IPL ବନ୍ଦ ହେବା ପରେ BCCI କୁ ଝଟକା! ଏତେ କୋଟିର ହୋଇପାରେ କ୍ଷତି

କରୋନା ସଂକ୍ରମଣ ଯୋଗୁ ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ବନ୍ଦ ହୋଇଛି। ଅନିଶ୍ଚିତ କାଳ ପାଇଁ IPL କୁ ସ୍ଥଗିତ କରିବାକୁ ଭାରତୀୟ କ୍ରିକେଟ ବୋର୍ଡ (BCCI) ଘୋଷଣା କରିଛି। ତେବେ ଆଇପିଏଲ ବନ୍ଦ ହେବା ପରେ BCCIକୁ ୨୦୦୦ କୋଟିରୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ। ସୂଚନାଯୋଗ୍ୟ ଯେ ଗତ କିଛିଦିନ ମଧ୍ୟରେ ଅହମ୍ମଦାବାଦ ଓ ଦିଲ୍ଲୀର ଖେଳାଳି କରୋନା ସଂକ୍ରମଣର ଶିକାର ହେବା ପରେ ବିସିସିଆଇ ଆଇପିଏଲ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା।

ବିସିସିଆଇର ବରିଷ୍ଠ ଅଧିକାରୀ କହିଛନ୍ତି, ଆଇପିଏଲ ବନ୍ଦ ହେବା ଫଳରେ ଆମକୁ ୨୦୦୦ – ୨୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ। ମେ ୩୦ ରେ ଆଇପିଏଲ ଶେଷ ହୋଇଥାନ୍ତା। ୫୨ ଦିନର ଟୁର୍ଣ୍ଣାମେଣ୍ଟ ମଧ୍ୟରୁ ମାତ୍ର ୨୪ ଦିନ ହିଁ ମ୍ୟାଚ୍ ହୋଇଛି। ଏ ଅବସରରେ ମାତ୍ର ୨୯ ଟି ମ୍ୟାଚ୍ ଖେଳାଯାଇଛି। ବିସିସିଆଇକୁ ସବୁଠୁ ଅଧିକ କ୍ଷତି ଷ୍ଟାର ସ୍ପୋର୍ଟସର ଅଧିକାରୀଙ୍କ ଠାରୁ ମିଳିବାକୁ ଥିବା ରାଶିର ହିଁ ହେବ।

ମାତ୍ର ଆଉ ଜଣେ ଅଧିକାରୀ କହିଛନ୍ତି, କ୍ଷତି ଆହୁରି ଅଧିକ ହୋଇପାରେ। ଏବେ ଯାଏଁ କେତେ କ୍ଷତି ହୋଇଛି ତାହାର ଆକଳନ କରାଯାଇନାହିଁ। ମାତ୍ର ବହୁତ ଅଧିକ କ୍ଷତି ସହିବ ବିସିସିଆଇ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.