ଡାଇବେଟିସ ରୋଗୀ ପ୍ରତିଦିନ ଏହି ଉପାୟରେ ସେବନ କରନ୍ତୁ ନିମ, ତୁରନ୍ତ ନର୍ମାଲ ହୋଇଯିବ ବ୍ଲଡ ସୁଗାର ଲେବଲ

ବର୍ତ୍ତମାନ ଡାଇବେଟିସ ବା ମଧୁମେହ ଏକ ସାଧାରଣ ସମସ୍ୟା ଭାବେ ପ୍ରାୟ ସମସ୍ତଙ୍କ ଠାରେ ଦେଖାଦେଉଛି। ଅସନ୍ତୁଳିତ ଖାଦ୍ୟପେୟ ଓ ଖରାପ ଲାଇଫଷ୍ଟାଇଲ ଯୋଗୁ ଏହି ରୋଗ ହେଉଛି। ବ୍ଲଡସୁଗାର ସମସ୍ୟାର ଠିକ ସମୟରେ ଚିକିତ୍ସା କରାନଗଲେ ଅନ୍ୟ ରୋଗ ଦେଖାଦେଇପାରେ। ତେବେ ବର୍ତ୍ତମାନ କରୋନା ବ୍ୟାପୁଥିବା ବେଳେ ଡାଇବେଟିସ ରୋଗୀ ମଧ୍ୟ ଏଥିରେ ସଂକ୍ରମିତ ହେଉଛନ୍ତି। ଏଣୁ ଏବେଠୁ ରକ୍ତ ଶର୍କରାକୁ କଣ୍ଟ୍ରୋଲରେ ରଖିବା ଜରୁରୀ।

ଡାଇବେଟିସକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନେକ ଔଷଧ ଥିଲେ ବି ଆପଣ ଚାହିଁଲେ ଘରୋଇ ଉପାୟରେ ବି ବ୍ଲଡ ସୁଗାର କଣ୍ଟ୍ରୋଲ କରିପାରିବେ। ଏଥିପାଇଁ ନିମ ସବୁଠୁ ଅଧିକ ଉପଯୋଗୀ। ଆସନ୍ତୁ ଜାଣିବା ନିମକୁ କେଉଁ ଭଳି ଭାବେ ସେବନ କଲେ ଡାଇବେଟିସ କଣ୍ଟ୍ରୋଲରେ ରହିପାରିବ…

  • ପ୍ରତିଦିନ ଖାଲି ପେଟରେ ୭-୮ଟି ନିମ ପତ୍ର ଚୋବାନ୍ତୁ।
  • ପରିଷ୍କାର ନିମ ପତ୍ରକୁ ଧୋଇ ଗ୍ରାଇଣ୍ଡରରେ ବାଟି ଦିଅନ୍ତୁ। ପରେ ଏହାକୁ ଜୁସ ବନାଇ ସେବନ କରନ୍ତୁ। ଏହି ଜୁସକୁ ପ୍ରତିଦିନ ସକାଳେ ଅଧ ଗ୍ଲାସ ଲେଖାଏଁ ପିଅନ୍ତୁ।
  • ନିମ ପତ୍ର ସହ ୧ ଚାମଚ ଗିଲୋୟ ପାଉଡ଼ର, ଛୋଟ ଖଣ୍ଡ ଅଦା, ୧୦ ପୋଦିନା ପତ୍ର ଓ ଏକ ଚୁଟକି କଳା ଲୁଣ ସହ ପାଣି ମିଶାଇ ଗ୍ରାଇଣ୍ଡିଂ କରି ପିଅନ୍ତୁ। ଏହା ବ୍ଲଡ଼ ସୁଗାର କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିବ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.