭଲ କରିହେବ। କିନ୍ତୁ ବଡ ଛିଦ୍ର ସବୁବେଳେ କ୍ଷତିକାରକ ହୋଇଥାଏ। ଓ୍ଵାକ୍ରଆଉଟ୍‌ କରିବା ଦ୍ୱାରା ଲୋମ ମୂଳ ଖୋଲିଥାଏ ଏବଂ ଏମିତିରେ ଯଦି ସେଥିରେ ମେକଅପ୍‌ ପଶିଯାଏ ତେବେ ଏହି ସମୟରେ ଆପଣଙ୍କ ତ୍ୱଚାରେ ରହିଥିବା ଛିଦ୍ର ଆହୁରି ବଡ ହୋଇଯାଏ।

ଯଦି ଆପଣଙ୍କ ତ୍ୱଚା ସେନସିଟିଭ୍‌ ହୋଇଥାଏ ତେବେ ଆପଣଙ୍କୁ ବ୍ୟାୟାମ କରିବା ସମୟରେ ମେକଅପ୍‌ ଠାରୁ ଦୂରେଇ ରହିବା ଉଚିତ। କାରଣ ଏହା ତ୍ୱଚାରେ ଜଳନ ସ୍ରୁଷ୍ଟି କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.