ଚିନି ବଦଳରେ ଏହି ୬ଟି ପ୍ରାକୃତିକ ବିକଳ୍ପ ଆପଣଙ୍କ ପାଇଁ

ଚା’, କଫି କିମ୍ବା ମିଠାରେ ଆପଣ ଚିନି ଖାଉଛନ୍ତି କି? ତା’ହେଲେ ଏଥିରେ ଆଣନ୍ତୁ ସାମାନ୍ୟ ପରିବର୍ତ୍ତନ। ଚିନି ବଦଳରେ ବ୍ୟବହାର କରିପାରିବେ ଏହାର ବିକଳ୍ପ ସାମଗ୍ରୀ, ଯାହାକି ଆପଣଙ୍କୁ ସହଜରେ ଘରେ ହିଁ ମିଳିଯିବ। ଏହା କେବଳ ଚା’, କଫିର ସ୍ୱାଦ ବଢ଼ାଇ ନ ଥାଏ, ବରଂ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ। ଆସନ୍ତୁ ଜାଣିବା, ଚିନିର ଏହି ୬ଟି ବିକଳ୍ପ।

ମହୁ

ଏହି ବିକଳ୍ପ ବହୁତ ଲାଭଦାୟକ ହୋଇଥାଏ। କାରଣ, ଏଥିରେ ଆଣ୍ଟିଅକ୍ସିଡେଣ୍ଟ ଥାଏ। ଆପଣ ଏହାକୁ ପ୍ରାକୃତିକ ଉପାୟରେ ପ୍ରାପ୍ତ କରିପାରିବେ। ନହେଲେ ବଜାରରୁ ମଧ୍ୟ କିଣିଆଣି ପାରିବେ। ଏହାକୁ ଚା’, କଫି କିମ୍ବା ଫ୍ରୁଟ୍‌ସ ସାଲାଡରେ ପକାଇ ପାରିବେ।

କିସ୍‌ମିସ

ଚିନି ଜାଗାରେ ଏହାକୁ ବ୍ୟବହାର କରିପାରିବେ। ଫୁଡ୍‌ ପ୍ରୋସେସରରେ କିଛି କିସ୍‌ମିସ ମିଶାନ୍ତୁ ଏବଂ ଏହାକୁ କେକ୍‌ କିମ୍ବା ଅନ୍ୟ କୌଣସି ସାମଗ୍ରୀରେ ଉପଯୋଗ କରନ୍ତୁ।

maple

ଏହାସହ ପଢ଼ନ୍ତୁ: ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ୫ଟି ଜିନିଷ

ମେପଲ୍‌ ସିରପ

ଏହା ସ୍ୱାସ୍ଥ୍ୟକର। ମହୁକୁ ଆମେ ଯେପରି ପ୍ରାକୃତିକ ଉପାୟରେ ମହୁମାଛିଠାରୁ ପାଇଥାଉ, ସେହିପରି ମେପଲ୍‌ ହେଉଛି ଏକ ଉଦ୍ଭିଦର ରସ। ଏହି ସିରପରେ ଅଧିକ ଆଣ୍ଟିଅକ୍ସିଡେଣ୍ଟ ଥାଏ।

ଡାଲଚିନି

ଗୋଟିଏ ଚୁଟକି ଡାଲଚିନିକୁ ଚା’ କିମ୍ବା କଫିରେ ପକାନ୍ତୁ। ଏହା ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇଥାଏ।

ଚେରି

କେକ୍‌ରେ ଚେରି ପକାନ୍ତୁ। ଆପଣଙ୍କୁ ଆଉ ଚିନିର ଆବଶ୍ୟକତା ପଡିବ ନାହିଁ।

ନଡ଼ିଆ ରସ

ଏହା ଜୁସ୍‌ ପାଇଁ ବହୁତ ବଢ଼ିଆ କାମ ଦେଇଥାଏ। ଏହା ପ୍ରାକୃତିକ। ଆପଣ ପେଷ୍ଟ କରି ଏହାକୁ କିମ୍ବା କୋରା ରୂପେ ଖାଦ୍ୟ ସାମଗ୍ରୀରେ ପକାଇପାରିବେ। ଏଥିରେ ପୋଟାସିୟମ୍‌ ଭରପୂର ରହିଛି ଏବଂ ଏହା ହାଡ଼କୁ ଶକ୍ତ ରଖିଥାଏ।