ଡେଲିଭରି ପରେ କରନ୍ତୁ ନାହିଁ ଏହି କାମ, ନଚେତ ପରେ ହୋଇପାରନ୍ତି ହଇରାଣ

ଅନେକ ମହିଳା ଅଛନ୍ତି ଡେଲିଭରି ପରେ କିଛି ତ୍ରୁଟି କରନ୍ତି, ଯାହା ଦ୍ୱାରା ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ଶିଶୁର ଜନ୍ମ ପରେ ମଧ୍ୟ ମହିଳାମାନେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ ।

ମା ହେବା ଏକ ଖୁସିର ମୁହୂର୍ତ୍ତ ଯାହାକୁ କେବେ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ । ଯେତେବେଳେ ଜଣେ ମହିଳାଙ୍କ ଗର୍ଭରୁ ଏକ ନୂତନ ଶିଶୁ ଜନ୍ମ ହୁଏ, ସେତେବେଳେ ପ୍ରାକୃତିକ ଭାବରେ ମା’ ଗର୍ଭରେ ଗୋଟିଏ ଛୋଟ ବ୍ରହ୍ମାଣ୍ଡରେ ପରିଣତ ହୋଇଯାଏ । ଯେତେବେଳେ ଜଣେ ମହିଳା ନିଜ ସନ୍ତାନକୁ ଜନ୍ମ ଦିଏ, ସେତେବେଳେ ତାଙ୍କୁ ଭୟଙ୍କର କଷ୍ଟ ହୋଇଥାଏ । ଡେଲିଭରି ସମୟରେ ହେଉଥିବା ଯନ୍ତ୍ରଣା ଏତେ ତୀବ୍ର ଯେ କଳ୍ପନା କରିବା ମଧ୍ୟ କଷ୍ଟକର ହୋଇଯାଏ । କିନ୍ତୁ ମା ହେବା ପରେ ମହିଳାମାନେ ଏହି ସବୁ ଯନ୍ତ୍ରଣାକୁ ଭୁଲିଯାଆନ୍ତି ଏବଂ ନିଜ ପିଲା ଉପରେ ଧ୍ୟାନ ଦିଅନ୍ତି । ନରମାଲ ଡେଲିଭରି ପରେ ମହିଳାମାନେ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଆବଶ୍ୟକ ହୋଇଥାଏ । କିନ୍ତୁ ଅନେକ ମହିଳା ଅଛନ୍ତି ଡେଲିଭରି ପରେ କିଛି ତ୍ରୁଟି କରନ୍ତି, ଯାହା ଦ୍ୱାରା ପରବର୍ତ୍ତୀ ସମୟରେ ସେମାନଙ୍କୁ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ଶିଶୁର ଜନ୍ମ ପରେ ମଧ୍ୟ ମହିଳାମାନେ ନିଜ ସ୍ୱାସ୍ଥ୍ୟର ଧ୍ୟାନ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କ ଜଣାଇବୁ ଯେ ଡେଲିଭରି ପରେ ମହିଳାମାନେ କେଉଁ କାମ କରିବେ ଏବଂ କେଉଁ କାମ କରିବେ ନାହିଁ ।

ଓଜନ ଜିନିଷ ନ ଉଠାଇବା କିମ୍ବା ଭାରୀ କାମ ନ କରିବା :
ଡେଲିଭରି ପରେ ମହିଳାମାନେ ଅଧିକ ଓଜନ ଜିନିଷ ଉଠାଇ କାମ କରିବା ସେମାନଙ୍କ ପାଇଁ ଠିକ୍ ନୁହେଁ । ଡେଲିଭରି ଏକ ପ୍ରାକୃତିକ ପ୍ରକ୍ରିୟା କିନ୍ତୁ ଏହା ଶରୀର ପାଇଁ ଅନେକ ଅସୁବିଧା ସୃଷ୍ଟି କରିଥାଏ । ଏପରି ପରିସ୍ଥିତିରେ ମହିଳାମାନେ ଅତି କମରେ ୪୦ ଦିନ ଭାରୀ ଜିନିଷ ଉଠାଇ କୌଣସି କାମ କରିବା ଉଚିତ୍ ନୁହେଁ । ଭାରୀ ଜିନିଷର ଓଜନ ଉଠାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟା ହୋଇପାରେ ।

ତଳକୁ ନଇଁ କାମ ନ କରିବା :
ଡେଲିଭରି ପରେ ମହିଳାମାନେ ଶିଶୁର ଯତ୍ନ ନେବା କିମ୍ବା ଘର କାମ କରିବା ଭଳି ଅନେକ କାମ କରିବା ପାଇଁ ନଇଁବାକୁ ଆରମ୍ଭ କରନ୍ତି । କିନ୍ତୁ ଅଧିକ ସମୟ ଧରି ତଳକୁ ନଇଁ କାମ କରିବା ଦ୍ୱାରା ଅଧିକ ପିଠିରେ ଯନ୍ତ୍ରଣା ହୋଇପାରେ । କିନ୍ତୁ ଏହି ଯନ୍ତ୍ରଣା ତୁରନ୍ତ ଅନୁଭବ ହୁଏ ନାହିଁ । ବେଳେବେଳେ ପିଠି ଯନ୍ତ୍ରଣା କିଛି ବର୍ଷ ପରେ ଆରମ୍ଭ ହୁଏ । କାରଣ ତଳକୁ ନଇଁ ହୋଇ କାମ କରିବାବେଳେ ତଳ ପିଠି ଏବଂ ମାଂସପେଶୀ ଉପରେ ଅଧିକ ଚାପ ପଡିଥାଏ, ଯାହା ବହୁତ କଷ୍ଟ ଦେଇଥାଏ । ତେଣୁ ଡେଲିଭରି ପରେ ମହିଳାମାନେ କିଛି ମାସ ପର୍ଯ୍ୟନ୍ତ ଅଥିକ ସମୟ ଧରି ନଇଁ କାମ କରିବା ଠାରୁ ଦୂରେଇ ରହିବା ଉଚିତ୍ ।

ଗରମ ଖାଦ୍ୟ ଖାଇବା ଉଚିତ :
ଡେଲିଭରି ପରେ ମହିଳାମାନେ ଅତି କମରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଗରମ ଖାଦ୍ୟ ଖାଇବା ଉଚିତ୍ । ଡେଲିଭରି ଏକ ପ୍ରାକୃତିକ ପ୍ରକ୍ରିୟା କିନ୍ତୁ ଏହା ଶରୀରକୁ ବହୁତ ଦୁର୍ବଳ କରିଦେଇଥାଏ । ଶରୀରକୁ ଶକ୍ତି ମିଳିବା ପାଇଁ ଗରମ ଖାଦ୍ୟ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଗରମ ଖାଦ୍ୟ ଖାଇବା ଦ୍ୱାରା ହଜମ କରାଇବା ସହଜ ହୋଇଥାଏ ଏବଂ ଏହା ସହ ଶରୀରକୁ ପୋଷକ ତତ୍ତ୍ୱ ସହଜରେ ମିଳିଥାଏ । ଗରମ ଖାଦ୍ୟ ଶରୀରକୁ ଉଷ୍ମତା ଯୋଗାଇଥାଏ ଯାହା ଶୀତଦିନେ ଡେଲିଭରି ପରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେଥିପାଇଁ ଡେଲିଭରି ପରେ ମହିଳାମାନେ ନିଜ ସ୍ୱାସ୍ଥ୍ୟ ଉପରେ ଅଥିକ ଧ୍ୟାନ ଦେବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.