ବିନା ରିମୁଭରରେ ଛଡ଼ାନ୍ତୁ ନିଜ ନେଲପେଣ୍ଟ, ବ୍ୟବହାର କରନ୍ତୁ ଏହି ସବୁ ଜିନିଷ

ହାତର ସୌନ୍ଦର୍ଯ୍ୟ ବଢାଇବା ପାଇଁ ମହିଳା ମାନେ ସାଧାରତଃ ନେଲପେଣ୍ଟ ଲଗାଇଥାନ୍ତି । ଆଉ ନେଲପେଣ୍ଟ ଲଗାଇବା ପରେ ହାତ ତଥା ପାଦ ଖୁବ ସୁନ୍ଦର ଦେଖାଯାଏ । କିନ୍ତୁ ଦୀର୍ଘ ସମୟ ଧରି ନେଲ କଲର ଲଗାଇବା ଦ୍ୱାରା ନଖ ଉପରେ ମଧ୍ୟ ପ୍ରଭାବ ପଡିପାରେ । ବେଶୀ ଦିନ ହେଲେ ନଖ ମଧ୍ୟ ଖରାପ ହୋଇ ଯାଇପାରେ ।

ଆମେ ସାଧାରଣତଃ ନେଲପଲିସ ରିମୁଭ କରିବା ପାଇଁ ରିମୁଭର ବ୍ୟବହାର କରିଥାଉ । ଅନେକ ଥର ଏମିତି ବି ହୁଏ ନେଲପଲିସ ରିମୁଭ କରିବା ପାଇଁ ଝିଅମାନେ ନଖରେ ତାଡି ତାଡି ସଫା କରନ୍ତି । ନଖର ପ୍ରାକୃତିକ ସୌନ୍ଦର୍ଯ୍ୟ ବି ବିଗିଡିଯାଏ । କିନ୍ତୁ ଜାଣନ୍ତିକି ବିନା ନେଲ ରିମୁଭରରେ ବି ଆପଣ ନେଲପେଣ୍ଟ ସଫା କରିପାରିବେ । ଘରେ ବ୍ୟବହାର କରୁଥିବା ଅତି ସାଧାରଣ ଜିନିଷରେ ଆପଣ ନଖ ସଫା କରିପାରିବେ । ତେବେ ଆସନ୍ତୁ ସେବିଷୟରେ ଜାଣିବା ।

ହେୟାର ସ୍ପ୍ରେ:
ହେୟାର ସ୍ପ୍ରେରେ ରବିଙ୍ଗ ଆଲକହଲ ମିଳିଥାଏ । ଯାହାକି ନେଲପେଣ୍ଟ ହଟାଇବା ପାଇଁ କାମରେ ଆସିଥାଏ । ଏହାକୁ ନଖ ଉପରେ ସ୍ପ୍ରେ କରି ହାଲୁକା ଭାବରେ ରଗଡି ଦିଅନ୍ତୁ । କିଛି ସମୟ ପରେ ଦେଖିବେ ନଖ ସଫା ହୋଇଯିବ ।

ଲେମ୍ବୁ :
ନେଲପେଣ୍ଟ ସଫା କରିବା ପାଇଁ ଲେମ୍ବୁ ସହିତ ଭିନେଗାର ବି ବେଶ ଲାଭଦାୟୀ । ଗୋଟେ ପାତ୍ରରେ କିଛି ନଖ ଉଷୁମ ପାଣି ନିଅନ୍ତୁ । ଏହି ପାଣିରେ ୧୦ ରୁ ୧୫ ମିନିଟ ପାଇଁ ନଖକୁ ବୁଡାଇ ରଖନ୍ତୁ । ଏହା ପରେ ଆଉ ଏକ ବାଉଲରେ ଦୁଇ ଚାମଚ ଲେମ୍ବୁ ରସ ଓ ଭିନେଗାର ମିଶାନ୍ତୁ | ଏବେ ଏହି ମିଶ୍ରଣକୁ ତୁଳା ସାହାଯ୍ୟରେ ନଖରେ ଲଗାନ୍ତୁ । ଏବେ ଆପଣଙ୍କ ନେଲପେଣ୍ଟ ଆରାମରେ ବାହାରିଯିବ ।

ଟୁଥ ପେଷ୍ଟ:
ପ୍ରତିଦିନ ଆପଣ ଦାନ୍ତ ସଫା କରିବା ପାଇଁ ବ୍ୟବହାର କରୁଥିବା ଟୁଥପେଷ୍ଟ ସାହାଯ୍ୟରେ ବି ଆପଣ ନଖ ସଫା କରିପାରିବେ । କାରଣ ଟୁଥପେଷ୍ଟରେ ଥିବା ଏଥିଲ
ଏସିଟେଟ ନଖ ସଫା କରିବାରେ ସାହାଯ୍ୟ କରେ । ଟୁଥ ପେଷ୍ଟ ଆଉ ଏକ ପୁରୁଣା ବ୍ରଶ ନିଅନ୍ତୁ | ଏହା ପରେ ନଖରେ ପେଷ୍ଟ ଲଗାଇ ଦିଅନ୍ତୁ । ଏବେ ବ୍ରଶକୁ ଓଦା କରି ନଖରେ ରଗଡ଼ନ୍ତୁ ।

ସାନିଟାଇଜର:
ନେଲପେଣ୍ଟ ହଟାଇବା ପାଇଁ ଆପଣ ସାନିଟାଇଜର ମଧ୍ୟ ବ୍ୟବହାର କରିପାରିବେ । ଏଥିରେ ଥିବା ରବିଙ୍ଗ ଆଲକହଲ ନଖକୁ ସଫା କରିବାରେ ବିଶେଷ ଲାଭଦାୟୀ ହୋଇଥାଏ । ଗୋଟେ କଟନ ବଲରେ କିଛି ସାନିଟାଇଜର ଲଗାଇ ନଖ ଉପରେ ଏକ ଲେପ ଦେଇଦିଅନ୍ତୁ । ଏମିତି ୩ରୁ ୪ ଥର କରନ୍ତୁ । ଆପଣଙ୍କ ନଖରୁ ନେଲପଲିସ ଲିଭିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.