ଆମ୍ବ ଚୋପା ସହିତ ମିଶାଇ ଲଗାନ୍ତୁ ଏହି ୩ଟି ଜିନିଷ…ବ୍ରଣଠୁ ଟ୍ୟାନିଂ ସବୁକିଛି ଚୁଟ୍‌କିରେ ହୋଇଯିବ ଦୂର

ଆମ୍ବ ଫଳ ଭିତରେ ରାଜା। ଏଥିରେ ଭିଟାମିନ ଏ, ବି୬, ସି ସହିତ ଫାଇବର, କପର୍‌, ଫୋଲେଟ୍‌ ଆଦି ଭରପୂର ମାତ୍ରାରେ ରହିଛି। ଆମ୍ବ ଖାଇବାକୁ କିଏ ବା ଭଲ ନ ପାଏ। ଆମ୍ବଖଟା ହେଉ ନି ଆମ୍ବ ଜୁସ୍‌, ଆମ୍ବ ଆଚାର ହେଉ କି ପାଚିଲା ଆମ୍ବ, ଆମ୍ବକୁ ବିଭିନ୍ନ ପ୍ରକାରେ ଖାଇବାକୁ ଲୋକେ ଭଲ ପାଆନ୍ତି। ଖରାଦିନେ ମିଳୁଥିବା ଏହି ଫଳ କେବଳ ଖାଇବାରେ ସ୍ୱାଦିଷ୍ଟ ହୋଇ ନ ଥାଏ, ଏହା ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାକୁ ମଧ୍ୟ ଦୂର କରି ଦେଇଥାଏ। ଆମ୍ବ ଚୋପା ଆପଣଙ୍କ ତ୍ୱଚା ସମସ୍ୟାକୁ ଦୂର କରି ପାରିବ। ଯଦି ଆପଣ ଆମ୍ବ ଚୋପା ଚେହେରାରେ ଲଗାଇବେ, ତ ଏହା ବଢ଼ିଆ ପ୍ରଭାବ ପକାଇବ। ତେବେ ଆଜି ଆମେ ଆପଣଙ୍କୁ କହିବୁ, ନିଜ ତ୍ୱଚାରେ ଆପଣ ଆମ୍ବ ଚୋପା କିପରି ବ୍ୟବହାର କରିବେ।

-ପ୍ରଥମେ ଆମ୍ବ ଚୋପାକୁ ପେସି ନିଅନ୍ତୁ ଏବଂ ସେଥିରେ କଫି ପାଉଡର ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ସ୍କ୍ରବ୍‌ କରନ୍ତୁ। ଯଦି ଆପଣଙ୍କ ତ୍ୱଚା ଅଏଲି, ତା’ ହେଲେ ନଡ଼ିଆ ତେଲର କିଛି ବିନ୍ଦାକୁ ମିଶାଇ ଆପଣ ମିକ୍ସ କରି ପାରିବେ। ଏମିତି କରିବା ଦ୍ୱାରା ତ୍ୱଚାକୁ ଅନେକ ଫାଇଦା ମିଳି ପାରିବ। କିନ୍ତୁ ଧ୍ୟାନ ରଖନ୍ତୁ, ଆପଣ ଯେଉଁଠି ଆମ୍ବ ଚୋପା ବ୍ୟବହାର କରିଛନ୍ତି, ସେଠାରେ ସାବୁନ କିମ୍ବା ଫେସ୍‌ ଓ୍ଵାଶ୍‌ ବ୍ୟବହାର କରିବେ ନାହିଁ।

-ଯଦି ଆପଣ ଟ୍ୟାନିଂକୁ ନେଇ ଚିନ୍ତିତ, ତ ଆମ୍ବ ଚୋପାକୁ ପେସି ସେଥିରେ ଦହି ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ତ୍ୱଚାରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ। ଏହା ପରେ ତ୍ୱଚାକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ଟ୍ୟାନିଂ ସମସ୍ୟାରୁ ମୁକ୍ତି ମିଳି ପାରିବ।

-ଯଦି ଆପଣ ତ୍ୱଚାରୁ ଚିହ୍ନ, ଦାଗ ଆଦି ଦୂର କରିବାକୁ ଚାହୁଁଛନ୍ତି, ତ ଆମ୍ବ ଚୋପା ଉପରେ କିଛି ବୁନ୍ଦା ମହୁ ପକାନ୍ତୁ ଏବଂ ଏହାକୁ ଚେହେରା ଉପରେ ରବ୍‌ କରନ୍ତୁ। ଏମିତି କରିବା ଦ୍ୱାରା ଚିହ୍ନ, ଦାଗ ଦୂର ହୋଇ ତ୍ୱଚା ସଫା ତଥା ଦାଗହୀନ ନଜର ଆସିବ।

-ଚେହେରାରେ ବ୍ରଣ ଦାଗ ଦୂର କରିବା ପାଇଁ ଆପଣ ଆମ୍ବ ଚୋପା ବ୍ୟବହାର କରି ପାରିବେ। ଆନୁବଂଶିକ କାରଣ ଯୋଗୁ ମଧ୍ୟ ବ୍ରଣ ହୋଇଥାଏ। ଆମ୍ବ ଚୋପାକୁ ବ୍ରଣ ଦୂର କରିବାରେ ନିଶ୍ଚୟ ଉପଯୋଗ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.