Below header

ଉଠିଲେ-ବସିଲେ ଆସୁଛି କି ଆଣ୍ଠୁରୁ ଆବାଜ, କରନ୍ତୁ ନାହିଁ ହେଳା, ହୋଇପାରେ ଗମ୍ଭୀର ସମସ୍ୟା

ନୂଆଦିଲ୍ଳୀ : ଅଧିକାଂଶ ଲୋକେ ଉଠିବା ବସିବା ବେଳେ କିମ୍ବା ଚାଲିବା ବେଲେ ଆଣ୍ଠୁରୁ ଆବାଜ ଆସିଥାଏ । ଏହି ଆବାଜ ସାଧାରଣତଃ କିଛି ବିପଦର କାରଣ ନୁହେଁ,ତେବେ ଏହାର ଠିକ ଉପଚାର ନକଲେ ଏହା ବିପଦ ଆଡକୁ ଯାଇପାରେ । କେବେ କେବେ ଲିଗାମେଣ୍ଟ ଇଞ୍ଜୁରି ହେଲେ ଆଣ୍ଠୁରୁ ଆବାଜ ଆସିଥାଏ । ଯଦି ଆପଣଙ୍କ ଆଣ୍ଠୁ-ଗଣ୍ଠିରୁ ଆବାଜ ଆସୁଛି ଓ ଦରଜ ହେଉଛି,ତେବେ ଏହାକୁ ସାଧାରଣ ଭାବେ ନିଅନ୍ତୁ ନାହିଁ ।

ଆଣ୍ଠୁ ଦରଜ ସହ ଅଧିକ ଆବାଜ ଆସୁଥିଲେ କ’ଣ ହୋଇପାରେ କାରଣ

ଯଦି ଉଠିବା ବସିବାରେ ଅଚାନକ ପ୍ରବଳ ଆବାଜ ସହ ଦରଜ ଅନୁଭବ ହୁଏ, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହାର ପଛରେ କିଛି କାରଣ ଥାଇପାରେ ।

ଏଣ୍ଟେରିଅର କ୍ରୁସିଏଟ ଲିଗାମେଣ୍ଟ( ACL) ଟିୟର

ଆଣ୍ଠୁର ଜଏଣ୍ଟରୁ ଆବାଜ ଆସିବା ପଛରେଏଣ୍ଟେରିଅର କ୍ରୁସିଏଟ ଲିଗାମେଣ୍ଟ( ACL) ଟିୟର କାରଣ ହୋଇଥାଏ । ଏହାଯୋଗୁ ଆଣ୍ଠୁରୁ ଉଚ୍ଚ ଆବାଜ ଆସିବା ସହ ପ୍ରବଳ ଦରଜ ବି ହୋଇଥାଏ । ଏହା ହେଲେ ଆପଣଙ୍କୁ ଠିଆ ହେବା ପାଇଁ ଅସୁବିଧା ହୋଇଥାଏ ।

ପୋଷ୍ଟିରିୟର କ୍ରୁସିଏଟ୍‌ ଲିଗାମେଣ୍ଟ ଟିୟର(PCL)

ଏହା (PCL) ଆଣ୍ଠୁର ପଛ ପଟେ ଥାଏ, ତେଣୁ ACL ଟିୟର ସାଧାରଣତଃ ଅଧିକ ଦେଖାଯାଏ । ତେବେ ପିସିଏଲ ଟିୟର ହେଲେ ଏସିଏଲ ଟିୟର ଭଳି ଆବାଜ ହୋଇନଥାଏ । ଏଥିରେ ଆପଣ ଦରଜ ସହ ଫୁଲା ମଧ୍ୟ ଅନୁଭବ କରି ପାରନ୍ତି ।

ମେଡିକାଲ କୋଲେଟରାଲ ଲିଗାମେଣ୍ଟ ଟିୟର(LCL)

LCL ଇଞ୍ଜୁରୀ ହେବା ମଧ୍ୟ ବହୁତ ସାଧାରଣ । ଏଥିରେ ଆପର ଦରଜ ସହ ଆବାଜ ଆସିଥାଏ । ଏଥିରେ ଆପଣ ଦରଜ, ଗୋଡ ଭାଙ୍ଗିବା ଅସୁବିଧା ସହ ଦୁର୍ବଳ ବି ଅନୁଭବ କରିଥାନ୍ତି ।
ଏହାଛଡ଼ା ଅର୍ଥରାଇଟିସ, ପଟେଲର ଟେଣ୍ଡନ ଟିୟର ଓ କାଟିଲେଜରେ ଆଘାତ ଜନିତ କାରଣରୁ ମଧ୍ୟ ଆଣ୍ଠୁ –ଗଣ୍ଠି ଦରଜ ହୋଇଥାଏ । ଆପଣଙ୍କ ଆଣ୍ଠୁରୁ ଆବାଜ ମଧ୍ୟ ଆସିଥାଏ ।

ଡାକ୍ତରଙ୍କୁ କେବେ ଦେଖାଇବା ଉଚିତ୍‌

ଆଣ୍ଠୁ-ଗଣ୍ଠି ଜୋର୍‌ ଆବାଜ ସେତେବେଳେ ଆସିଥାଏ, ଯେବେ ଆପଣଙ୍କ ହାଡରେ ହାଡ ଘସିହୁଏ ବା ଅଚାନକ୍‌ ଆଣ୍ଠୁରେ ଝଟକା ଲାଗେ । କିଛି ଉଚ୍ଚ ସ୍ଥାନରୁ ଡେଇଁବା ପରେ ବି ଏମିତି ଟିୟର ହୋଇଥାଏ । ଯଦି ଆପଣଙ୍କ ଆଣ୍ଠୁରୁ ଜୋର ଆବାଜ ଆସୁଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ । ଯଦ୍ୱାରା ଆପଣ ଗମ୍ଭୀର ସ୍ଥିତିରୁ ରକ୍ଷା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.