କାମାନ୍ଧଙ୍କ ଘୃଣ୍ୟ କାମ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ(କେନ୍ୟୁଜ୍): କଟକରେ ଲଜ୍ଜା । ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ । କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୨ ତାରିଖରେ ଏହି ଘଟଣା ହୋଇଥିବା ବେଳେ ଗତକାଲି ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ କର୍ପୋରେଟର । ମହିଳା ଜଣକ ଲେଖି ପାରୁ ନଥିବାରୁ, ତାଙ୍କ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ୧୭ ନମ୍ବର ୱାର୍ଡର କର୍ପୋରେଟର । ବୃଦ୍ଧାଙ୍କର ଡାକ୍ତରୀ ମାଇନା କରାଯାଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଖ ପାଖ ଅଂଚଳର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ।

ସେପଟେ କଟକ ଡିସିପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବା ସହିତ ଦୋଷୀକୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି କଂଗ୍ରେସ୍‌ । ସ୍ଥାନୀୟ କର୍ପୋରେଟର ଓ ତାଙ୍କ ସ୍ୱାମୀ ଘଟଣା ସମ୍ପର୍କରେ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତ୍ରୀ ଗିରିବାଳା ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.